ଭାରତୀୟ ସେନା ତିଆରି କଲେ ସ୍ବଦେଶୀ ଆପ୍ 'ସିକ୍ରେଟ୍ ସ୍ବଦେଶୀ ଆପ୍ SAI'

Published By : Prameya-News7 Bureau | March 01, 2021 IST

ନୂଆଦିଲ୍ଲୀ ୦୧/୦୩ : ଭାରତୀୟ ସେନା ନିଜ ବ୍ୟବହାର ପାଇଁ ଏକ ମେସେଜିଙ୍ଗ୍ ଆପ୍ ଡେଭେଲପ୍ କରିଛନ୍ତି ଯାହାର ନାଁ ସିକ୍ୟୋର ଆପ୍ଲିକେସନ୍ ଫର୍ ଇଣ୍ଟରନେଟ୍ ଅର୍ଥାତ SAI. ସୂତ୍ର ଅନୁଯାୟୀ ସେନା ଏପ୍ରିଲ ୧ ତାରିଖରୁ ଏହି ଆପ ବ୍ୟବହାର କରିବେ। ଏହି ଆପ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗ୍ନାଲ୍ ଭଳି ଆପକୁ ଟକ୍କର ଦେବ ବୋଲି କୁହାଯାଉଛି। ଏଥିରେ ଆଣ୍ଡ ଟୁ ଆଣ୍ଡ ଭଏସ୍, ଟେକ୍ସଟ ଓ ଭିଡିଓ କଲିଂ ସୁବିଧା ରହିଛି।

ପ୍ରତିରକ୍ଷା ମନ୍ତ୍ରାଳୟ ୨୦୨୦ ଅକ୍ଟୋବରରେ SAI ଆପ୍ ସମ୍ପର୍କରେ ଘୋଷଣା କରି କହିଥିଲେ ଯେ ଏହି ଏଣ୍ଡ୍ରଏଡ୍ ଆପରେ ସିକ୍ୟୁରିଟି ଫିଚର୍ ବହୁତ କଡା। ଏହା ଲୋକାଲ ଇନ୍ ହାଉସ୍ ସର୍ଭର୍ ଓ କୋଡ୍ସ ଉପରେ ଆଧାରିତ ଯାହାକୁ ଦରକାର ପଡିଲେ ବଦଳାଇ ହେବ ଏବଂ ରଦ୍ଦ ବି କରାଯାଇ ପାରିବ। ଆର୍ମିର ସାଇବର୍ ଗ୍ରୁପ୍ ଓ CERT-in ଅଡିଟର୍ ଏହି ଆପ୍ ସଂଶୋଧନ କରିଛନ୍ତି।

ଏହି ଆପ ସେନା ଭିତରେ ବ୍ୟବହାର କରାଯିବ ଯେପରି ସୁରକ୍ଷିତ ଭାବେ ଏହାକୁ ବ୍ୟବହାର କରାଯାଇ ପାରିବ। ଏହି ଆପର iOS ଡେଭେଲପମେଣ୍ଟ କାମ ଚାଲିଛି। ଏହି ଆପକୁ କର୍ଣ୍ଣଲ୍ ସାଇ ଶଙ୍କର ଡେଭେଲପ କରୁଛନ୍ତି। ଏହା ହ୍ୱାଟ୍ସଆପ, ଟେଲିଗ୍ରାମ ଓ ସିଗ୍ନାଲ ଭଳି ଆପର ସୁରକ୍ଷିତ ବିକଳ୍ପ ବୋଲି କୁହାଯାଉଛି।

ଗତ ବର୍ଷ ଜୁନ ମାସରେ ଚୀନ ସହ ବିବାଦ ଅଧିକ ବଢି ଯାଇଥିଲା। ସେତେବେଳେ ଭାରତ ୫୯ ଚାଇନା ଆପ୍ ବ୍ୟାନ କରିଦେଇଥିଲା। ଜୁଲାଇରେ ପାଖାପାଖି ୮୯ ଆପ୍ ନିଜ ମୋବାଇଲରୁ ହଟାଇବାକୁ ଭାରତୀୟ ସେନାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାପରେ ସେନାରେ ହ୍ୱାଟ୍ସଆପ ଅଧିକ ବ୍ୟବହାର ନ କରିବାକୁ ପରାମର୍ଶ ଦିଆଯାଇଥିଲା। ଏପରିକି ଭାରତୀୟ ଶସ୍ତ୍ରବଳଙ୍କୁ ବେସ ଓ ଡକୟାର୍ଡ଼ରେ ସ୍ମାର୍ଟଫୋନ ବ୍ୟବହାର ନ କରିବାକୁ କୁହାଯାଇଥିଲା।

ଏହାପରେ ଭାରତୀୟ ସେନା SAI ଆପ ଡେଭେଲପ କରିଛି ଏବଂ ରାଷ୍ଟ୍ରୀୟ ସୂଚନା ସେଣ୍ଟର Sandes ଓ ସେଣ୍ଟର ଫର୍ ଡେଭେଲପମେଣ୍ଟ ଅଫ୍ ତେଲିମେଟିକ୍ସ SAMVAD ଆପ୍ ଡେଭେଲପ୍ କରିଛି। ଏହି ଆପ୍ ଅଧିକ ସୁରକ୍ଷିତ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.