ସେନାକୁ ସାଲ୍ୟୁଟ : ଉତାପ -୨୫ ଡିଗ୍ରୀ, ତଥାପି LOCରେ ଭାରତୀୟ ଯବାନ ଅପରାଜିତ

Published By : Prameya-News7 Bureau | January 02, 2020 IST

ଶ୍ରୀନଗର ୦୧।୦୧: ଜାମ୍ମୁ-କାଶ୍ମୀରର ୭୦୦କିମି ଲମ୍ବା ନିୟନ୍ତଣ ରେଖାରେ ଭାରତୀୟ ସେନାକୁ ହାଇଆଲର୍ଟରେ  ରଖାଯାଇଛି । LOCରେ ପାଗକୁ ଓ ପରିସ୍ଥିତି ଦେଖି ଏହା ମହତ୍ବପର୍ଣ୍ଣ ବୋଲି ମନେ କରାଯାଉଛି । ନିୟନ୍ତଣ ରେଖାରେ ଅତ୍ୟଧିକ ସତର୍କତା ସହ ରଖିବାକୁ କୁହାଯାଇଛି ।  ଆତଙ୍କବାଦୀମାନେ ଅନୁପ୍ରବେଶ କରିବା  ନୂଆ ନୂଆ ପଥା ଅନୁସରଣ କରୁଛନ୍ତି । ସ୍ଥାନୀୟଅଞ୍ଚଳରେ ପ୍ରବଳ ମାତ୍ରାରେ ବରଫପାତ ହୋଇଥିବାରୁ ଆତଙ୍କବାଦୀମାନେ ଏହାର ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି  । କାଶ୍ମୀରର ନିୟନ୍ତ୍ରଣ ରେଖାର ବିଭିନ୍ନ ସ୍ଥାନରେ ତାପମାତ୍ରା ଶୁନ୍ୟରୁ -୩୦ ଭିତରେ ରହିଥାଏ । କାରଣ ଏହିସବୁ ସ୍ଥାନ ସମୁଦ୍ର ତଟରୁ ୧,୧୦୦ ଫୁଟରୁ ୧୫,୦୦୦ହଜାର ମଧ୍ୟରେ ରହିଥାଏ । କେତେକ ସ୍ଥାନରେ ବରଫର ମୋଟା ଚାଦର ୧୫ରୁ ୨୦ ଫୁଟ ମଧ୍ୟ ରହିଥାଏ। ଏଭଳି ପରିସ୍ଥିତିରେ ସୈନ୍ୟବାହିନୀ ଓ ସେନା ଅଧିକାରୀ ନିୟନ୍ତ୍ରଣ ରେଖା ରହି ଜୀବନଯାପନ କରିବା ଅତ୍ୟନ୍ତ କଠିନ ହୋଇଥାଏ । କିନ୍ତୁ  ସୈନ୍ୟବାହିନୀ ଏପରି ସମସ୍ତ ବାଧାବିଘ୍ନର ସମ୍ମୁଖୀନ କରି  ପ୍ରତିପକ୍ଷଙ୍କୁ ଦୃଢ ଜବାବ ଦେଉଛନ୍ତି ।

{"id":205722,"width":574,"height":403,"sizeSlug":"large"}

ଜାମ୍ମୁ-କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହଟାଇବା ପରେ ପାକିସ୍ତାନ ତରଫରୁ କାଶ୍ମୀର ସମେତ ବିଭିନ୍ନ ଅଞ୍ଚଳରେ ଦୈନଦିନ ଅସ୍ତ୍ର ବିରତି ଉଲ୍ଲଂଘନ କରାଯାଉଛି । ଭାରତୀୟ ସେନା ଏହାର ଦୃଢ ଜବାବ ଦେଉଛି । ଆତଙ୍କବାଦୀଙ୍କ ମାନେ ଭାରତୀୟ ସୀମାରେ ପ୍ରବେଶ କରିବା ପାଇଁ ଉଦ୍ୟମ ଚଲାଇଛନ୍ତି । LOCର ନିକଟବର୍ତ୍ତୀ ସମସ୍ତ ଅଞ୍ଚଳରେ ଅତ୍ୟଧିକ ସତର୍କତା ସହ ରହିବାକୁ ସୈନ୍ୟ ବାହିନୀକୁ ନିର୍ଦ୍ଦେଶ ଦିଆଯାଇଛି ।

