‘ମୁଁ ବଞ୍ଚିଛି.. ଭଲ ଅଛି’- ଯବାନଙ୍କ ଫୋନ୍ କଲ୍‌ରେ ବଦଳିଗଲା ମାହୋଲ, ରାତିସାରା ଲୁହ ଝରାଉଥିଲେ ପରିବାର: ଏକ ଚକିତ ଖବର

Published By : Prameya-News7 Bureau | June 18, 2020 IST

ପାଟନା, ୧୮|୦୬:   ଘରେ କାନ୍ଦ ବୋବାଳି ଆରମ୍ଭ ହୋଇଯାଇଥିଲା । ପତ୍ନୀ ଖାଇବା ପିଇବା ଛାଡି ଏକ ପ୍ରକାର ଚେତାଶୂନ୍ୟ ହୋଇଯାଇଥିଲେ । କିନ୍ତୁ ହଠାତ ଆସିଲା  ସୁନିଲ କୁମାରଙ୍କ ଫୋନ୍ କଲ୍ । ଏହାପରେ ପରିବାର ଲୋକ ଆଶ୍ୱସ୍ତ ହେଲେ । ଏହା ହେଉଛି ସୁନିଲ କୁମାରଙ୍କ କଥା । ସୁନିଲ ଗତ ସୋମବାର ରାତିର ଗଲଓ୍ୱାନ ଘାଟିରେ ମୁତୟନ ଥିଲେ । ସେହି ସମୟରେ ଚୀନ ସୈନିକ ଆକ୍ରମଣ କରିଥିଲେ । ଏହାପରେ ସୁନିଲଙ୍କ ପରିବାର ଲୋକଙ୍କ ନିକଟକୁ ସୁନିଲ ସହିଦ ହୋଇଯାଇଥିବା ସୂଚନା ଦିଆଯାଇଥିଲା ।

ସୁନିଲଙ୍କ ପରିବାର ବିହାର ସାରଣ ଜିଲ୍ଲାର ଦିଘ୍ରା ଗ୍ରାମରେ ବସବାସ କରନ୍ତି ।  ଏହି ଖବର ପରେ ପରିବାର ଲୋକ ଆବାକ ହୋଇଯାଇଥିଲେ । ସୁନିଲଙ୍କ ମୃତ୍ୟୁ ଖବର ଶୁଣି ସେମାନଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । କିନ୍ତୁ ଗୁରୁବାର ସକାଳେ ସୁନିଲ ନିଜେ ପରିବାର ଲୋକଙ୍କୁ କଲ କରିଥିଲେ । ଏହାପରେ ପରିବାର ଲୋକେ ଆଶ୍ୱସ୍ତ ହେବା ସହ ସୁନିଲଙ୍କ ଭଲମନ୍ଦ କଥା ପଚାରି ବୁଝିଥିଲେ । ଏପରିକି ସୁନିଲ ପୁଣି ଥରେ ଫୋନ କରି ପରିବାର ଲୋକଙ୍କ ସହ କଥା ହୋଇଥିଲେ ।

ସୁନିଲଙ୍କ ଭାଇ କହିଛନ୍ତି ଯେ, ଦୁଃଖଦ ଖବର ଶୁଣିବା ପରେ ପରିବାର ଲୋକେ ଭାଙ୍ଗି ପଡିଥିଲେ । ଏପରିକି ସୁନିଲଙ୍କ ପତ୍ୱୀ ମଧ୍ୟ ଚେତାଶୂନ୍ୟ ହୋଇ ପଡିଥିଲେ । ତେବେ ସୁନିଲଙ୍କ ସହ କଥା ହେବା ପରେ ପତ୍ନୀ ସ୍ୱାଭିବକ ହୋଇଥିଲେ ।

ସୂଚନାଯୋଗ୍ୟ, ଗତ ସୋମବାର ରାତ୍ରରେ ଗଲଓ୍ୱାନ ଘାଟିରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ ଘଟିଥିଲା । ଏଥିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି । ତେବେ ଚୀନ ମୃତାହତ ସଂଖ୍ୟା ବାବଦରେ କିଛି କହିନାହିଁ । କିନ୍ତୁ ସୂତ୍ରାନୁସାରେ ଚୀନର ୪୩ ସୈନିକ ପ୍ରାଣ ହରାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.