ଭାରତୀୟ ସେନାଙ୍କୁ ମିଳିଲା ଆଉ ଏକ ସଫଳତା, ଟ୍ରକରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ କରାଗଲା ଗିରଫ…

Published By : Prameya-News7 Bureau | September 22, 2019 IST

ଶ୍ରୀନଗର୨୨|୯: ଦକ୍ଷିଣ କାଶ୍ମରର ପୁଲଓ୍ବାମା ଜିଲ୍ଲାରେ ଜୈଶ-ଏ-ମହମ୍ମଦର ଦୁଇଜଣ ସକ୍ରିୟ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି। କାଠୁଆରେ ଗିରଫ ହୋଇଥିବା ତିନିଜଣ ଆତଙ୍କବାଦୀ ଦେଇଥିବା ସୂଚନା ଆଧାରରେ ପୋଲିସ ପୁଣି ଏହି ଦୁଇଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ଗିରଫ କରିଛି। ପାକିସ୍ତାନର ପଞ୍ଜାବରୁ କିଛି ଆତଙ୍କବାଦୀ କାଶ୍ମୀରକୁ ଆସିଥିବା କଥା ସେନା ଅଧିକାରୀ ସୂଚନା ଦେଇଥିଲେ।

ଆତଙ୍କବାଦୀମାନେ ଏକ ଟ୍ରକରେ ଯାତ୍ରା କରୁଥିବା କଥା ପୋଲିସକୁ ସୂଚନା ମଳିଥିଲା। ପୋଲିସ ଖବର ପାଇବା ପରେ ଯବାନ ଓ ପୋଲିସ ମିଳିତ ଉଦ୍ୟମରେ ଛାନ୍ନଭିନ ଆରମ୍ଭ କରିଥିଲେ। ଏହାପରେ ଟ୍ରକରେ ଲୁଚି ରହିଥିବା ଦୁଇ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିବା ସହ ଏକେ-୪୭ ଓ ଏକେ-୫୬ ଭଳି ମାରଣାସ୍ତ୍ର ତାଙ୍କ ପାଖରୁ  ଜବତ କରାଯାଇଛି।

ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ପୁଲଓ୍ବାମାରେ ଜୈଶ-ଏ-ମହମ୍ମଦ ଆତଙ୍କୀ ସଗଠନକୁ ସମର୍ଥନ କରୁଥିବା ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଏମାନଙ୍କ ସହ ଟ୍ରକ ଡ୍ରାଇଭର ସାମିଲ ଥିବା କଥା ମଧ୍ୟ ଜଣାପଡିଛି। ଏହାସହ ୧ଟି ଏକେ-୫୬ ରାଇଫଲ, ୨ଟି ଏକେ-୪୭ ରାଇଫଲ , ୧୮୦ ରାଉଣ୍ଡ ଗୁଳି ଓ ନଗଦ ୧୧ ହଜାର ଟଙ୍କା ଟ୍ରକରୁ ପୋଲିସ ଜବତ କରିଛି।

ଏବେ ସୁଦ୍ଧା ୬ ଜଣ ଆତଙ୍କବାଦୀଙ୍କୁ  ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ସବୁ ଆତଙ୍କବାଦୀ କାଶ୍ମୀର ଘାଟିର ବାସିନ୍ଦା ବୋଲି ପୋଲିସ କହିଛି। ଆତଙ୍କବାଦୀଙ୍କୁ ନେବା ଆଣିବା କରୁଥିବା ଟ୍ରକର ମାଲିକ ହେଉଛନ୍ତି ପୁଲଓ୍ବାମା ଜିଲ୍ଲାର ସୁହେଲ ମହମ୍ମଦ। କାଶ୍ମୀର ଘାଟିର ଜାବେଦ ଅହମ୍ମଦ ନାମକ ବ୍ୟକ୍ତି ଏହି ଟ୍ରକକୁ ଚଳାଉଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.