Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ରୋଜଗାରିଆ ପୁଅ ହୋଇଗଲେ ଶହୀଦ : ଆଶଙ୍କା ଓ ଅନିଶ୍ଚିତତାରେ ହାବିଲଦାର ପାଜାନିଙ୍କ ପରିବାର

17/06/2020 at 12:56 PM

 ରାମନାଥପୁରମ୍ ୧୭/୬: ତାମିଲନାଡୁର ରାମନାଥପୁରମ୍ ଜିଲ୍ଲାର ହାବିଲଦାର ପାଜାନି ଏହି ତିନି ଜଣ ଭାରତୀୟ ସୈନିକଙ୍କ ମଧ୍ୟରେ ଅଛନ୍ତି ,ଯେଉଁମାନେ ଲଦାଖ ନିକଟରେ ଚୀନ୍ ସେନା ସହ ଲଢ଼ିବା ସମୟରେ ଶହୀଦ ହୋଇଛନ୍ତି । ୧୬ ବିହାରର କମାଣ୍ଡିଂ ଅଫିସର କର୍ଣ୍ଣେଲ ସନ୍ତୋଷ  ବାବୁ ଏବଂ ସିପୋଇ ଓଝା ମଧ୍ୟ ଚାଇନାର ସେନା ସହ ସୋମବାର ରାତିରେ ଘଟିଥିବା ହିଂସାକାଣ୍ଡରେ ଜୀବନ ଦେଇଛନ୍ତି । ତାମିଲନାଡୁର ରାମନାଥପୁରମ୍ ଜିଲ୍ଲାର କାଦୁକ୍କାଲୁର ଗାଁର ଏହି ସୈନିକ ଦୁଇ ପିଲାଙ୍କ ପିତା ଓ ତାଙ୍କ ପରିବାରର ସେ ହେଉଛନ୍ତି  ଏକାକୀ ରୋଜଗାର ବ୍ୟକ୍ତି । ସେ ୨୨ ବର୍ଷ ଧରି ଭାରତୀୟ ସେନାରେ ସେବା କରି ଆସୁଥିଲେ ।

ସହିଦ ହାଭିଲଦାର ପାଜାନିଙ୍କର ଶ୍ୱଶୂର ନଚିଆପ୍ପାନ କହିଛନ୍ତି ଯେ, ହାଭିଲଦାର ପାଜାନି ସହିଦ ହେବା ଖବର ତାଙ୍କୁ ରାଜସ୍ଥାନରୁ ଜଣେ ଆର୍ମି ଅଫିସର ଦେଇଥିଲେ ।  କହିଥିଲେ  ଭାରତ-ଚୀନ ହିଂସାତ୍ମକ ସଂଘର୍ଷରେ ପାଜାନି ସହିଦ ହୋଇଛନ୍ତି ।

ଚଳିତ ବର୍ଷ ଜାନୁଆରୀରେ ତାଙ୍କ ସହରର ଏହି ଘରକୁ ଆସିଥିଲେ। ପରିବାର ତାଙ୍କ ଆୟ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ବୋଲି  ତାଙ୍କ ଶ୍ୱଶୂର କହିଛନ୍ତି ।

 

   Related Posts