ଲଦାଖ ଉତ୍ତେଜନା: ଉଚ୍ଚ ଶିଖରରେ ବସିଛନ୍ତି ଭାରତୀୟ ସେନା, ଡ୍ରାଗନ ଶିବିରରେ ହଇଚଇ, ଚୀନ ସାମାଜିକ ଗଣମାଧ୍ୟମରେ ଫଟୋ ଭାଇରାଲ

Published By : Prameya-News7 Bureau | September 13, 2020 IST

ବେଜିଂ ୧୩।୦୯: ଭାରତ ଓ ଚୀନ ମଧ୍ୟରେ ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ଉତ୍ତେଜନା କମିବାର ନାଁ ନେଉନାହିଁ। ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି। ଚୀନ ସମଗ୍ର ଦେଶର ସେନା ଆଣି ଏଲଏସିରେ ଠୁଳ କରିବା ପରେ ବି ଭାରତ ଉଚ୍ଚ ଶିଖରକୁ କବ୍‌ଜା କରି ଡ୍ରାଗନଠୁ ଅଗ୍ରଣୀ ହାସଲ କରିଛି। ଏହା ଦେଖି ଚୀନ କ୍ୟାମ୍ପରେ ହଚଚଇ ସୃଷ୍ଟି ହୋଇଛି। ଚୀନ ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ନିଜର ଗୁଇନ୍ଦା ଉତ୍ସ ଡେଟ୍ରେସଫା ଅନୁଯାୟୀ ଚୀନର ସାମାଜିକ ଗଣମାଧ୍ୟମରେ ଫଟୋ ସେୟାର କରାଯାଉଛି। ଏଥିରେ ଭାରତୀୟ ସେନାଙ୍କ ସ୍ଥିତିକୁ ଦେଖା ଯାଇଛି। କୁହାଯାଉଛି ଯେ ଏହି ଛବି ଚୀନ ସାଟେଲାଇଟ୍‌ ଗାଓଫେନ-୨ ଉତ୍ତୋଳନ କରିଛି। ଏଥିରେ  ସ୍ପାଙ୍ଗୁର ଗ୍ୟାପରେ ଭାରତୀୟ ସେନା ଉଚ୍ଚରେ ବସିଥିବା ଦେଖିବାକୁ ମିଳିଥିବା ବେଳେ ଚୀନ କ୍ୟାମ୍ପ ତଳେ ରହିଛି।

wp:html /wp:html

ଏହା ପୂର୍ବରୁ ମଧ୍ୟ ଚୀନର ସାମାଜିକ ଗଣମାଧ୍ୟମରେ ଭାରତ ସେନାଙ୍କ ସ୍ଥିତିର ଛବି ସେୟାର କରାଯାଉଥିଲା। ଏହି ଫଟୋରେ ପାଙ୍ଗଙ୍ଗର ଦକ୍ଷିଣ ପାହାଡିଆ ଅଞ୍ଚଳରେ ପିଏଲଏ କ୍ୟାମ୍ପ ଉପରେ ନଜର ରଖୁଥିବା ଭାରତୀୟ ସେନାଙ୍କ କ୍ୟାମ୍ପ ଦେଖା ଯାଇଥିଲା।

ବ୍ଲାକଟପ୍ ଅଞ୍ଚଳରେ ଚୀନର ଗତିବିଧିକୁ ଦେଖି ଭାରତୀୟ ସୈନିକ ପିଏଲଏ କ୍ୟାମ୍ପଠୁ ବହୁତ ଉପରେ ପହଞ୍ଚି ତମ୍ବୁ କାଢି ବସିଛନ୍ତି। ଭାରତ ସାମରିକ ସ୍ଥଳରେ ମୋର୍ଚ୍ଚାବନ୍ଦୀ କରିବା ବ୍ୟତୀତ ଫିଙ୍ଗର ୨ ଓ ଫିଙ୍ଗର ୩ରେ ନିଜର ସ୍ଥିତିକୁ ମଜବୁତ କରିଛି। ଅସ୍ତ୍ର ଶସ୍ତ୍ର ଓ ଯୁଦ୍ଧ ଉପକରଣରେ ସଂପୂର୍ଣ୍ଣ ସଜ୍ଜିତ ଭାରତୀୟ ସୈନିକ ଠାକୁଙ୍ଗଠୁ ନେଇ ରେକ୍‌ ଇନ୍ ପାସ୍‌ ପର୍ଯ୍ୟନ୍ତ ସମସ୍ତ ଗୁରୁତ୍ଵପୂର୍ଣ୍ଣ ଶିଖରରେ ନିଜର ସ୍ଥିତିକୁ ସୁଦୃଢ କରି ସାରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.