ଚୀନ୍ ସେନା କାହିଁକି ହଟିଲା ? ଲଦାଖର ଉଚ୍ଚ ଓ ଦୁର୍ଗମ ଯୁଦ୍ଧ କ୍ଷେତ୍ରରେ ଭାରତୀୟ ସେନା ଅଧିକ ଶକ୍ତିଶାଳୀ , ଋଷ–ୟୁରୋପ-ଆମେରିକା ବି ପଛରେ

Published By : Prameya-News7 Bureau | June 10, 2020 IST

ନୂଆଦିଲ୍ଲୀ ୧୦।୦୬ : ଭାରତୀୟ ସେନାର ପ୍ରଂଶସକ ପାଲଟିଲେ ଚୀନ୍‌ ବିଶେଷଜ୍ଞ । ପର୍ବତ ଓ ଦୁର୍ଗମ ଅଞ୍ଚଳରେ ଭାରତୀୟ ସେନାର ସାମର୍ଥ୍ୟ ଅଧିକ , ଏବଂ ଏହି ସବୁ କ୍ଷେତ୍ରରେ ଭାରତ ଅନ୍ୟ ଦେଶ ତୁଳନାରେ ବହୁ ଆଗରେ ରହିଛି ବୋଲି ଚୀନ୍‌ର ଜଣେ ବିଶେଷଜ୍ଞ କହିଛନ୍ତି । ତାଙ୍କ ମତରେ   ପର୍ବତ ଓ ଦୁର୍ଗମ ଅଞ୍ଚଳରେ ଭାରତ ବହୁତ ଶକ୍ତିଶାଳୀ ଓ ଆଗକୁ ମଧ୍ୟ ଅଧିକ ଶକ୍ତିଶାଳୀ ହେବାର ଯୋଜନା କରୁଛି । ତେଣୁ ଏସବୁ କ୍ଷେତ୍ରରେ ଭାରତ ସହିତ ଯୁଦ୍ଧ କରିବା କାଠିକର ପାଠ ହେବା ବୋଲି ଅନୁମାନ କରାଯାଉଛି । ନିକଟରେ ଲଦାଖର ପୂର୍ବ ସୀମାନ୍ତରେ ଦୀର୍ଘ ଏକ ମାସ ଧରି ଜାରି ଉତ୍ତେଜନାମୂଳକ ଗତାକଲି କିଛି ଅନ୍ତ ଘଟିଛି ବୋଲି ଅନୁମାନ କରାଯାଉଛି ।  ଗଲଓ୍ଵାନ ସମେତ ତିନୋଟି ସ୍ଥାନରେ ଭାରତ ଓ ଚୀନର ସେନା ପଛକୁ ହଟିଛନ୍ତି। ଚୀନର ପିପୁଲ୍ସ ଲିବରେସନ ଆର୍ମି ଗଲଓ୍ଵାନ ଅଞ୍ଚଳ, ପାଟ୍ରୋଲିଂ ପଏଣ୍ଟ ୧୫ ଓ ହଟ୍‌ ସ୍ପ୍ରିଙ୍ଗ ଅଞ୍ଚଳରୁ ନିଜର ସେନା ଓ ଗାଡିଗୁଡିକୁ ଅଢେଇ କିଲୋମିଟର ପଛକୁ ନେଇ ଯାଇଛି। ଭାରତ ମଧ୍ୟ ନିଜ ସେନାକୁ ପଛକୁ ଫେରାଇ ନେଇଛି। ଗୋଟିଏ ପଟେ ବିବାଦ ଥମିବା ଭଳି ମନେ ହେଉଥିବା ବେଳେ ଆଉ ଗୋଟିଏ ପଟେ ଚୀନ୍‌ର ଜଣେ ବିଷେଷଜ୍ଞ ଭାରତକୁ ପ୍ରଂଶସା କରିଛନ୍ତି । ସାର୍ବଜନିନ ଭାବରେ ସେ ଭାରତକୁ ପ୍ରଶଂସା କରିଛନ୍ତି ।

{"id":283928,"sizeSlug":"large"}

ଚୀନ୍‌ର ବିଶେଷଜ୍ଞଙ୍କ ଅନୁଯାୟୀ, ଭାରତ ସେନା ଏକ ସର୍ବଶ୍ରେଷ୍ଠ ସେନା । ଭାରତ ନିକଟରେ ଦୁର୍ଗମ ଓ ପର୍ବତୀୟ ଅଞ୍ଚଳରେ ଲଢେଇ କରିବାରେ ଭାରତ ଭଲ ଅଭିକ୍ଷତା ରହିଛି । ତାଙ୍କ ମତରେ ଏହି ସବୁ ଦୁର୍ଗମ ଓ ପାହାଡି ଅଞ୍ଚଳରେ ଯୁଦ୍ଧ କରିବାରେ ଦକ୍ଷତା ଭାରତ ପାଖରେ ଯଥେଷ୍ଟ ଅଧିକ ରହିଛି । ନା ଆମେରିକା , ନା ରୁଶ, ନା ଯୁରୋପିୟ ଦେଶ ପାଖରେ ଏଭଳି କ୍ଷମତା ନାହିଁ । କେବଳ ଭାରତ ପାଖରେ ଏହିଭଳି କ୍ଷମତା ରହିଛି ।