{"id":205723,"width":576,"height":383,"sizeSlug":"large"}

ଜମ୍ମୁ-କାଶ୍ମୀରର LOC ସହ ସୀମାବର୍ତ୍ତୀ ଅଞ୍ଚଳରେ ଉଚ୍ଚ ପଦ୍ଧତିର ବନ୍ଧ ନିର୍ମାଣ କରାଯାଇଛି । କିନ୍ତୁ କେତେକ ସ୍ଥାନରେ ପ୍ରବଳ ମାତ୍ରାରେ ବରଫପାତ ଓ ହିମସ୍କଳନ ଯୋଗୁଁ  ବନ୍ଧ କ୍ଷତିଗ୍ରସ୍ତ ହୋଇଯାଉଛି । ଯାହାଦ୍ବାରା ଆତଙ୍କବାଦୀ ଅନୁପ୍ରବେଶ କରିବା ପାଇଁ ସହଜ ହୋଇଯାଉଛି । ଏଥିପାଇଁ ସେନାବାହିନୀ ଏକ ଅତିରିକ୍ତ ସତର୍କତା ରହିବା ଆବଶ୍ୟକ ବୋଲି ସୈନ୍ୟବାହିନୀର ଜଣେ ଅଧିକାରୀ କହିଛନ୍ତି ।

{"id":205724,"sizeSlug":"large"}

LOC ପାରରେ ସେନାବାହିନୀର ଥିବ ଅଗ୍ରୀମ ଚେକ ପୋଷ୍ଟରେ ମୁତୟନ ହେବା କଷ୍ଟକର ହୋଇଥାଏ। ତେଣୁ ଆମେ ସତର୍କତା ସହ ଚେକ ପୋଷ୍ଟରେ ମୁତୟନ ରହିବାକୁ ପଡିଥାଏ । ଯବାନ ଓ ସୈନ୍ୟ ଅଧିକାରୀମାନେ ଦୁଇ ଦିନ ଆରାମ ଦିଆଯାଇଥାଏ । ୩ୟ ଦିନ ପରେ ସେମାନଙ୍କୁ ୩କିମି ପାଦରେ ଚାଲିବାକୁ ପଡିଥାଏ , ପରେ ୪ର୍ଥ ଦିନ ସେମାନେ ଗୋଟିଏ କିଲୋମିଟର ଚାଲି ନିଜ ପୋଷ୍ଟରେ ଆଗରେ ପହ଼ଞ୍ଚିଥାନ୍ତି । ସୀମା ଆରପଟୁ ପ୍ରତିପକ୍ଷଙ୍କ ଧମକ ମିଳିବା ସହ ବରଫପାତ ଭଳି କଠିନ  ପରିସ୍ଥିତିର ସାମ୍ନା କରିବାକୁ ସୈନ୍ୟବାହିନୀଙ୍କୁ ପଡିଥାଏ । ସମସ୍ତ କ୍ଷେତ୍ରରେ ପାଣି ଜମା ହୋଇ ରହିଯାଇଥାଏ, ତେଣୁ ଏଥିପାଇଁ ସୈନିକ ନିଜ ଦୈନିକ କାର୍ଯ୍ୟ ପାଇଁ ବରଫକୁ ତରଳାଇଥାନ୍ତି ।  ସୈନିକ ଓ ଅଧିକାରୀମାନଙ୍କୁ ଶୀତର ଗଭୀର ସ୍ରୋତ ଓ ନିୟନ୍ତ୍ରଣ ରେଖାରୁ ଥଣ୍ଡାରୁ ରକ୍ଷା ପାଇବା ପାଇଁ ବିଶେଷ ବସ୍ତ୍ର ପ୍ରଦାନ କରିବା ପାଇଁ କୁହାଯାଇଛି ।

{"id":205725,"sizeSlug":"large"}

୨୦୧୮ ତୁଳନାରେ ୨୦୧୯ରେ ପାକିସ୍ତାନ ପକ୍ଷରୁ ଯୁଦ୍ଧ ବିରତି ଉଲ୍ଲଂଘନ ସଂଖ୍ୟାରେ ବୃଦ୍ଧି ପାଇଛି ।ସୀମାରେ ଉଭୟ ପଡୋଶୀ ଦେଶ ଭାରତ-ପାକିସ୍ତାନ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ବୁଧବାର ଦିନ ନୌସେରା ସେକ୍ଟରରେ ଅନୁପ୍ରେବଶ କରି ନିକଟ ଗାଁରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ସେନାର ସର୍ଚ୍ଚ ଅପରେସନ ସମୟରେ ଦୁଇ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.