ପାକ ସେନାକୁ କଡାଜବାବ- ଅନୁପ୍ରବେଶ ଉଦ୍ୟମକୁ ପଣ୍ଡକଲା ଭାରତୀୟ ସେନା

Published By : Prameya-News7 Bureau | September 07, 2019 IST

ଶ୍ରୀନଗର - ପାକିସ୍ତାନ ସେନାକୁ ଭାରତୀୟ ସେନା ପକ୍ଷରୁ କଡା ଜବା ଦିଆଯାଉଛି । ଏବେ ସୀମାରେ ପାକିସ୍ତାନ ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଦ୍ୟମ ସହ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ ଜାରି ରଖିଛି । ଶନିବାର ସକାଳେ ପାକିସ୍ତାନ ସେନା ପକ୍ଷରୁ ମୋର୍ଟାର ଓ ଅନ୍ୟ ଅସ୍ତ୍ର ଶସ୍ତ୍ରରୁ ପ୍ରବଳ ଗୁଳି ଗୋଳା ବର୍ଷଣ କରାଯାଇଥିଲା । ଭାରତୀୟ ସେନା ପକ୍ଷରୁ ଏହାର କଡା ଜାବାବ ଦିଆଯାଇଛି ।

ନୌସେନା ଅଞ୍ଚଳରୁ ପାକିସ୍ତାନ ସେନା ପକ୍ଷରୁ କରାଯାଇଥିବା ଏକ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରାଯାଇଛି । ଏବେ ପାକ୍‌ ଅଧିକୃତ କାଶ୍ମୀରରେ ସେଠାରେ ଅଧିବାସୀଙ୍କୁ ନିୟନ୍ତ୍ରଣ ରେଖା ପାର କରିବା ପାଇଁ ଜୋର ଜବରଦସ୍ତ କରାଯାଉଛି। ସେମାନଙ୍କୁ ଭୟଭୀତ କରାଯାଉଥିବାରୁ ସେମାନେ ନିୟନ୍ତ୍ରଣ ରେଖା ପର କରୁଛନ୍ତି ।

ନୌସେରାର ଲାମ ଅଞ୍ଚଳରେ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ପୋଷ୍ଟରେ କିଛି ଲୋକ ବିରୋଧ କରିବାସହ ପାଟି ତୁଣ୍ଡ କରୁଥିବା ଶଣିବାକୁ ମିଳିଥିଲା । ଏହାପରେ ୬ ଜଣ ବ୍ୟକ୍ତି ପାକିସ୍ତାନୀ ପୋଷାକରେ ନିୟନ୍ତ୍ରଣ ରେଖା ଅତି ନିକଟ ଆସୁଥିବା ଦେଖିବାକୁ ମିଳିଥିଲା । ଭାରତୀୟ ସେନା ପକ୍ଷରୁ ଏହାର କଡା ଜବାବ ଦିଆଯାଇଥିଲା । ଏହି ବ୍ୟକ୍ତିମାନେ ତୁରନ୍ତ ସେହି ସ୍ଥାନ ଛାଡି ପଳାଇଥିଲେ ।

କୃଷ୍ଣା ଘାଟୀ ଅଞ୍ଚଳରେ ବି ପାକ୍‌ ସେନା ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘଂନ କରାଯିବା ସହ ଅନୁପ୍ରବେଶ କରାଇବା ପାଇଁ ଉଦ୍ୟମ କରାଯାଉଛି ।

କେରନା ସେକ୍ଟରରେ ମଧ୍ୟ ପାକିସ୍ତାନ ପକ୍ଷରୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ଉଦ୍ୟମ କରାଯାଉଛି। ନିଲମ ଉପତ୍ୟାକାର କାଳିଘାଟୀ ନିକଟରେ ବି ଆତଙ୍କବାଦୀଙ୍କ ପାଇଁ ପାକିସ୍ତାନ ଲଞ୍ଚ ପ୍ୟାଡ ନିର୍ମାଣ କରିଛି ।
କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ କାଶ୍ମୀରରେ ଏକ ବଡ ଧରଣ ହିଂସା କାଣ୍ଡ ପାଇଁ ପ୍ରୟାସ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.