Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୮ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨ଶହ ଅତିକ୍ରମ କଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୭୯୩ କରୋନା ସଂକ୍ରମିତ, ୨୭୭୮୮୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କେନ୍ଦ୍ରାପଡାରେ ଘରେ ପଶି ଲୁଟିଲେ, କଟୁରୀରେ ହାଣି ଖସିଗଲେ, ସ୍ବାମୀ-ସ୍ତ୍ରୀ ଗୁରୁତର
  • ||
  • ବାଲେଶ୍ବର ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରୁ ଜବତ ହେଲା ୯ଟି ଟଙ୍କା ଭର୍ତ୍ତି ଲଫାପା, ବାନ୍ଧିନେଲା ଭିଜିଲାନ୍ସ
  • ||
  • ପାଟଣାରେ ଭାରସାମ୍ୟ ହରାଇ ପଥରରେ ପିଟି ହେଲା ବାଇକ୍, ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ
  • ||
  • ବାଲିଅନ୍ତାରେ ଜୁଆ ଆଡ୍ଡା ଉପରେ ଚଢାଉ, ୩ ଗିରଫ
  • ||
  • ଚାନ୍ଦବାଲିରେ ଟ୍ରେନ୍ ଲାଇନ୍‌ରୁ ମିଳିଲା ନାବାଳକଙ୍କ ମୃତଦେହ
  • ||
  • ପୁରୀରେ ୪ ବ୍ରାଉନସୁଗାର ବେପାରୀ ଗିରଫ, ୫.୩୨ ଗ୍ରାମ୍ ବ୍ରାଉନସୁଗାର ଜବତ
  • ||
  • ଅନୁଗୋଳରେ କଣ୍ଟେନର-ଟ୍ରକ୍ ମୁହାଁମୁହିଁ ଧକ୍କା, ଟ୍ରକ୍ ଚାଳକ ମୃତ
  • ||
  • ଷ୍ଟାଫ୍‌ନର୍ସ ମୌସୁମୀ ମିଶ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ସହକର୍ମୀ କହିଲେ, ‘ତାଙ୍କୁ ହତ୍ୟା କରାଯାଛି’
  • ||

ଶୀତରେ ପୂର୍ବ ଲଦ୍ଦାଖ ସୀମା ସୁରକ୍ଷା ଲାଗି ସେନା ପ୍ରସ୍ତୁତ, ଚାଲିଛି ଦେଶର ସବୁଠୁ ବଡ ଲଜିଷ୍ଟିକ ଅପରେସନ

27/09/2020 at 10:36 PM

ଲେହ: ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ଉତ୍ତେଜନା ହ୍ରାସ ଲାଗି ଉଦ୍ୟମ ମଧ୍ୟରେ ଭାରତୀୟ ସେନା ଶୀତ ଋତୁରେ ସୀମା ସୁରକ୍ଷା ଲାଗି ପ୍ରସ୍ତୁତି ଶେଷ କରିଛି। ଏଥିଲାଗି ସ୍ୱାଧୀନତାର ଦୀର୍ଘ ଦଶନ୍ଧୀ ପରେ ପ୍ରଥମ ଥର ସେନା ପୂର୍ବ ଲଦ୍ଦାଖର ସୀମାବର୍ତ୍ତି କ୍ଷେତ୍ରରେ ସବୁଠୁ ବଡ ଲଜିଷ୍ଟିକ ଅପରେସନ କରିଥିବା ବେଳେ ଏଥିରେ ଶୀତ ୪ ମାସ ଲାଗି ଟ୍ୟାଙ୍କ, ଭାରି ଅସ୍ତ୍ରଶସ୍ତ୍ର ସମେତ ଗୋଳାବାରୁଦ, ଇନ୍ଧନ ଓ ଭୋଜନ ସମେତ ସମସ୍ତ ଜରୁରି ଆବଶ୍ୟକ ସାମଗ୍ରୀ ଠୁଳ କରିଛି।

