Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

‘ହଣ୍ଟର କିଲର’ ଭୟରେ ଥରିବେ ଶତ୍ରୁ, ଭାରତୀୟ ସେନାରେ ସାମିଲ ହେବ ଆହୁରି ୧୧୮ ଅର୍ଜୁନ ଟ୍ୟାଙ୍କ

23/09/2021 at 10:31 PM

ନୂଆଦିଲ୍ଲୀ ୨୩/୦୯: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । କାରଣ ଭାରତ ସରକାର ସ୍ଥଳ ସେନା ପାଇଁ ୧୧୮ ଅତ୍ୟାଧୁନିକ ଯୁଦ୍ଧ ଟ୍ୟାଙ୍କ ଅର୍ଜୁନ ଏକେ-୧ଏ କ୍ରୟ କରିବେ। ଗୁରୁବାର ପ୍ରତିରକ୍ଷା ମନ୍ତ୍ରାଳୟ ୭,୫୨୩ କୋଟି ଟଙ୍କାର ୧୧୮ଟି ଅର୍ଜୁନ ଟ୍ୟାଙ୍କ କ୍ରୟକୁ ମଞ୍ଜୁରି ଦେଇଛି।  ଟ୍ୟାଙ୍କ ନିର୍ମାଣ ପାଇଁ ଚେନ୍ନାଇର ଏଚଭିଏଫ ଫ୍ୟାକ୍ଟ୍ରିକୁ କୁହାଯାଇଛି। ଏମବିଟି-୧ ଏ ଏମକେ-୧ ଠାରୁ ଅଧିକ ଶକ୍ତିଶାଳୀ ଟ୍ୟାଙ୍କ। ଏଥିରେ ୭୨ ନୂଆ ବିଶେଷତା ରହିବ। ମ

ନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ  ଦର୍ଶାଯାଇଛି, ‘ ପ୍ରତିରାକ୍ଷା ମନ୍ତ୍ରାଳୟ ସେପ୍ଟେମ୍ବର ୨୩ରେ ଭାରତୀୟ ସ୍ଥଳ ସେନା ପାଇଁ ୧୧୮ଟି ମେନ୍‌ ବ୍ୟାଟଲ୍‌ ଟ୍ୟାଙ୍କ (ଏମବିଟି) ଅର୍ଜୁନ ଏମକେ-୧ଏ ନିର୍ମାଣ ପାଇଁ ଚେନ୍ନାଇର ଏଚଭିଏଫକୁ ଅର୍ଡର ଦେଇଛି।’ ୭,୫୨୩ କୋଟିର ଏହି ଅର୍ଡର ଦ୍ବାରା ମେକ୍‌ ଇନ୍‌ ଇଣ୍ଡିଆକୁ ଗତି ମିଳିବ। ଏହା ଆତ୍ମନିର୍ଭର ଭାରତ ପାଇଁ ଏକ ବଡ଼ ପଦକ୍ଷେପ। ଏହି ଟ୍ୟାଙ୍କ ଉଭୟ ରାତି ଏବଂ ଦିନରେ ସଠିକ ଭାବେ ଟାର୍ଗେଟ ଭେଦ କରିପାରିବ। ଡିଆରଡିଓ ଏହି ଅତ୍ୟାଧୁନିକ ଅର୍ଜୁନ୍‌  ଟ୍ୟାଙ୍କକୁ ବିକଶିତ କରିଥିବା ଜଣାପଡ଼ିଛି।

ଅନ୍ୟପଟେ ଚେନ୍ନାଇ ଏଚଭିଏଫ୍‌କୁ ଏହି ଅର୍ଡର ମିଳିଥିବାରୁ ୨୦୦ରୁ ଅଧିକ ଭାରତୀୟ କମ୍ପାନୀଙ୍କ ପାଇଁ ଏକ ଭଲ ଅବସର ହେବାକୁ ଯାଉଥିବା ବେଳେ ୮୦୦୦ ଲୋକଙ୍କୁ ରୋଜଗାର ମିଳିପାରିବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ଭାରତୀୟ ସେନା ପାଖରେ ୧୨୪ ଅର୍ଜୁନ୍‌ ଟ୍ୟାଙ୍କ ଥିଲା। ଏବେ ଆହୁରି ୧୧୮ ଅର୍ଜୁନ୍‌ ଟ୍ୟାଙ୍କ ସାମିଲ ହେବା ପରେ ସ୍ଥଳ ସେନା ଆହୁରି ଶକ୍ତିଶାଳୀ ହୋଇପାରିବ।

୨୦୦୪ରେ ଦେଶରେ ନିର୍ମିତ ହୋଇଥିବା ଅର୍ଜୁନ ଟ୍ୟାଙ୍କକୁ ସେନାରେ ସାମିଲ କରାଯାଇଥିଲା। ଏହା ପରେ ଅର୍ଜୁନ ଟ୍ୟାଙ୍କରେ ବିଶେଷ ପରିବର୍ତ୍ତନ ପାଇଁ ଦାବି ହୋଇଥିଲା। ୭୨ ପ୍ରକାର ସୁଧାର ସହ ଏବେ ୧୧୮ ଅର୍ଜୁନ ଟ୍ୟାଙ୍କ ନିର୍ମାଣ ହେବାକୁ ଯାଉଛି।   

   Related Posts