ଯବାନଙ୍କୁ କଲ ଜରିଆରେ ମଗାଯାଉଛି ବ୍ୟାଙ୍କ ଡିଟେଲ୍ସ: ସତର୍କ ରହିବାକୁ ଟ୍ୱିଟ କରି ଜଣାଇଲା ସେନା

Published By : Prameya-News7 Bureau | June 16, 2021 IST

ନୂଆଦିଲ୍ଲୀ ୧୬/୦୬ : ଦେଶର ବିଭିନ୍ନ ସହରରୁ ହଠାତ୍ ଭାରତୀୟ ସେନାର ସୈନିକ ଏବଂ ଅଧିକାରୀଙ୍କ ପାଖକୁ ଏକ ମେଲ୍ ଏବଂ ଅଜ୍ଞାତ ନମ୍ବରରୁ କଲ ଆସୁଛି। ଫୋନ୍ ଏବଂ ନକଲି ମେଲ୍ ଆଇଡି ମାଧ୍ୟମରେ ଅଧିକାରୀ ଏବଂ ସେନା କର୍ମଚାରୀଙ୍କ ଠାରୁ ବ୍ୟାଙ୍କ ଆକାଉଣ୍ଟ ମଗାଯାଉଛି। ଫୋନ କରୁଥିଲେ ଲୋକେ କହୁଛନ୍ତି ଯେ ୨୦୧୯ ଠାରୁ ସମସ୍ତ ଭାରତୀୟ ସେନା କର୍ମଚାରୀ ଏବଂ ଅଧିକାରୀଙ୍କ ଦରମା ବୃଦ୍ଧି ପାଇଛି ଏବଂ ଏହା ସୁପ୍ରିମକୋର୍ଟଙ୍କ ଆଦେଶ। ବର୍ଦ୍ଧିତ ଦରମା ଚାହୁଁଛନ୍ତି ବ୍ୟାଙ୍କ ଆକାଉଣ୍ଟ ଡିଟେଲ ମେଲ୍ କରିବାକୁ କିମ୍ବା ଫୋନରେ କହିବାକୁ ସେମାନଙ୍କୁ କୁହାଯାଉଛି।

ଏହିଭଳି କଲ୍ ଆସିବା ପରେ ସେନା ସତର୍କ ହୋଇଯାଇଛି। ସେନା ପକ୍ଷରୁ ଏକ ସରକାରୀ ବୟାନ ଜାରି କରି ସମସ୍ତ ସେନା କର୍ମଚାରୀ ଏବଂ ଅଧିକାରୀଙ୍କୁ କୌଣସି ନକଲି URL ଯଥା ନକଲି ଇମେଲ ଏବଂ ନକଲି ଫୋନରେ ନିଜ ତଥା ନିଜ ବ୍ୟାଙ୍କ ସମ୍ବନ୍ଧୀୟ କୌଣସି ତଥ୍ୟ ନଦେବାକୁ କୁହାଯାଇଛି। ଭାରତୀୟ ସେନା ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛି।

ଭାରତୀୟ ସେନା ସୋସିଆଲ ମିଡିଆରେ ଟୁଇଟ୍ କରି ଏହି ସୂଚନା ଦେଇଛି ଯେ ସେନା ତରଫରୁ ସେନା ଅଧିକାରୀ ଏବଂ ଯବାନଙ୍କ ନିକଟକୁ କୌଣସି ଇମେଲ ଏବଂ ଫୋନ୍ କଲ କରାଯାଉ ନାହିଁ ଏବଂ ସମସ୍ତ ସେନା ଯବାନ ଏବଂ ଅଧିକାରୀଙ୍କୁ ସତର୍କ ରହିବାକୁ କୁହାଯାଇଛି।

ଏଠାରେ କୁହାଯାଇଛି ଯେ ଏହି ପ୍ରକାରର ନକଲି URL ଏବଂ ଫୋନରେ କାହାକୁ ନିଜର ବ୍ୟାଙ୍କ ଡିଟେଲ ତଥା ବ୍ୟକ୍ତିଗତ ସୂଚନା ଦିଅନ୍ତୁ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.