Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ସେନାବାହିନୀରୁ ଅବସର ନେଉଥିବା କୁକୁରଙ୍କୁ ଗୁଳିକରି ମାରିଦିଆଯାଏ… ଜାଣନ୍ତୁ କାହିଁକି

21/11/2018 at 1:22 PM

ନୂଆଦିଲ୍ଲୀ ୨୧/୧୧: ଆପଣମାନେ ଜାଣିଥିବେ କୁକୁର ହେଉଛି ଏକ ବିଶ୍ବାସୀ ଜନ୍ତୁ। ମଣିଷ ମଧ୍ୟ କୁକୁରଙ୍କୁ ବିଶ୍ବାସର ପ୍ରତୀକ ମାନିଥାନ୍ତି। କିନ୍ତୁ ଆଜି ଆମେ ଭାରତୀୟ ସେନାର କିଛି ନିୟମ ବିଷୟରେ ଆଲୋଚନା କରିବା ଯାହା ଆପଣ ବୋଧ ହୁଏ ଜାଣିନଥିବେ। ଆପଣ ଏହି କଥା ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଅବସର ପରେ ଭାରତୀୟ ସେନା ନିଜର ବିଶ୍ବାସୀ କୁକୁରକୁ ଗୁଳି କରି ମାରିଦିଅନ୍ତି। ଆପଣ ଏହାର କାରଣ ଜାଣି ମଧ୍ୟ ଚମକି ଯିବେ। ଭାରତୀୟ ସେନାରେ କୁକୁରଙ୍କୁ ମଧ୍ୟ ଅଫିସର ହିସାବରେ ଗଣନା କରାଯାଏ। କିନ୍ତୁ ସେମାନଙ୍କ ସହ ଏପରି କାହିଁକି ହୋଇଥାଏ। ଭାରତୀୟ ସେନାରେ ଯେଉଁ କୁକୁରମାନେ କାମ କରନ୍ତି ତାଙ୍କୁ ଅବସର ପରେ ସେନା ଦ୍ବାରା ଗୁଳି କରି ମାରି ଦିଆଯାଏ। ଏହି କଥାକୁ ନେଇ ଲୋକଙ୍କ ମନରେ ବିଭିନ୍ନ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ। କିନ୍ତୁ ନିରାପତ୍ତା କାରଣ ଯୋଗୁଁ କୁକୁରମାନଙ୍କୁ ମାରି ଦିଆଯାଏ।

ଆର୍ମିଙ୍କ କହିବା ଅନୁସାରେ ଅବସର ପରେ କୁକୁରମାନେ ଏପରି ବ୍ୟକ୍ତିମାନଙ୍କ ପାଖକୁ ଚାଲିନଯାଆନ୍ତୁ ଯାହା ଦ୍ବାରା ଦେଶ ପାଇଁ ବିପଦ ସୃଷ୍ଟି ହେବ। କାରଣ ଆର୍ମି ସେନାର ସମସ୍ତ କୁକୁର ପାଖାପାଖି ସମସ୍ତ ଗୁପ୍ତ ସ୍ଥାନ ବିଷୟରେ ଜାଣିଥାନ୍ତି।

ଯେତେବେଳେ କୁକୁରମାନେ ରୋଗଗ୍ରସ୍ତ ହୁଅନ୍ତି ତାଙ୍କୁ ଚିକିତ୍ସା କରାଯାଇଥାଏ। କିନ୍ତୁ ମାସେ ପରେ ଯଦି କୁକୁରର ଅବସ୍ଥାରେ କୈାଣସି ପ୍ରକାର ଉନ୍ନତି ଦେଖାଯାଇନଥାଏ ତେବେ ସେନାରେ ଥିବା ଅଫିସରମାନେ କୁକୁରକୁ ମାରିଦିଅନ୍ତି।

କୁକୁରମାନେ କିଛି କହି ପାରନ୍ତିନାହିଁ କିନ୍ତୁ ଏମାନେ ମଣିଷମାନଙ୍କଠାରୁ ମଧ୍ୟ ଅଧିକ ବୁଦ୍ଧିମାନ୍ ହୋଇଥାନ୍ତି।

   Related Posts