କରୋନା ଚିକିତ୍ସା ପାଇଁ ଭାରତୀୟ ସେନା ପ୍ରସ୍ତୁତ କଲେ ୯ ହଜାର ବେଡ଼, ୮୫୦୦ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ

Published By : Prameya-News7 Bureau | April 02, 2020 IST

ନୂଆଦିଲ୍ଲୀ ୦୨/୦୪ : ଭାରତୀୟ ସେନା କରୋନା ଚିକିତ୍ସା ପାଇଁ ୯ ହଜାର ବେଡ଼ ପ୍ରସ୍ତୁତ କରିଛନ୍ତି | ୮୫୦୦ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ସହାୟତା ସହିତ ୯ ହଜାର ବେଡ଼ ବିଶିଷ୍ଟ ହସ୍ପିଟାଲ ପ୍ରସ୍ତୁତ କରିଛନ୍ତି | ସଶସ୍ତ୍ର ବାହିନୀ ଗତ ୩ ଦିନରେ ସାମରିକ ବିମାନ ସାହାଯ୍ୟରେ ୨୫ ଟନ ମେଡିକାଲ ଉପକରଣ ସାରା ଦେଶରେ ଯୋଗାଇଛି |  ୧.୫ ଲକ୍ଷ ଲିଟର ସାନିଟାଇଜର ବିଭିନ୍ନ ସଂସ୍ଥାକୁ ଯୋଗାଇଛନ୍ତି | ଡିଆରଡିଓ ୫ ସ୍ଥର ବିଶିଷ୍ଟ ଏନ୯୯ ମାସ୍କ ମଧ୍ୟ ପ୍ରସ୍ତୁତ କରୁଛନ୍ତି |

{"id":247946,"width":563,"height":422,"sizeSlug":"large"}

ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଶାସ୍ତ୍ର ବାହିନୀ, ଡିଆରଡିଓ, ନୌବାହିନୀ, ବାୟୁସେନା, ପିଏସୟୁ, ସ୍ୱାସ୍ଥ୍ୟ ବିଭାଗ, କ୍ଵାରେଣ୍ଟାଇନ ବ୍ୟବସ୍ଥା ଏବଂ ମେଡିକାଲ ଉପକରଣ ଷ୍ଟକ ରଖିବା ପାଇଁ ନିର୍ଦେଶ ଦେଇଛନ୍ତି | କାମ ଦ୍ବିଗୁଣିତ କରିବା ପାଇଁ ରାଜନାଥ ସିଂହ ବୁଧବାର ଦିନ ନିର୍ଦେଶ ଦେଇଛନ୍ତି | ଡିଆରଡିଓ ମୁଖ୍ୟ ଡାକ୍ତର ସତୀଶ ରେଡ୍ଡୀ କହିଛନ୍ତି ଯେ, ତାଙ୍କ ସଂସ୍ଥା ୧୦ ହଜାର ଏନ୯୯ ମାସ୍କ ତିଆରି କରିସାରିଛନ୍ତି | ଖୁବ ଶୀଘ୍ର ତାଙ୍କ ସଂସ୍ଥା ଦିନକୁ ୨୦ ହଜାର ମାସ୍କ ତିଆରି କରିବ | ଡିଆରଡିଓ ଦିଲ୍ଲୀ ପୋଲିସକୁ ୪୦ ହଜାର ଅନ୍ୟାନ୍ୟ ମାସ୍କ ଯୋଗାଇଛି | ଏହାସହ ଭେଣ୍ଟିଲେଟରରେ ମଧ୍ୟ ସେମାନେ କିଛି ପରିବର୍ତ୍ତନ କରିବାକୁ ଉଦ୍ୟମ କରୁଛନ୍ତି ଯେପରିକି ଗୋଟିଏ ଭେଣ୍ଟିଲେଟର ଏକାଥରକେ ୪ଜଣ ରୋଗୀଙ୍କ ବ୍ୟବହାରରେ ଲାଗିପାରିବ |

ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାବତ କହିଛନ୍ତି ଯେ, କରୋନା ଚିକିତ୍ସା ପାଇଁ ୨୮ଟି ହସ୍ପିଟାଲରେ ୯ ହଜାର ବେଡ଼ ବ୍ୟବସ୍ଥା କରାଯାଇଛି | ବାୟୁସେନା ମୁଖ୍ୟ କର୍ମବୀର ସିଂହ କହିଛନ୍ତି ଯେ, ବାୟୁସେନା ଦିଲ୍ଲୀ, ସୁରଟ, ଚଣ୍ଡୀଗଡ଼, ମଣିପୁର, ନାଗାଲାଣ୍ଡ, ଜାମ୍ମୁ କାଶ୍ମୀର ଏବଂ ଲଦାଖ କ୍ଷେତ୍ରରେ ୨୫ ଟନ ମେଡିକାଲ ଉପକରଣ ଯୋଗାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.