ଦ୍ରୁତ ଗତିରେ ଆସୁଥିବା ଟ୍ରକକୁ ପୁଣି ଆତଙ୍କୀ ହମଲା ଭାବି ଡ୍ରାଇଭରକୁ ଗୁଳି କଲେ ଯବାନ

Published By : Prameya-News7 Bureau | February 19, 2019 IST

କାଶ୍ମୀର ୧୯/୨ : ଜାମ୍ମୁ କାଶ୍ମୀର ପୁଲୱାମାରେ ଆତ୍ମଘାତୀ ହମଲା ପରେ ସେନା ସତର୍କ ହୋଇଯାଇଛି | ସେନା ନାକାବନ୍ଦୀ କରି ସବୁ ଗାଡିକୁ ଯାଞ୍ଚ କରୁଛି | ଜାମ୍ମୁର ଶାମ୍ବା ଅଂଚଳରେ ଠିକ ପୁଲୱାମା ହମଲା ଭଳି ଏକ ଟ୍ରକ ସେନାର ଗାଡିକୁ ଧକ୍କା ଦେବାକୁ ଯାଉଥିଲା | ଏହାକୁ ଆତ୍ମଘାତୀ ହମଲା ଭାବି ଜଣେ ଯବାନ ଟ୍ରକ ଡ୍ରାଇଭରକୁ ଗୁଳି କରି ଦେଇଥିଲେ |


ସେନା ଗୁଳିରେ ଟ୍ରକ ଡ୍ରାଇଭର ଗୁରୁତର ଅଛି | ଡ୍ରାଇଭରକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଗୁରୁତର ଡ୍ରାଇଭର କାଠୁଆ ଅଂଚଳର ନରେଶ କୁମାର |


ଶାମ୍ବାର ଡ଼ିଏସପି ଦୀପକ ଡିଗରା କହିଛନ୍ତି ଯେ, ଦୁଇଟି ଟ୍ରକ ଦ୍ରୁତ ଗତିରେ ଆସୁଥିଲେ | ଗୋଟିଏ ଟ୍ରକ ସେନା ଗାଡି ସହ ଧକ୍କା ହୋଇଥିଲା | ସେନା ଏହାକୁ ଆଉଏକ ଆତ୍ମଘାତୀ ହମଲା ବୋଲି ଗୁଳି କରିବା ଆରମ୍ଭ କରିଥିଲା | ସେନା ଗୁଳିରେ ଟ୍ରକ ଡ୍ରାଇଭର ଆହତ ହୋଥିଲେ | ପୋଲିସ ମାମଲା ରୁଜ୍ଜୁ କରି ଯାଞ୍ଚ କରୁଛି |


ଆହତ ଟ୍ରକ ଡ୍ରାଇଭର ନରେଶଙ୍କ ଭାଇ କହିଛନ୍ତି ଯେ, ନରେଶ ଟ୍ରକ ଡ୍ରାଇଭର ଭାବେ କାମ କରେ | ସେ ଜାମ୍ମୁର ଛଡ୍ଡା ଅଂଚଳରୁ ମାଲ ଛାଡି ଘରକୁ ଫେରୁଥିଲା | ସେତିକିବେଳେ ସେନା ନରେଶଙ୍କ ଉପରକୁ ଗୁଳି କରିଥିଲା | ସେନାର ଯବାନ ନରେଶଙ୍କୁ ଆହତ ଅବସ୍ଥାରେ ଛାଡି ଚାଲିଯାଇଥିଲେ | ଏହାପରେ ନରେଶ ନିଜେ ଟ୍ରକ ମାଲିକକୁ ଫୋନ କରି ସାହାଯ୍ୟ ପାଇଁ ଡାକିଥିଲେ | ଟ୍ରକ ମାଲିକ ଘଟଣାସ୍ଥଳରେ ପହଂଚି ନରେଶକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.