ସେନାର ନର୍ଦନକମାଣ୍ଡ ଅପ୍ସ ଲଜିଷ୍ଟିକ୍ସ ୱିଂଗ ସୀମାରେ ମୁତୟନ ସୈନିକଙ୍କ ଖାଦ୍ୟ ସାମଗ୍ରୀ ପହଞ୍ଚାଇବା ଆରମ୍ଭ କରିଦେଇଛି। ଏଥିରେ ସେନାର ସର୍ଭିସ କୋର, ଏଭିଏସନ ୱିଂଗ ସମେତ ବାୟୁସେନାର ସହାୟତା ମଧ୍ୟ ନିଆଯାଉଛି। ଲଜିଷ୍ଟିକ ଅପରେସନରେ ସେନା ପୋଷାକ, ଟେଣ୍ଟ, ଖାଦ୍ୟ ସାମଗ୍ରୀ, ସଞ୍ଚାର ଉପକରଣ, ଇନ୍ଧନ, ହିଟର ଓ ଅନ୍ୟ ସାମଗ୍ରୀକୁ ୧୬ଶହ ଫୁଟ ଉଚ୍ଚତାରେ ପହଞ୍ଚା ଯାଇଛି। ଏହି ସମୟରେ କୌଣସି ପ୍ରକାର ଚୀନ୍‌ ଦୁଃସାହାସର ମୁକାବିଲା ଲାଗି ୩ ଅତିରିକ୍ତ ସେନା ପ୍ରଭାଗକୁ ମଧ୍ୟ ସେଠାରେ ମୁତୟନ କରାଯାଇଛି। ଏଠାରେ ଅକ୍ଟୋବରରୁ ଜାନୁୟାରୀ ପର୍ଯ୍ୟନ୍ତ ତାପମାତ୍ରା ଶୁନ୍ୟରୁ ୫ ଓ ଶୁନ୍ୟରୁ ବିୟୁକ୍ତ ୨୫ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ହ୍ରାସ ହୁଏ।

ଚୀନ ସୀମାରେ ଉପୁଜିଥିବା ପରିସ୍ଥିତିକୁ ନଜରରେ ରଖି ଭାରତ ପୂର୍ବରୁ କିଛି ୟୁରୋପୀୟ ଦେଶଙ୍କଠାରୁ ଶୀତକାଳୀନ ପୋଷାକ ଓ ସାମଗ୍ରୀ ଆମଦାନୀ କରିଥିଲା। ଏହି ସବୁ ସାମଗ୍ରୀକୁ ସି-୧୩୦ ଜେ ସୁପର ହରକ୍ୟୁଲସ, ସି-୧୭ ଗ୍ଲୋବ ମାଷ୍ଟର ସମେତ ଭାରତୀୟ ବାୟୁସେନାର ହେଲିକପ୍ଟର ଓ ବିମାନ ଯୋଗେ ସେଠାକୁ ପହଞ୍ଚାଯାଇଛି। ଏବେ ଚୀନ ସେନା ସହ ଆଲୋଚନା ଜାରି ରହିଛି। ତେବେ ଏଥିରୁ କିଛି ନିଷ୍କର୍ଷ ବାହାରିବ କି ନା ତାହା ସ୍ପଷ୍ଟ ହୋଇନଥିବା ବେଳେ ଭାରତ ସୀମାରେ ଟି-୯୦ ଓ ଟି-୭୦ ଟ୍ୟାଙ୍କ ମୁତୟନ କରିଛି। ଏଥିରୁ ଚୀନ୍‌ ସହ କୌଣସି ପରିସ୍ଥିତିରେ ମଧ୍ୟ ଭାରତ ମୁକାବିଲା କରିବା ଲାଗି ନିଜର ପ୍ରସ୍ତୁତି ଶେଷ କରିନେଇଛି।

ତେବେ ପୂର୍ବ ଲଦ୍ଦାଖରେ କେବଳ ଭାରତ ନୁହେଁ ଚୀନ୍‌ ମଧ୍ୟ ଶୀତ ଋତୁଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଥିବା ଜଣାପଡିଛି। ଏଥର ଶୀତ ଋତୁରେ ଚୀନ ମଧ୍ୟ ସୀମାରେ ନିଜ ସୈନିକଙ୍କୁ ମୁତୟନ ରଖିବ ଏଥିରୁ ସ୍ପଷ୍ଟ ହୋଇଯାଇଛି। ସୀମାରେ ଉତ୍ତେଜନା ସମାପ୍ତ କରିବାକୁ ଉଭୟ ଦେଶ ମିଳିତ ବିବୃତ୍ତି ଜାରି କରିଛନ୍ତି। ହେଲେ ଚୀନ ଉପରେ ଆଖିମୁଜି ବିଶ୍ୱାସ କରିହେବନି ବୋଲି କହିଛନ୍ତି ଜନୈକ ସେନା ଅଧିକାରୀ। ଏଣୁ ଭାରତ ନିଜ ଆଡୁ ନିଜ ପ୍ରସ୍ତୁତି କରିନେଇଥିବା ସେ କହିଛନ୍ତି।

   Related Posts