Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁର୍କୀରେ ବଡ ଧରଣର ଭୂକମ୍ପ ପରେ ସୁନାମି: ପ୍ରକୃତି ରଚିଲା ତାଣ୍ଡବଲୀଳା, ୬ ମୃତ, ୨୦୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||

ଚୀନ ସହିତ ବିବାଦ ମଧ୍ୟରେ ଭାରତ ସେନା ପୁଣି ଥରେ ଆମେରିକାରୁ ମଗାଇବ ୭୨ ହଜାର ଅସାଲ୍ଟ ରାଇଫଲ୍ସ

12/07/2020 at 6:28 PM

ନୂଆଦିଲ୍ଲୀ ୧୨।୦୭: ଚୀନ ସହିତ ସୀମା ବିବାଦ ପ୍ରସଙ୍ଗକୁ ନେଇ ଜାରି ବିବାଦ ମଧ୍ୟରେ ଭାରତୀୟ ସେନା ପୁଣି ଥରେ ୭୨ ହଜାର ଏସଆଇଜି ୭୧୬ ଅସାଲ୍ଟ ରାଇଫଲ୍ସ ଆମେରିକାରୁ ମଗାଇବାକୁ ଯାଉଛନ୍ତି। ଅସାଲ୍ଟ ରାଇଫଲ୍ସ ପାଇଁ ଆମେରିକାକୁ ଦ୍ଵିତୀୟ ଥର ଅର୍ଡର ଦିଆଯାଉଛି। ପ୍ରଥମ ଦଫାରେ ଆମେରିକା ୭୨ ହଜାର ରାଇଫଲ୍ସ ଭାରତକୁ ପଠାଇ ସାରିଛି। ସେନା ପକ୍ଷରୁ ନଦର୍ଣ୍ଣ କମାଣ୍ଡ ଓ ଅନ୍ୟ ସମ୍ବେଦନଶୀଳ ଇଲାକାରେ ଏହି ସବୁ ରାଇଫଲ୍‌କୁ ବ୍ୟବହାର କରାଯାଉଛି।

ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ଆର୍ମର୍ଡ ଫୋର୍ସେସ୍‌କୁ ଦିଆଯାଇଥିବା ଆର୍ଥିକ ଅଧିକାର ଆଧାରରେ ସେନା ଆହୁରି ୭୨ ହଜାର ରାଇଫଲ୍ସ ପାଇଁ ଅର୍ଡର ଦିଆଯାଉଛି। ଆତଙ୍କବାଦ ବିରୋଧୀ ଅଭିଯାନକୁ ଅଧିକ ଶାଣିତ କରିବା ପାଇଁ ଭାରତୀୟ ସେନାକୁ ପ୍ରଥମ ଦଫାରେ ଆସଲ୍ଟ ରାଇଫଲ୍ସ ମିଳି ସାରିଛି। ଭାରତ ଫାଷ୍ଟ ଟ୍ରାକ ପ୍ରୋକ୍ୟୁରମେଣ୍ଟ(ଏଫଟିପି) କାର୍ଯ୍ୟକ୍ରମ ଆଧାରରେ ରାଇଫଲ୍ସ କ୍ରୟ କରୁଛି।

ନୂତନ ରାଇଫଲ୍ ବର୍ତ୍ତମାନ ସୁରକ୍ଷାବଳ ପକ୍ଷରୁ ବ୍ୟବହୃତ ଇନସାସ୍‌ 5.56x45mm ରାଇଫଲ୍ସର ଜାଗା ନେବ। ସ୍ଥାନୀୟ ଅଡିନାନ୍ସ ଫ୍ୟାକ୍ଟ୍ରିରେ ସ୍ଵଦେଶୀ ଜ୍ଞାନ କୌଶଳରେ ଇନସାସ୍‌ର ଉତ୍ପାଦ କରାଯାଉଥିଲା। ଯୋଜନା ଅନୁଯାୟୀ ଆମଦାନୀ ହେଉଥିବା ପ୍ରାୟ ଦେଢ ଲକ୍ଷ ରାଇଫଲ୍ସର ଉପଯୋଗ ଆତଙ୍କବାଦ ବିରୋଧୀ ଅଭିଯାନ ଏବଂ ନିୟନ୍ତ୍ରଣ ରେଖାରେ ଅଗ୍ରୀମ ପୋଷ୍ଟରେ ମୁତୟନ ଯବାନ କରିବେ। ବାକି ଯବାନଙ୍କୁ ଏକେ-୨୦୩ ରାଇଫଲ୍ସ ଦିଆଯିବ।

   Related Posts