କରୋନାରେ ନେପାଳକୁ ୧୦ ଭେଣ୍ଟିଲେଟର ସହାୟତା ଦେଲା ଭାରତ

Published By : Prameya-News7 Bureau | August 09, 2020 IST

କାଠମାଣ୍ଡୁ ୯।୮: କୋରୋନା ଭାଇରସ ମହାମାରୀ ନେପାଳରେ ମଧ୍ୟ ସଂକ୍ରମିତ ହେଉଛି। ଦେଶରେ ସଂକ୍ରମଣ ଯୋଗୁ ଏପର୍ଯ୍ୟନ୍ତ ୭୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଭାରତ ପକ୍ଷରୁ  ସେନା ମାଧ୍ୟମରେ କୋଭିଡ ଚିକିତ୍ସା ନିମନ୍ତେ ୧୦ଟି ଭେଣ୍ଟିଲେଟର ପ୍ରଦାନ କରାଯାଇଛି। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନେପାଳରେ ଭାରତର ରାଜଦୂତ ବିନୟ ମୋହନ କ୍ୱାତ୍ରା ସେନା ମୁଖ୍ୟ ପୂର୍ଣ୍ଣ ଚନ୍ଦ୍ର ଥାପାଙ୍କୁ ଭେଣ୍ଟିଲେଟର ଅର୍ପଣ କରିଛନ୍ତି।

କରୋନାରେ ଗୁରୁତର ରୋଗୀଙ୍କ ଲାଗି ଭେଣ୍ଟିଲେଟର ଅତ୍ୟନ୍ତ ଆବଶ୍ୟକ। ଏଥିରେ କୋଭିଡ ଚିକିତ୍ସା ନିମନ୍ତେ ଆଇସିୟୁ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ୧୦ଟି ଭେଣ୍ଟିଲେଟର ପ୍ରଦାନ କରିଥିବା ମୋହନ କ୍ୱାତ୍ରା କହିଛନ୍ତି। ଏହି ଭେଣ୍ଟିଲେଟର ନେପାଲ ସେନା ଲାଗି ପ୍ରଦାନ କରାଯାଇଥିବା ବେଳେ ଭାରତୀୟ ସେନା ପକ୍ଷରୁ ନେପାଳ ସେନାକୁ ଏହା ମାନବୀୟ ସହାୟତା ବୋଲି କୁହାଯାଇଛି।

ନେପାଳ ସରକାର ନକ୍ସା କୁଟନୀତି ଚଳାଇଥିବା ବେଳେ ଭେଣ୍ଟିଲେଟର ସହାୟତା ନେପାଳ ସେନାକୁ ଚକିତ କରିଛି। ତେବେ ଏଭଳି ସହାୟତା ପ୍ରଦାନରେ ଭାରତର ପୂର୍ବରୁ ରେକର୍ଡ ରହିଛି ବୋଲି କୁହାଯାଇଛି। ହେଲେ ଭାରତୀୟ ସେନା ସହ ନେପାଳୀର ସେନାର ଦୀର୍ଘ ସମ୍ପର୍କକୁ ଦୃଷ୍ଟି ରଖି ଭେଣ୍ଟିଲେଟର ପ୍ରଦାନ କରାଯାଇଥିବା କ୍ୱାତ୍ରା କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.