ହିମମାନବର ଚିହ୍ନ ଉଦ୍ଧାର କଲେ ଭାରତୀୟ ସେନା : ଟ୍ୱିଟରରେ ସେୟାର କଲେ ଫଟୋ

Published By : Prameya-News7 Bureau | April 30, 2019 IST

ଦିଲ୍ଲୀ ୩୦/୪ : ପ୍ରଥମଥର ପାଇଁ ଭାରତୀୟ ସେନା ହିମମାନବର ରହସ୍ୟମୟ ଚିହ୍ନ ଖୋଜି ବାହାର କରିଥିବା ଦାବି କରିଛି | ଭାରତୀୟ ସେନାର ଜଣେ ଅଧିକାରୀଙ୍କ ଟ୍ୱିଟର ଆକାଉଣ୍ଟରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି | ଏହାସହ ହିମମାନବ ସହ ଜଡିତ କିଛି ଫଟୋ ମଧ୍ୟ ସେୟାର କରାଯାଇଛି | ସୋସିଆଲ ମିଡ଼ିଆରେ ଏହି ଫଟୋ ଭାଇରାଲ ହେବାପରେ ୟୁଜର୍ସ ଏହାକୁ ନେଇ ନାନା ପ୍ରଶ୍ନ କରିଛନ୍ତି |

wp:core-embed/twitter {"url":"https://twitter.com/adgpi/status/1122911748829270016","type":"rich","providerNameSlug":"twitter","className":""}
https://twitter.com/adgpi/status/1122911748829270016
/wp:core-embed/twitter

ୟୁଜର୍ସ କହୁଛନ୍ତି ଯେପର୍ଯ୍ୟନ୍ତ ଭାରତୀୟ ସେନା ଏହା ସ୍ପଷ୍ଟ ନ କରିଛି ସେ ପର୍ଯ୍ୟନ୍ତ ଫଟୋ ସେୟାର କରିବା ଅନୁଚିତ |

{"id":108965}


ଭାରତୀୟ ସେନାଙ୍କ ଏକ ସୋର୍ସରୁ ଜଣାପଡିଛି ଯେ, ଭାରତୀୟ ସେନା ଫିଜିକାଲ ପ୍ରମାଣ ଆଧାରରେ ଏହିଭଳି ଦାବି କରିଛି | ଘଟଣାସ୍ଥଳର ଫଟୋ, ବ୍ୟାଖ୍ୟା ଆଧାରରେ ଭାରତୀୟ ସେନା ଏହା ଦାବି କରୁଛି | ୧୦ ଦିନ ପୂର୍ବରୁ ଏନେଇ ସୂଚନା ମିଳିଥିଲା କିନ୍ତୁ ଏହାକୁ ପ୍ରଘଟିତ କରାଯାଇନଥିଲା | କିନ୍ତୁ ହିମମାନବର କିଛି ପୁରୁଣା ଫଟୋ ଏବଂ ଥିଓରୀ ସହ ଏହି ଚିହ୍ନ ସମାନ ହେବାପରେ ଭାରତୀୟ ସେନା ଏହି ଫଟୋ ସେୟାର କରିଥିଲା |

{"id":108966}

ମିଡ଼ିଆ ରିପୋର୍ଟ ଅନୁଯାୟୀ, ଭାରତୀୟ ସେନା ମଙ୍ଗଳବାର ଦିନ ଏ ସମ୍ବନ୍ଧୀୟ ଭିଡିଓ ମଧ୍ୟ ଜାରି କରିପାରେ | ହିମମାନବର ପାଦ ଚିହ୍ନ ବେଶ କ୍ୟାମ୍ପ ନିକଟରେ ଦେଖିଥିଲା ଭାରତୀୟ ସେନା | ନେପାଳର ପୌରାଣିକ ଗାଥା ଅନୁଯାୟୀ, ହିମାଚଳ ପ୍ରଦେଶ, ମଧ୍ୟ ଏସିଆ ଏବଂ ସାଇବେରିଆରେ ହିମମାନବ ଥିଲେ |

{"id":108967}


ସୋସିଆଲ ମିଡ଼ିଆରେ ହିମମାନବ ଚିହ୍ନର ଫଟୋ ବହୁ ମାତ୍ରାରେ ସେୟାର କରାଯାଉଛି | ଫଟୋକୁ ଟ୍ୱିଟରରେ ମଧ୍ୟ ଶହ ଶହ ଥର ରିଟ୍ୱିଟ କରାଯାଇଛି | ସେନା ଟ୍ୱିଟ ଅନୁଯାୟୀ, ବରଫରେ ଭାରତୀୟ ସେନାକୁ ୩୨ ଗୁଣ ୧୫ ଇଂଚର ଚିହ୍ନ ମିଳିଥିଲା | ଘଟଣା ଏପ୍ରିଲ ୯ ତାରିଖର | କିନ୍ତୁ ଭାରତୀୟ ସେନା ଏହି ଫଟୋକୁ ୨୦ ଦିନ ପରେ ସେୟାର କରିଥିଲା | ଫାଟିକୁ ୧୨ ଘଣ୍ଟାରେ ୪୪୦୦ ଥର ରିଟ୍ୱିଟ କରାଯାଇଥିଲା |

{"id":108968}

୮୦୦ ରୁ ଅଧିକ ଲୋକେ ପ୍ରତିକ୍ରିୟା ମଧ୍ୟ ରଖିଥିଲେ | ଜଣେ ୟୁଜର କହିଥିଲେ ଯେ, ପୂର୍ବରୁ ମଧ୍ୟ ଏହିଭଳି ଦାବି କରାଯାଇଥିଲା କିନ୍ତୁ ତାକୁ ପରେ ଖାରଜ କରାଯାଇଥିଲା | ଆଉ ଜଣେ ୟୁଜର କହିଥିଲେ ଯେ, ସେନାକୁ ଏହିସବୁ ଫଟୋ ଜାରି କରିବା ଉଚିତ କିନ୍ତୁ ଏହାକୁ ନେଇ ଦାବି କରିବା ଅନୁଚିତ ଯେ, ଏହି ଚିହ୍ନ ହିମମାନବର |

{"id":108969}


ମକାଳୁ ବରୁଣ ନ୍ୟାସନାଲ ପାର୍କରେ ପୂର୍ବରୁ ହିମମାନବ ଦେଖାଦେଇଥିବା ସେନା କହିଛି |

{"id":108970}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.