Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

କରୋନା ଭୂତାଣୁର ଡର, ଭାରତୀୟ ସେନା ଏକ ମାସ ଲାଗି ରଦ୍ଦ କଲା ନିଯୁକ୍ତି ପ୍ରକ୍ରିୟା

13/03/2020 at 4:28 PM

ନୂଆଦିଲ୍ଲୀ ୧୩।୦୩ : କରୋନା ବଢୁଥିବା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଆଗାମୀ ଏକ ମାସ ପର୍ଯ୍ୟନ୍ତ ନିଜର ସମସ୍ତ ରାଲି ଏବଂ ନିଯୁକ୍ତି ସମ୍ବନ୍ଧିତ ସମସ୍ତ ପ୍ରକ୍ରିୟାକୁ ରଦ୍ଦ କରିଛି। ଭାରତୀୟ ସେନାର କହିବା କଥା ରାଲି କିମ୍ବା ଅନ୍ୟ ପ୍ରକାରର ଭର୍ତ୍ତି ଲାଗି ହେଉଥିବା ଭିଡରେ କରୋନା ଭୂତାଣୁ ଥାଇପାରେ। ଏହି କାରଣରୁ ଗୋଟିଏ ମାସ ପାଇଁ ସମସ୍ତ ନିଯୁକ୍ତି ପ୍ରକ୍ରିୟାକୁ ରଦ୍ଦ କରାଯାଇଛି।

ଉଲ୍ଲେଖନୀୟ, କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଦିଲ୍ଲୀର ସମସ୍ତ ସ୍କୁଲ, କଲେଜର ନିୟମିତ ଶ୍ରେଣୀ ରଦ୍ଦ କରାଯାଇଛି। ଦିଲ୍ଲୀର ଜବାହାର ଲାଲ ନେହେରୁ ବିଶ୍ଵ ବିଦ୍ୟାଳୟ(ଜେଏନୟୁ)ରେ କରୋନା ଭୂତାଣୁ ବ୍ୟାପିବାର ଆଶଙ୍କାକୁ ଦୃଷ୍ଟିରେ ରଖି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷାକୁ ରଦ୍ଦ କରାଯାଇଛି। ସେହି ଓଡିଶାରେ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ସ୍କୁଲ, କଲେଜ୍, ସୁଇମିଂ ପୁଲ୍ ଓ ସିନେମା ହଲକୁ ବନ୍ଦ କରିବାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ସେହି ପରି ବିହାର ସରକାର ମଧ୍ୟ ନିଜ ନିଜ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ରୀଡା ଜଗତ ଉପରେ ମଧ୍ୟ କରୋନାର ଗୁରୁତର ପ୍ରଭାବ ପଡିଛି। ଅନେକ କ୍ରୀଡା ଆୟୋଜନକୁ ରଦ୍ଦ କରାଯାଇଥିବା ବେଳେ ଅନେକ ଆୟୋଜନ ଖୋଲା ଷ୍ଟାଡିୟମରେ କରାଯାଉଛି। ଏବେ ସେନା ମଧ୍ୟ କରୋନା ନେଇ ସତର୍କତା ଅବଲମ୍ବନ କରିଛି। ଫଳସ୍ଵରୂପ ଏକ ମାସ ଲାଗି ନିଜର ସମସ୍ତ ପ୍ରକାରର ନିଯୁକ୍ତି ସମ୍ବନ୍ଧିତ ପ୍ରକ୍ରିୟାକୁ ରଦ୍ଦ କରିଛି।

   Related Posts