ଏବେ ହେବ ଅପରେସନ-୬୦ : ଗାଜି ରସିଦ ନିହତ ହେବା ପରେ କାଶ୍ମୀର ଲଞ୍ଚ ପ୍ୟାଡ଼ରୁ ହଟିଲେ ଆତଙ୍କବାଦ

Published By : Prameya-News7 Bureau | February 18, 2019 IST

ଦିଲ୍ଲୀ ୧୮/୨ : ପୁଲଓ୍ବାମାରେ ଆତ୍ମଘାତୀ ହମଲା ପରେ ସମଗ୍ର ଦେଶ ଆକ୍ରୋଶରେ ଥିବାବେଳେ ଭାରତୀୟ ସେନା ମଧ୍ୟ ଆକ୍ରୋଶରେ ରହିଛି | ପୁଲଓ୍ବାମାରେ ସିଆରପିଏଫର ୪୨ ଯବାନ ସହିଦ ହେବ ଘଟଣାରେ ସମଗ୍ର ଦେଶ ପାକିସ୍ତାନ ଠାରୁ ବଦଲା ନେବା ପାଇଁ ସଂକଳ୍ପବଦ୍ଧ | ଆଜି ଜୈସ-ଏ-ମହମ୍ମଦ ଆତଙ୍କବାଦ ସଂଗଠନର କମାଣ୍ଡର ଗାଜି ରସିଦକୁ ହତ୍ୟା କରିଛି ଭାରତୀୟ ସେନା | କିନ୍ତୁ ଯୁଦ୍ଧ ଏଇଠି ଶେଷ ହୋଇନାହିଁ | ଯୁଦ୍ଧ ଆହୁରି ହେବ | ଯେପର୍ଯ୍ୟନ୍ତ ଭାରତ ତାର ବଦଲା ପୁରା ନକରିଛି |

{"id":86343,"width":586,"height":365}


ସୂଚନାଯୋଗ୍ୟ ଯେ, କାଶ୍ମୀର ଘାଟିରେ ଏବେ ମଧ୍ୟ ୬୦ ଆତଙ୍କବାଦୀ ଆକଟିଭ ଅଛନ୍ତି | ଜାମ୍ମୁ କାଶ୍ମୀର ଅଂଚଳରେ ଜୈସ-ଏ-ମହମ୍ମଦ ସଂଗଠନ ନିଜର ଜାଲ ବିଛେଇ ରଖିଛି | ୬୦ ଆତଙ୍କବାଦୀ ଅଲଗା ଅଲଗା ଜିଲ୍ଲାରେ, ଅଲଗା ଅଲଗା ଜାଗାରେ ଲୁଚି ରହିଛନ୍ତି | ଗୁଇନ୍ଦା ସୂତ୍ରରୁ ପ୍ରକାଶ ପାଇଛି ଯେ, ଏହି ୬୦ ଆତଙ୍କବାଦୀଙ୍କ ମଧ୍ୟରୁ ୩୫ ବିଦେଶୀ | ଏ ସମସ୍ତ ପୁରା ପ୍ରସ୍ତୁତି କରି ଲୁଚି ରହିଛନ୍ତି |


ପୂର୍ବରୁ ଆତଙ୍କବାଦୀ ଯେଉଁସବୁ ଜାଗାରେ ଲୁଚି ରହିଥିଲେ ଏବେ ସେସବୁ ଜାଗା ଚଡି ଅନ୍ୟତ୍ର ଲୁଚିଛନ୍ତି | ସହର ଠାରୁ ବାହାରି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଛନ୍ତି | ଭାରତୀୟ ସେନା ନିଜର ସର୍ଚ୍ଚ ଅପରେସନ ଜାରି ରଖିଛି | ପାକିସ୍ତାନ ଆର ପାରିରେ ଥାଇ ଏହି ଆତଙ୍କବାଦୀଙ୍କୁ ସୁରକ୍ଷା ପ୍ରଦାନ କରୁଛି | ଭାରତୀୟ ସେନା ଲଗାତାର କାଶ୍ମୀରରେ ହେଉଥିବା ଆତଙ୍କୀ ଗତିବିଧି ଉପରେ ନଜର ରଖି ସୁରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସୂଚନା ଦେଉଛି |

{"id":86345}


ଆଜି ସିଆରପିଏଫ ଡିଜି ଆର.ଆର.ଭଟନାଗର ଗୃହ ମନ୍ତ୍ରାଳୟରେ ଗୃହ ସଚିବଙ୍କୁ ପୁଲଓ୍ବାମା ଆତଙ୍କୀ ହମଲାର ପୁରା ସୂଚନା ଦେବେ | ସେନା ମୁଖ୍ୟ ବିପିନ ରାବତ ମଧ୍ୟ ଆଜି ସୁରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷାତ କରି ଜାମ୍ମୁ କାଶ୍ମୀରର ସ୍ଥିତି ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବେ |


ଫେବୃଆରୀ ୧୪ ତାରିଖ ଦିନ ପାକିସ୍ତାନର ଜୈସ-ଏ-ମହମ୍ମଦ ଆତଙ୍କବାଦ ସଂଗଠନ ପୁଲଓ୍ବାମାରେ ସିଆରପିଏଫ ଯବାନଙ୍କ ଗାଡି ଉପରକୁ ଏକ ଆତ୍ମଘାତୀ ହମଲା କରିଥିଲା | ଏହି ହମଲାରେ ୪୨ ଯବାନ ସହିଦ ହୋଇଛନ୍ତି | ଘଟଣା ପରେ କାଶ୍ମୀର ଘାଟିରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି | ଆଜି ପୁଲଓ୍ବାମାରେ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ବେଳେ ଜୈସ-ଏ-ମହମ୍ମଦ ଆତଙ୍କବାଦ ସଂଗଠନର କମାଣ୍ଡର ଗାଜି ରସିଦ ନିହତ ହୋଇଛି | ଏହି ଏନକାଉଣ୍ଟରରେ ୪ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.