Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଏଥର ସେନା ଲାଗି ଶୀତ ଋତୁ ହେବ ଯନ୍ତ୍ରଣା ଦାୟକ, ଥଣ୍ଡା ସତ୍ତ୍ୱେ ଲଦ୍ଦାଖ ଫରୱାର୍ଡ ପୋଷ୍ଟରେ ପହରା ଦେବେ ସୈନିକ

17/09/2020 at 10:49 PM

ନୂଆଦିଲ୍ଲୀ ୧୭।୯: ଏଥର ଶୀତ ଋତୁରେ ଚୀନ୍‌ ସୀମାକୁ ଲାଗି ରହିଥିବା ଭାରତର ଲଦ୍ଦାଖ ଫରୱାର୍ଡ ପୋଷ୍ଟ ଖାଲିହେବନି।  ଏଠାରେ ଶୀତ ଋତୁରେ ସର୍ବନିମ୍ନ ତାପମାତ୍ରା ମାଇନସ ୫୦ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ହ୍ରାସ ହୁଏ। ବରଫ ବର୍ଷା ସତ୍ତ୍ୱେ ଭାରତୀୟ ସେନା ପୋଷ୍ଟରେ ଉପସ୍ଥିତ ରହି ସୀମା ସୁରକ୍ଷା କରିବେ। ୧୯୬୨ ମସିହା ପରେ ପ୍ରଥମ ଥର ଭାରତୀୟ ସେନା ଶୀତ ଋତୁରେ ଫରୱାର୍ଡ ପୋଷ୍ଟରେ ରହି ସୀମା ସୁରକ୍ଷା କରିବେ।

ଗତବର୍ଷ ପର୍ଯ୍ୟନ୍ତ ଚୀନ୍ ସୀମାର ଅଧିକାଂଶ ପୋଷ୍ଟ ଶୀତ ଋତୁରେ ଖାଲି ହୋଇଯାଉଥିଲା। ଅକ୍ଟୋବର ଶେଷ ସପ୍ତାହ ବେଳକୁ ଥଣ୍ଡା ବଢିବା ସହ ସୈନିକ ସୀମା ପୋଷ୍ଟ ଖାଲି କରି ଚାଲିଆସୁଥିଲେ। ପୁଣି ମାର୍ଚ୍ଚ ମାସରେ ପୋଷ୍ଟକୁ ଫେରୁଥିଲେ। ତେବେ ପୂର୍ବରୁ ବର୍ଷର ୬ ମାସ ବନ୍ଦ ରହୁଥିବା ରାସ୍ତାସବୁ ଏବେ ମାତ୍ର ୪ରୁ ୫ ମାସ ବନ୍ଦ ରହୁଛି। ଏଣୁ ସେନା ଶୀତ ଋତୁରେ ସୀମାରେ ମୁତୟନ ରହିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବନି ବୋଲି ଅନୁମାନ କରାଯାଉଛି।  ତେବେ ଚଳିତବର୍ଷ ଶୀତ ଋତୁରେ ସେନା ସୀମା ପୋଷ୍ଟରେ ମୁତୟନ ରହିବେ କି ନା ତା ଚୀନ୍‌ ଉପରେ ନିର୍ଭର କରୁଛି।

ଚୀନ୍‌ ସହ ଉପୁଜିଥିବା ବିବାଦ ସପ୍ତାହ ଅଥବା ଗୋଟିଏ ପକ୍ଷ ମଧ୍ୟରେ ସମାଧାନ ହେବ ତାର କୌଣସି ଠିକଣା ନାହିଁ। ଯାହା ଜଣାପଡୁଛି ସମାଧାନର ଆଶା ମଧ୍ୟ କ୍ଷୀଣ। ପାକିସ୍ତାନ ଓ ଚୀନ୍‌ ସୀମାରେ ଶୀତ ଆସିବାକୁ ଆଉ ମାତ୍ର ୪ରୁ ୫ ସପ୍ତାହ ବାକି। ଏଥିରେ ଭାରତ ସହ ଚୀନ୍‌ ସହମତ ହେବ ତାହା ନିଶ୍ଚିତ ନୁହେଁ। ଏଣୁ ସୀମାରେ ସୈନିକ ଅଧିକ ଦିନ ମୁତୟନ ରହିବା ଏକପ୍ରକାର ନିଶ୍ଚିତ ହୋଇଗଲାଣି।  

ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ସେନା ପୂର୍ବ ପ୍ରସ୍ତୁତି କରିନେଇଛି। ଭାରତୀୟ ସେନା ଯେ କୌଣସି ପରିସ୍ଥିତିର ମୁକାବିଲା ଲାଗି ସୀମାରେ ଆଗାମୀ ୧ ବର୍ଷ ଲାଗି ରାସନ ଜମା ରଖିଛି। ଲଦ୍ଦାଖରେ ସେନା ଚତୁର୍ଦ୍ଦଶ କୋରର ୭୫ ହଜାର ସୈନିକ ଅଛନ୍ତି। ଏହା ଛଡା ଉପୁଜିଥିବା ପରିସ୍ଥିତିରେ ସେଠାକୁ ଅତିରିକ୍ତ ୩୫ ହଜାର ସୈନିକଙ୍କ ସମେତ ଟ୍ୟାଙ୍କ ସ୍କ୍ୱାଡ୍ରନ ଓ ଆର୍ଟିଲାରୀ ଡିଭିଜନକୁ ମଧ୍ୟ ସ୍ଥାନାନ୍ତରିତ କରିଛି।

ତେବେ ଶୀତ ଋତୁରେ ସୀମା ସୁରକ୍ଷା ଅଭିଜ୍ଞତା ଚୀନ୍‌ ଅପେକ୍ଷା ଭାରତର ଅଧିକ। କାରଣ ପାକିସ୍ତାନ ଲାଗି ସିୟାଚେନ୍‌ ଓ କାର୍ଗିଲ  ଯୁଦ୍ଧ ପରଠାରୁ ଏଲଏସିରେ ବର୍ଷତମାମ ଭାରତୀୟ ସେନା ମୁତୟନ ରହୁଛି। ଏଣୁ ଏଥର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହୁଥିବାରୁ ଲଦ୍ଦାଖରେ ଏପର୍ଯ୍ୟନ୍ତ ମିରର ଡିପ୍ଲଏମେଣ୍ଟ ଜାରି ରହିଛି। ଚୀନ୍‌ ଯେତିକି ସେନା ଠୁଳ କରୁଛି ଭାରତ ମଧ୍ୟ ସେତିକି ସେନା ଠୁଳ କରୁଛି। ଏଣୁ ଚୀନ୍‌ ଉପରେ ଏବେ ନିର୍ଭର କରୁଛି ଭାରତୀୟ ସେନାର ସୀମା ଉପସ୍ଥିତି।

   Related Posts