Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୨ ଜଣଙ୍କ ଜୀବନ, ୩୩୮୮ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୦୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଚିରାଗଙ୍କ ହାତରୁ ଖସିଲା କମାଣ୍ଡ୍ : ଚାଚା ପଶୁପତିଙ୍କୁ ଗ୍ରୀନ ସିଗନାଲ୍, LJP ସଂସଦୀୟ ଦଳର ନେତା ହେଲେ ପାରସ
  • ||
  • ସାରା ବିଶ୍ୱର ଚିନ୍ତା ବଢାଇଲା ଡେଲ୍ଟା ଭାରିଆଣ୍ଟ : ବ୍ରିଟେନ ସମେତ ଅନେକ ଦେଶରେ ଫେରିଲା କଟକଣା
  • ||
  • ନକଲି ଔଷଧ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ୍, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
  • ||
  • କାର୍ଯ୍ୟାଳୟ ନା ସ୍ପା ? ଖଟରେ ଆରାମରେ ଶୋଇଛନ୍ତି ପୋଲିସ ବାବୁ, କଏଦୀ କରୁଛନ୍ତି ମସାଜ୍
  • ||

ପ୍ରବଳ ତୁଷାରପାତ ଯୋଗୁଁ ଫସି ରହିଥିବା ୨୫୦୦ ପର୍ଯ୍ୟଟକ ଉଦ୍ଧାର

29/12/2018 at 4:00 PM

ନାଥୁଲା ୨୯|୧୨:  ପ୍ରବଳ ତୁଷାରପାତ ଯୋଗୁଁ ଅଧବାଟରେ ଫସି ରହିଯାଇଥିବା ୨୫୦୦ ପର୍ଯ୍ୟଟଙ୍କଙ୍କୁ ଉଦ୍ଧାର କରିଛି ଭାରତୀୟ ସେନା। ସିକିମ୍ ର ନାଥୁଲା ପାର୍ବତ୍ୟପଥରେ ଗତ ଦୁଇ ଦିନ ହେବ ପ୍ରବଳ ତୁଷାରପାତ ଯୋଗୁଁ ରାସ୍ତାରେ ଶହଶହ ସଂଖ୍ୟାରେ ଗାଡ଼ିମଟର ଅଟକି ରହିଯାଇଥିଲା। ଆଉ ଏଥିରେ ଫସି ରହିଯାଇଥିଲେ ପ୍ରାୟ ଅଢ଼େଇ ହଜାର ପର୍ଯ୍ୟଟକ। ପ୍ରାୟ ୪ଶହ ଗାଡ଼ି ସହିତ ଅେଢ଼େଇ ହଜାର ପର୍ଯ୍ୟଟକ ତୁଷାରପାତ ଯୋଗୁଁ ନାଥୁଲା ପାର୍ବତ୍ୟପଥରେ ଅଟକି ରହିଥିବା ସୂଚନା ପାଇ ସେନା ପକ୍ଷରୁ ସମସ୍ତଙ୍କୁ ଉଦ୍ ଦାର ପାଇଁ ଅଭିଯାନ ଆରମ୍ଭ ହୋଇଥିଲା।

ଉଦ୍ଧାର ସମସ୍ତ ପର୍ଯ୍ୟଟକଙ୍କୁ ଖାଦ୍ୟ ଔଷଧ ଯୋଗାଇ ଯୋଗାଇ ଦିଆଯାଇଛି । ଏ ସମ୍ପର୍କରେ ସେନା ପକ୍ଷରୁ ଟ୍ବିଟ୍  କରାଯାଇ କୁହାଯାଇଛି ଯେ ଭାରତୀୟ ସେନା ତୁଷାରପାତ ଯୋଗୁଁ ବାଟରେ ଫସିଯାଇଥିବା ଅଢ଼େଇ ହଜାର ନାଗରିକ ଓ ୪ଶହଟି ଗାଡ଼ିକୁ ଉଦ୍ଧାର କରିଛି। ସମସ୍ତଙ୍କୁ ଉଦ୍ଧାର ପରେ ଖାଦ୍ୟ ,ଆଶ୍ରୟ ସହିତ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି ।

   Related Posts