Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ସୀମାରେ ଅନୁପ୍ରବେଶ କରୁଥିବା ୫ ଆତଙ୍କୀ LOCରେ ନିହତ, ୫ ଭାରତୀୟ ଯବାନ ସହିଦ

6/04/2020 at 6:43 PM

ଶ୍ରୀନଗର ୦୬।୦୪: କରୋନା ଭାଇରସ୍ ସଂକ୍ରମଣରେ ସଂପ୍ରତି ଦୁନିଆରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଖୋଦ୍ ପାକିସ୍ତାନ ମଧ୍ୟ ଏହି ଭାଇରସ୍‌ରେ ତଳିତଳାନ୍ତ। ତଥାପି ସେ ନିଜର ହୀନ ମାନସିକତାରୁ ନିବୃତ୍ତ ହେଉନାହିଁ। ସୋମବାର ଜାମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା(ଏଲଓସି)ରେ ପାକିସ୍ତାନ ପକ୍ଷରୁ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ ଚେଷ୍ଟା କରାଯାଇଛି। ଏହାକୁ ଭାରତୀୟ ସେନା ପଣ୍ଡ କରି ଦେଇଛନ୍ତି। ଭରାତୀୟ ସେନା ଅପରେସନ ଚଳାଇ ପାଞ୍ଚ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି। ମାତ୍ର ଏହି ଅଭିଯାନରେ ଭାରତୀୟ ସେନାର ପାଞ୍ଚ ଯବାନ ସହିଦ ହୋଇଛନ୍ତି। ଏହି ସୂଚନା ଭାରତୀୟ ସେନାର ମୁଖପାତ୍ର କର୍ଣ୍ଣେଲ ଅମନ ଆନନ୍ଦ ଦେଇଛନ୍ତି।

କର୍ଣ୍ଣେଲ ଅମନ ଆନନ୍ଦଙ୍କ ଅନୁଯାୟୀ ଭାରତୀୟ ସେନାକୁ ନିୟନ୍ତ୍ରଣ ରେଖାରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀଙ୍କ ଅନୁପ୍ରବେଶର ଗୁଇନ୍ଦା ସୂଚନା ମିଳିଥିଲା। ଏହା ପରେ ଭାରତୀୟ ସେନା ଅଭିଯାନ ଆରମ୍ଭ କରିଥିଲା ଏବଂ ବରଫ ମଧ୍ୟରେ ଜାରି ଲଢେଇରେ ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି। ଆତଙ୍କବାଦୀଙ୍କ ଅନୁପ୍ରବେଶର ସୂଚନା ମିଳିବା ମାତ୍ରେ ପାରା ସ୍ପେଶାଲ ଫୋର୍ସର ଜୁନିୟର କମାଣ୍ଡର ଅଫିସରଙ୍କ ନେତୃତ୍ଵରେ ଚାରି ଯବାନଙ୍କୁ ଏଲଓସି ନିକଟରେ ବିମାନରୁ ଅବତରଣ କରାଯାଇଥିଲା।

ତାଙ୍କ ମୁତାବକ ଆତଙ୍କବାଦୀଙ୍କ ସହିତ ଗୁଳିବିନିମୟ ସମୟରେ ଘଟଣାସ୍ଥଳରେ ତିନି ଯବାନ ସହିଦ ହୋଇଛନ୍ତି। ବାକି ଦୁଇ ଯବାନ ନିକଟରେ ସୈନିକ ହସ୍ପିଟାଲକୁ ବିମାନ ଦ୍ଵାରା ନେବା ବେଳେ ସହିଦ ହୋଇଛନ୍ତି।

   Related Posts