ହାଓ ଇଜ୍‌ ଦି ଟି- ପାକିସ୍ତାନକୁ ତା ଷ୍ଟାଇଲ୍‌ରେ ଜବାବ, ଚା ପିଆଇ ଆତଙ୍କବାଦୀଙ୍କ ଠାରୁ ସତ ଓଗାଳିଲା ଭାରତୀୟ ସେନା

Published By : Prameya-News7 Bureau | September 04, 2019 IST

ଶ୍ରୀଗର ୪।୯ - ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଠିବା ପରଠୁ ପାକିସ୍ତାନର ନିଦ ହଜିଯାଇଛି ।ସେଥିପାଇଁ କାଶ୍ମୀରରେ କୌଣସି ମତେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରୁଛି । ଏହାର ପ୍ରମାଣ ମିଳିଛି ସେନା ହାତରେ ଧରାପଡ଼ିଥିବା ୨ ଜଣ ଆତଙ୍କବାଦୀଙ୍କ ମୁହଁରୁ । ଏହି ଦୁଇ ଆତଙ୍କବାଦୀଙ୍କର ଭିଡିଓ ଆଜି ସେନା ଜାରି କରିଥିବା ବେଳେ ଆମେରିକାର ପୂର୍ବତନ ପ୍ରତିରକ୍ଷା ସଚିବ ଜିମ୍ ମାଟ୍ଟିସ୍‌ କହିଛନ୍ତି ଯେ ବିଶ୍ବର ସବୁଠୁ ବିପଜ୍ଜନକ ଦେଶ  ପାକିସ୍ତାନ ।

{"id":153049}

ହାଉ ଇଜ୍‌ ଦି ଟି। ପାକିସ୍ତାନୀ ଆତଙ୍କବାଦୀ ମୁହଁରୁ ଚାର ସ୍ବାଦ ଓଗାଳିଛି ଭାରତୀୟ ସେନା। ଗ୍ଲାସରୁ ଚା ପିଅ ପିଉ ବାହାର କରିଛି ଗୋଟିଏ ପରେ ଗୋଟିଏ ସତ।  ଚା ପିଉଥିବା ବ୍ୟକ୍ତି ପାକିସ୍ତାନୀ ଆତଙ୍କବାଦୀ । ଲସ୍କର ଏ ତାଇବାର ସଦସ୍ୟ। ୟା ସହିତ ଆଉ ଜଣ ଦୁଇଜଣଙ୍କୁ ଅଗଷ୍ଟ ୨୧ ତାରିଖରେ ଗିରଫ କରିଥିଲା ଭାରତୀୟ ସେନା। ତେବେ ଏହି ଦୁଇ ଲସ୍କର ଆତଙ୍କବାଦୀଙ୍କୁ ଚେଙ୍କ ନଦେଇ କାହିଁକି  ଚା' ପିଆଇଲା ସେନା । ଚା ପିଇବାର ଭିଡିଓ କାହିଁକି ଜାରି କଲା।  ଏହି ଭିଡିଓ ପାକିସ୍ତାନର ସେହି ଭିଡିଓର ଜବାବ, ଯାହାକୁ ପାକିସ୍ତାନ ଜାରି କରିଥିଲା ଫେବ୍ରୁଆରି ୨୮ରେ।  ସେହିଦିନ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ପାକ୍‌ ସେନା ବନ୍ଦୀ କରିଥିଲା।  ଚା' ପିଇବାକୁ ଦିଆଯାଇଥିଲା ଆଉ ଅକଥନୀୟ ନିର୍ଯାତନା ଦିଆଯାଇଥିଲା । ଏମିତି ଏକ ଭିଡିଓ ଜାରି କରି ଅନ୍ତର୍ଜାତୀୟ ମହଲରେ ଭାରତକୁ ଅପମାନିତ କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ। ଆଉ ଏବେ ୬ ମାସ ପରେ ସେହି ଚା ଗିଲାସରୁ ବାହାରିଛି ପାକିସ୍ତାନୀଙ୍କ ସତ କାହାଣୀ। କେମିତି ପାକ ସେନା ସେମାନଙ୍କୁ ସୀମା ପାର କରାଇଥିଲେ। କେମିତି ସେମାନେ କାଶ୍ମୀରକୁ ଆସିଥିଲେ

{"id":153050}

ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଠିବା ପରଠୁ ପାକିସ୍ତାନର ନିଦ ହଜିଯାଇଛି । ଡହଳ ବିକଳ ହେଉଛି ଭାରତରେ କେମିତି ବିଶୃଙ୍ଖଳା ସୃଷ୍ଟି କରିବ। ପାକିସ୍ତାନଜାମ୍ମୁ କାଶ୍ମୀରରେ ବାରମ୍ବାର ହିଂସାକାଣ୍ଡ ସୃଷ୍ଟି କରିବାକୁ ଚେଷ୍ଟା କରୁଛି, କିନ୍ତୁ ବିଫଳ ହେଉଛି ।

ଗୋଟିଏ ପଟେ ଭାରତ-ପାକିସ୍ତାନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସେପଟେ ଆମେରିକାର ପୂର୍ବତନ ପ୍ରତିରକ୍ଷା ସଚିବ ଜିମ୍‌ ମାଟ୍ଟିସ କହିଛନ୍ତି ଯେ ପାକିସ୍ତାନ ହେଉଛି ବିଶ୍ବର ସବୁଠୁ ବିପଜ୍ଜନକ ରାଷ୍ଟ୍ର । ମାଟ୍ଟିସ୍ ତାଙ୍କ ଆତ୍ମଜୀବନୀ ‘କଲ୍ ସାଇନ୍ କାଓସ୍‌ ଲର୍ଣ୍ଣିଂ ଟୁ ଲିଡ୍‌’ ରେ ଉଲ୍ଲେଖ କରିଛନ୍ତି ଯେ ପାକିସ୍ତାନ ପରମାଣୁ ଅସ୍ତ୍ରଶସ୍ତ୍ର ନିର୍ମାଣ ଦିଗରେ ଦ୍ରୁତ ଅଗ୍ରସର ହେଉଛି । ନିଜ ମାଟିରେ ବଢୁଥିବା ଆତଙ୍କବାଦ ଏବଂ ଆଣବିକ ଅସ୍ତ୍ରଶସ୍ତ୍ର ପାଇଁ ପାକିସ୍ତାନ ସବୁଠୁ ବିପଦଜନକ ଦେଶ ବୋଲି ମାଟ୍ଟିସ୍ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.