ଭାରତୀୟ ସ୍ଥଳ ସେନା ବିଶ୍ଵରେ ସର୍ବ ବୃହତମ, କେଉଁ କାରଣରୁ ଖସିଗଲା ଚୀନ

Published By : Prameya-News7 Bureau | March 17, 2020 IST

ନୂଆଦିଲ୍ଲୀ ୧୭।୦୩: ପାଖାପାଖି ୧୪ ଲକ୍ଷ କର୍ମୀଙ୍କ ସହିତ ଭାରତୀୟ ସେନା ଚୀନକୁ ଅତିକ୍ରମ କରି ଦୁନିଆର ସର୍ବ ବୃହତ ସ୍ଥଳସେନା ଶକ୍ତିରେ ପରିଣତ ହୋଇଛି। ଚୀନ ନିଜର ସ୍ଥଳସେନାକୁ ଅଧା କରି ନିଜର ନୌସେନା,  ବାୟୁସେନା ଓ ଟେକ୍ନୋଲୋଜି ଉପରେ ଧ୍ୟାନ କେନ୍ଦ୍ରିତ କରିଛି।

ଜାପାନର ପ୍ରତିରକ୍ଷା ରିପୋର୍ଟ ୨୦୧୯ ଅନୁଯାୟୀ, ଚୀନ ସଂପ୍ରତି ବିଶ୍ଵର ତୃତୀୟ ବଡ ସ୍ଥଳସେନା ଶକ୍ତି। ପ୍ରଥମରେ  ଭାରତ ରହିଥିବା ବେଳେ ୯ ଲକ୍ଷ ୮୦ ହଜାର କର୍ମୀ ସହ ଉତ୍ତର କୋରିଆ ସ୍ଥଳ ସେନା ସଂଖ୍ୟା ହିସାବରେ ଦ୍ଵିତୀୟରେ ରହିଛି। ଚୀନ ନିଜ ସେନାର ଆଧୁନିକୀକରଣ ଉପରେ ଜୋର ଦେଇ ସ୍ଥଳସେନା ସଂଖ୍ୟାକୁ ହ୍ରାସ କରି ବାୟୁସେନା, ନୌସେନା ଓ ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ଜୋର ଦେଛି। ଫଳରେ ଚୀନ ସ୍ଥଳ ସେନା ସଂଖ୍ୟା ହିସାବରେ ପ୍ରଥମରୁ ତୃତୀୟ ସ୍ଥାନକୁ ଖସି ଆସିଛି।

{"id":240037,"width":749,"height":562,"sizeSlug":"large"}

ଉଲ୍ଲେଖନୀୟ ପିପୁଲ୍ସ ଲିବେରେସନ ଆର୍ମି(ପିଏଲଏ) ପାଖାପାଖି ୨୦ ଲକ୍ଷ ସୈନ୍ୟ କର୍ମୀ ସହ  ବିଶ୍ଵର ସର୍ବ ବୃହତ ସ୍ଥଳସେନା ରହି ଆସିଥିଲା। ଅନ୍ୟପଟେ ଭାରତ ଚୀନ ସେନାର ଆଧୁନିକିକରଣ ଉପରେ ନଜର ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ଷମତାକୁ ଆସିବା ପରେ ଭାରତୀୟ ସେନାର ଆଧୁନିକିକରଣ ପ୍ରତି ଜୋର ଦେଇ ଆସିଛନ୍ତି।

ସଂପ୍ରତି ଚୀନ ବଡ ଧରଣରେ ନିଜ ସେନାର କାୟାକଳ୍ପ ବଦଳାଇବାରେ ଜୁଟି ଯାଇଛି। ଅନ୍ୟପଟେ ଭାରତ ମଧ୍ୟ ନିଜ ସେନାର ଆଧୁନିକୀକରଣ ଲାଗି ଅଣ୍ଟା ଭିଡିଛି। କିନ୍ତୁ ଆର୍ଥିକ ମାନ୍ଦାବସ୍ଥା ଓ ଆର୍ଥିକ ସଂକଟ କାରଣରୁ ସେନା ଲାଗି ପ୍ରସ୍ତୁତ କିଛି ଯୋଜନା ଅଧାରେ ଅଟକି ରହିଛି।

{"id":240038,"width":749,"height":421,"sizeSlug":"large"}

ଭାରତ ମଧ୍ୟ ନିଜର ସ୍ଥଳ ସେନା ସଂଖ୍ୟା କମ କରି ଆଧୁନିକ ପ୍ରଯୁକ୍ତିବିଦ୍ୟା ଉପରେ ଧ୍ୟାନ କେନ୍ଦ୍ରିତ କରିଛି। ସ୍ଥଳସେନାରେ ପ୍ରାୟ ୧.୫ ଲକ୍ଷ କର୍ମୀ କମ କରିବାକୁ ଯୋଜନା କରାଯାଇଛି, ଯାହା ସର୍ବନିମ୍ନ ୫ ବର୍ଷ ସମୟ ଲାଗିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.