Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ବରଫପାତରେ ଫସିଥିବା ଗର୍ଭବତୀଙ୍କ ପାଇଁ ଦେବଦୂତ ସାଜିଲା ଭାରତୀୟ ସେନା, ଏମିତି ରକ୍ଷାକଲା ଜୀବନ

3/04/2020 at 12:20 PM

ଶ୍ରୀନଗର ୦୩/୦୪ : ସେନା ଦେଶର କୌଣସି ନାଗରିକଙ୍କୁ ଅସୁବିଧା ସମୟରେ ଏକୁଟିଆ ଛାଡନ୍ତି ନାହିଁ। ପ୍ରାକୃତିକ ବିପର୍ଯ୍ୟୟ, ବନ୍ୟା, ବାତ୍ୟା, ଭୂମିକମ୍ପ କିମ୍ବା ଅନ୍ୟାନ୍ୟ ଘଟଣାରେ ଜନସାଧାରଣଙ୍କୁ ସାହାଯ୍ୟ କରିବାକୁ ସେ ସର୍ବଦା ପ୍ରସ୍ତୁତ | ବୁଧବାର ଦିନ ସେନା ଏକ ଗର୍ଭବତୀ ମହିଳାଙ୍କ ପାଇଁ ଦୂତ ହୋଇ ପହଞ୍ଚିଥିଲେ। ଅପହଞ୍ଚ ଅବସ୍ଥାରେ ଫସି ରହିଥିବା ମହିଳାଙ୍କୁ ସେନା ବିମାନ ସାହାଯ୍ୟରେ ତାଙ୍କ ଜୀବନ ରକ୍ଷା କରିଥିଲା।

ଗୁରେଜ ସେକ୍ଟରର ଡାଭାରରେ ଚାରି ଦିନ ଧରି ଫସି ରହିଥିବା ଜଣେ ଗର୍ଭବତୀ ମହିଳାଙ୍କୁ ସେନାର ସ୍ନୋ ଲେପର୍ଡ ବ୍ରିଗେଡ୍ ସେନା ବିମାନରେ ନେଇଥିଲେ । ରଜଦାନ ପାସରେ ପ୍ରବଳ ତୁଷାରପାତ ହେତୁ ଗୁରେଜ ଉପତ୍ୟକା କାଶ୍ମୀରର ବାକି ସ୍ଥାନରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ଚାରି ଦିନ ପାଗ ଖରାପ ଥିଲା ଏବଂ ଏଲଓସି ନିକଟରେ ଥିବା ସତନି ଗାଁର ଜଣେ ଗର୍ଭବତୀ ମହିଳା ଜୟତୁନା ବେଗମ୍ ଗୁରୁତର ଅସୁସ୍ଥ ହୋଇ ଥିଲେ | ସେ ଡାକ୍ତରଖାନାରେ ପହଞ୍ଚି ପାରିନଥିଲେ।

ବୁଧବାର ଦିନ ନାଗରିକ ପ୍ରଶାସନ ସ୍ନୋ ଲେପର୍ଡ ବ୍ରିଗେଡକୁ ସୂଚନା ଦେଇଥିଲେ ଯେ ଅସୁସ୍ଥ ମହିଳାଙ୍କୁ ସେଠାରୁ ସ୍ଥାନାନ୍ତର କରିବା ବ୍ୟବସ୍ଥା କରାଯାଉ। ସୂଚନା ପାଇ ସେନା ମହିଳାଙ୍କ ପାଖରେ ପହଞ୍ଚିଥିଲା | ସେଠାରେ ସେନା ପହଞ୍ଚିବା ପରେ ମହିଳା ଜଣକ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଏବଂ ତାଙ୍କ ହୋମୋଗ୍ଲୋବିନ୍ ମଧ୍ୟ କମ୍ ଥିଲା ଏବଂ ତାଙ୍କୁ ତୁରନ୍ତ ଅସ୍ତ୍ରୋପଚାରର ଆବଶ୍ୟକତା ଥିଲା। ସେନା ତୁରନ୍ତ ତାଙ୍କୁ ଡାବର ଆର୍ମି କ୍ୟାମ୍ପକୁ ନେଇଗଲେ | ସେଠାରେ ସେନା ମେଡିକାଲ୍ ଟିମର ସ୍ଥାନୀୟ ଡାକ୍ତର ମହିଳାଙ୍କୁ ପରୀକ୍ଷା କରିଥିଲେ ।

ଏହା ପରେ ମହିଳାଙ୍କୁ ସେନାର ଗୁରେଜ ହେଲିପ୍ୟାଡରୁ ଶ୍ରୀନଗରର ଏଲଡି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସାମରିକ ଅଧିକାରୀ କହିଛନ୍ତି ଯେ ଡାବରରେ ଏକ ସିଭିଲ୍ ହସ୍ପିଟାଲ୍ ଅଛି, କିନ୍ତୁ ସେଠାରେ ଡାଇଗ୍ନୋଷ୍ଟିକ୍ ଏବଂ ଅନ୍ୟାନ୍ୟ ଚିକିତ୍ସା ସୁବିଧା କମ ଅଛି | କରୋନା ସଙ୍କଟ ସତ୍ୱେ ଡାଭରରେ ଆର୍ମି ମେଡିକାଲ୍ ଟିମ୍ ମହିଳାଙ୍କ ଉପଚାର କରିଥଲେ । ସେନାର ଏହି କାର୍ଯ୍ୟ ପାଇଁ ସେହି ଅଞ୍ଚଳର ଲୋକମାନେ ସେନାକୁ ପ୍ରଶଂସା କରୁଛନ୍ତି।

   Related Posts