Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଚୀନ୍ ସୀମାରୁ ଦେଶବାସୀଙ୍କୁ ଭାରତୀୟ ଯବାନଙ୍କ ଅପିଲ : ଛୁଇଁଲା ମନ, ଭିଡିଓ ଭାଇରାଲ୍

26/06/2020 at 2:18 PM

ନୂଆଦିଲ୍ଲୀ ୨୬/୦୬ : ଭାରତ ଚୀନ ସୀମା ନିକଟସ୍ଥ ୩ ହଜାର ୪୮୮ କିମି ଲମ୍ବା ବାସ୍ତବିକ ନିୟନ୍ତ୍ରଣ ରେଖା ନିକଟରେ ନିଜର ସାମର୍ଥ୍ୟ ବଢାଇବାକୁ ନିଷ୍ପତ୍ତି ନେଇଛି | ଚୀନ ନିୟନ୍ତ୍ରଣ ରେଖାର ଅପର ପାର୍ଶ୍ୱରେ ଲଗାତାର ସୈନ୍ୟ ନିର୍ମାଣ କରି ସେନା ସାମର୍ଥ୍ୟ ବୃଦ୍ଧି କରୁଥିବା ସମୟରେ ଏହିଭଳି ଏକ ନିଷ୍ପତ୍ତି ନିଆଯାଇଛି | ବର୍ତ୍ତମାନ ଏକ ଭିଡିଓ ଖୁବ ଭାଇରାଲ ହେଉଛି | ଏହି ଭିଡିଓକୁ ଲୋକେ ସୋସିଆଲ ମିଡ଼ିଆରେ ବହୁତ ପସନ୍ଦ କରିଛନ୍ତି | ଭିଡିଓରେ ଚୀନ ସୀମାରେ ନିୟୋଜିତ ଜଣେ ଭାରତୀୟ ଯବାନ ଦେଶବାସୀଙ୍କୁ ଏକ ଅପିଲ କରିଛନ୍ତି | ଏହି ଭିଡିଓକୁ ଯବାନ ନିଜେ ରେକର୍ଡିଙ୍ଗ କରିଛନ୍ତି | ସେ ଚୀନ ଆପ ଏବଂ ଚୀନ ସାମଗ୍ରୀ ବଏକଟ କରିବାକୁ ଭାରତୀୟଙ୍କୁ ଅପିଲ କରିଛନ୍ତି | ଯବାନଙ୍କ ଭିଡିଓ ଫେସବୁକରେ ଖୁବ ଭାଇରାଲ ହୋଇଛି |

ରାଜୀବ ଜାଖଡ ନାମକ ଜଣେ ଫେସବୁକରେ ଏହି ଭିଡିଓ ସେୟାର କରିଛନ୍ତି | ଭିଡିଓ ସହ ସେ କ୍ୟାପସନ ଲେଖିଛନ୍ତି, ବନ୍ଧୁମାନେ ଏହି ଭାଇଙ୍କ ଅପିଲ ଶୁଣନ୍ତୁ |’ ଭହିଡ଼ିଓରେ ଯବାନ କହିଛନ୍ତି, ‘ହେଲୋ ବନ୍ଧୁ, ମୁଁ ଯାଉଛି ଚୀନ ବର୍ଡ଼ର, ସେଠାରେ କିଛି ଜାଗାରେ ରାସ୍ତା ଅଛି ଆଉ କିଛି ଜାଗାରେ ରାସ୍ତା ନାହିଁ | ତଥାପି ଆମକୁ ଲକ୍ଷ୍ୟସ୍ଥଳକୁ ଯିବାକୁ ହେବ | ଗୋଟିଏ ଜାଗାରେ ପହଞ୍ଚିବା ପରେ ରାସ୍ତା ଶେଷ ହୋଇଯାଇଥାଏ | ଏହାପରେ ଆମକୁ ପାହାଡ ଦେଇ ଯିବାକୁ ପଡିଥାଏ | ଏହା ଆମର କର୍ତ୍ତବ୍ୟ |’

ଏହାପରେ ଯବାନ ଚୀନ ସାମଗ୍ରୀ ତଥା ଚୀନ ଆପ ବଏକଟ କରିବାକୁ ଲୋକଙ୍କୁ ଅପିଲ କରିଛନ୍ତି | ହୃଦୟରେ ଦେଶଭକ୍ତି ଜାଗ୍ରତ କରିବାକୁ ସେ ଦେଶବାସୀଙ୍କୁ ଅପିଲ କରିଛନ୍ତି | ସେ ମଧ୍ୟ ଦେଶ ସେବା ପାଇଁ ସେଠାକୁ ଯାଇଛନ୍ତି ବୋଲି କହିଛନ୍ତି | ସେ ଆହୁରି କହିଛନ୍ତି ଯେ ସେମାନେ ତାଙ୍କ କର୍ତ୍ତବ୍ୟ କରିବାକୁ ସେଠାରେ ଅଛନ୍ତି କିନ୍ତୁ ଲୋକେ ମାତ୍ର ଆଙ୍ଗୁଠି ଜରିଆରେ ଚୀନ ଆପକୁ ବଏକଟ କରିପାରିବେ | 

blob:https://www.facebook.com/740dc78e-08c7-428e-b083-1a5c49b3f2f7

ରାଜୀବ ଜାଖଡ ଜୁନ ୨୫ ତାରିଖରେ ଫେସବୁକରେ ଏହି ଭିଡିଓ ସେୟାର କରିଥିଲେ | ଭିଡିଓକୁ ଏବେ ସୁଦ୍ଧା ୨.୬ ମିଲିୟନ ୟୁଜର୍ସ ଦେଖି ସାରିଛନ୍ତି | ଭିଡିଓକୁ ଏକ ଲକ୍ଷରୁ ଅଧିକ ଲୋକ ସେୟାର କରିଛନ୍ତି | ଲୋକ ଯବାନଙ୍କ ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି | ଲୋକେ ମଧ୍ୟ ଯବାନଙ୍କୁ ସମର୍ଥନ କରି ପ୍ରତିକ୍ରିୟା ରଖିଛନ୍ତି |

ୟୁଜର୍ସ ଲେଖିଛନ୍ତି, ସେମାନେ ନିଜ ଫୋନରୁ ଚାଇନା ଆପ ଡିଲିଟ କରି ଦେଇଛନ୍ତି ଏବଂ ଆଗକୁ ଚୀନ ସାମଗ୍ରୀ ମଧ୍ୟ କିଣିବେ ନାହିଁ |

   Related Posts