{"id":283929,"width":584,"height":380,"sizeSlug":"large"}

ବିଶେଷଜ୍ଞଙ୍କ ଟିପ୍ପଣୀ ଏହି ସମୟରେ ଆସିଛି କି , ଯେଉଁ ସମୟରେ ସୀମା ବିବାଦ ନେଇ ଉଭୟ (ଭାରତ-ଚୀନ୍‌) ମୁହାଁମୁହିଁ ପରିସ୍ଥିତିରେ ରହିଛନ୍ତି । ଦୀର୍ଘ ଏକ ମାସ ହେଲା ଉଭୟ ଦେଶ ବାସ୍ତବିକ ନିୟନ୍ତ୍ରଣ ରେଖା(LAC)ରେ ମୁହାଁମୁହିଁ ପରିସ୍ଥିତି ରହିଛି । ଚୀନ୍‌ ବିଶେଷଜ୍ଞ ହୁଆଙ୍ଗ ଏକ ଲେଖାରେ ଲେଖିଛନ୍ତି ଯେ, ଦୁଇ ଲକ୍ଷରୁ ଅଧିକ ସୈନ୍ୟବଳ ସହିତ ଭାରତ ପର୍ବତୀୟ ଅଞ୍ଚଳରେ ସବୁଠାରୁ ଅଧିକ ସୈନ୍ୟ ମୁତୟନ ରଖିଛି । ୧୯୭୦ ମସିହାର ସମୟରେ ଭାରତୀୟ ସେନା ପର୍ବତୀୟ ଅଞ୍ଚଳରେ କେବଳ କମ୍‌ ସଂଖ୍ୟକ ସେନା ରଖିଥିଲା , କିନ୍ତୁ ଏବେ ଏହି ସଂଖ୍ୟାକୁ ବଢିଇବାରେ ଲକ୍ଷ୍ୟ କରିଛି ଭାରତ । ଭାରତ ପର୍ବତ ଅଞ୍ଚଳରେ ସୈନ୍ୟବାହିନୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଦଳ (ଲଡାଖୁ କୌର) ପ୍ରସ୍ତୁତ କରିବାକୁ ଯାଉଛି । ଭାରତର ପ୍ରତ୍ୟେକ ପର୍ବତୀୟ ସେନାଙ୍କ ନିକଟରେ ପର୍ବାତରୋହଣ ପାଇଁ ଅବଶ୍ୟକ କୌଶଳ ରହିଛି । ଆଗକୁ ମଧ୍ୟ ଏହି ଶ୍ରେଣୀରେ ସେନାଙ୍କ ପାଇଁ ଅଧିକ ପର୍ବାତରୋହୀଙ୍କ ସେନାରେ ଭର୍ତ୍ତି କରିବାକୁ ଭାରତ ଯୋଜନା ମଧ୍ୟ କରୁଛି ।

{"id":283930,"width":570,"height":421,"sizeSlug":"large"}

ସିଆଚିନ୍‌ରେ ଭାରତୀୟ ସେନା ଦୃଢ ଭାବେ ନିଜର ସୀମାକୁ ଜଗି ରହିଛି । ପାଞ୍ଚ ହଜାର ମିଟରରୁ ଅଧିକ ଉପରେ ସେନାର ଅନେକ କ୍ୟାମ୍ପ ସ୍ଥାପିତ ଅଛି । ଯେଉଁଠାରେ କି ସାତହଜାରରୁ ଅଧିକ ସେନା ମୁତୟନ ରହିଛନ୍ତି । ସବୁଠାରୁ ଉଚ୍ଚ ସେନା କ୍ୟାମ୍ପରେ ୬,୭୪୯ରହିଛି । ଭାରତ ଗତ କିଛି ଦିନ ହେଲା ଏପରି ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ ବା ନିର୍ମାଣ କରିବାରେ ଲାଗିଛି । ଯାହା ପର୍ବତ ଓ ଦୁର୍ଗମ ଅଞ୍ଚଳରେ ମଧ୍ୟ ସଠିକ୍‌ ଭାବେ କାମ କରିପାରିବ । ଭାରତ ନିଜ ସୈନ୍ୟ କ୍ଷମତା ବଢାଇବା ପାଇଁ ଆମେରିକା ଠାରୁ ଏମ୍‌ ୭୭୭, ବିଶ୍ୱର ସର୍ବାଧିକ ହାଲୁକା ୧୫୫ ଏମ୍‌ଏମ୍‌ ତୋପ ସହିତ ଗାଡି, ପରିବହନ ପାଇଁ ହେଲିକପ୍ଟର (ଚିନୁକ) ପରି ସୈନ୍ୟ ଉପକରଣ ଆଣିବାକୁ ଯୋଜନା କରୁଛି । ଏଥିପାଇଁ ମଧ୍ୟ ମୋଟ ରକମର ଅର୍ଥ ମଧ୍ୟ ଖର୍ଚ୍ଚ କରୁଛି ଭାରତ । ଚିନୁକ ହେଲିକାପ୍ଟର ତୋପ ସହିତ ଅସ୍ତ୍ରଶସ୍ତ୍ର ନେବା ଆଣିବା କରିବା ପାଇଁ ସକ୍ଷମ । ଭାରତୀୟ ସ୍ଥଳସେନା ଆମେରିକା ଠାରୁ ଏମ୍‌ଏଚ୍‌-୬୪ ଆପାଚେ ଯୁଦ୍ଧ ହେଲିକାପ୍ଟର କିଣିବା ପାଇଁ ନିଷ୍ପତ୍ତି ନେଇଛି । ଯାହାଦ୍ୱାରା କି ଘାଟିର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇପାରିବ  । ଆଗକୁ ଭାରତୀୟ ସେନା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର କିଣିବାକୁ ଯୋଜନା କରୁଛି । ଏହି କ୍ରମରେ ଗୋଳାବାରୁଦ-ବନ୍ଧୁକ ପରି ଅନେକ ଯୁଦ୍ଧ ସାମଗ୍ରୀ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.