ଭାରତୀୟ ସେନା LAC ରେ ନିୟୋଜିତ କଲା T-90 ଓ T-72 ଟ୍ୟାଙ୍କ୍: ମାଇନସ୍‌ ୪୦ ଡିଗ୍ରୀରେ ମଧ୍ୟ କରିବ ଦେଶର ସୁରକ୍ଷା

Published By : Prameya-News7 Bureau | September 27, 2020 IST

ନୂଆଦିଲ୍ଲୀ ୨୭/୦୯ : ଭାରତ ଚୀନ ମଧ୍ୟରେ ଜାରି ରହିଥିବା ସୀମା ବିବାଦ ମଧ୍ୟରେ ଭାରତୀୟ ସେନା ଏଲଏସିରେ ଲଦାଖର ଚୁମର-ଡେମଚୋକ ଅଞ୍ଚଳରେ ଟ୍ୟାଙ୍କ ଓ ପଦାତିକ ଯାନ ନିୟୋଜିତ କରିଛି । ସେନା ବିଏମପି-୨ ପଦାତିକ ଯୁଦ୍ଧ ଯାନ ବା ଇନ୍ଫେଣ୍ଟ୍ରି କମ୍ବାଟ ହ୍ୱିକିଲ ସହ T-90 ଓ T-72 ଟ୍ୟାଙ୍କ ନିୟୋଜିତ କରିଛି । ଏହି ଟ୍ୟାଙ୍କର ବିଶେଷତ୍ୱ ହେଲା ଏହାକୁ ମାଇନସ ୪୦ ଡିଗ୍ରୀ ସେଲସିୟସ ତାପମାତ୍ରାରେ ମଧ୍ୟ ସଞ୍ଚାଳିତ କରାଯାଇପାରିବ । ଶୀତଦିନ ମଧ୍ୟରେ ସେନା ଦ୍ୱାରା ଏହି ଅତ୍ୟନ୍ତ କୌଶଳପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ।

{"id":335153,"sizeSlug":"large"}

ସେନାର ଏହି ପଦକ୍ଷେପକୁ ଦେଖି ୧୪ କର୍ପସ ମୁଖ୍ୟ ମେଜର ଜେନେରାଲ ଅରବିନ୍ଦ କପୁର କହିଛନ୍ତି ଯେ, ଫାୟାର ଆଣ୍ଡ ଫ୍ୟୁରୀ କର୍ପସ ଭାରତୀୟ ସେନାର ଏକମାତ୍ର ଫରମେସନ ଏବଂ ଦୁନିଆରେ ଏହିଭଳି କଠୋର ଅଞ୍ଚଳରେ ଯାନ୍ତ୍ରିକ ଶକ୍ତି ନିୟୋଜିତ କରାଯାଇଛି । ଟ୍ୟାଙ୍କ, ପଦାତିକ ସେନାର ଯୁଦ୍ଧ ବାହନ ଏବଂ ଭାରି ବନ୍ଧୁକର ରକ୍ଷଣାବେକ୍ଷଣ ଏହି ଅଞ୍ଚଳରେ ଏକ ଚ୍ୟାଲେଞ୍ଜ ।

{"id":335154,"sizeSlug":"large"}

ଅଗଷ୍ଟ ୨୯ ଓ ୩୦ ତାରିଖ ରାତିରେ ଭାରତ ପୂର୍ବ ଲଦାଖରେ ପେଂଗଙ୍ଗ କ୍ଷେତ୍ରରେ ଯଥାସ୍ଥିତି ବଦଳାଇବାକୁ ଚୀନ ସେନା ଦ୍ୱାରା ହୋଇଥିବା ଅନୁପ୍ରବେଶ ଉଦ୍ୟମ ବିଫଳ କରିଥିଲା । ପିପୁଲ୍ସ ଲିବେରେସନ ଆର୍ମିର ସେନା ପୂର୍ବ ଲଦାଖରେ ଗତଥରର ସାଧାରଣ ସହମତି ଉଲ୍ଲଂଘନ କରିଥିଲା ଏବଂ ଯଥାସ୍ଥିତି ବଦଳାଇବାକୁ ସୈନ୍ୟ ଅନୁପ୍ରବେଶ ଉଦ୍ୟମ ମଧ୍ୟ କରିଥିଲା ।

{"id":335155,"sizeSlug":"large"}

ଦୁଇ ଦେଶ ମଧ୍ୟରେ ପୂର୍ବ ଲଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ପାଖାପାଖି ୪ ମାସ ହେଲା ଗତିରୋଧ ଜାରି ରହିଛି । ଅନେକ ସ୍ଥରର ଆଲୋଚନା ପରେ ମଧ୍ୟ କୌଣସି ସଫଳତା ମିଳିନାହିଁ । ଏବେ ମଧ୍ୟ ସେଠାରେ ଗତିରୋଧ ଜାରି ରହିଛି । ଭାରତ ଏହା ମଧ୍ୟ ଜାଣିବାକୁ ପାଇଛି ଯେ ଚୀନ ପକ୍ଷ ଏଲଏସି-ପଶ୍ଚିମ (ଲଦାଖ), ମଧ୍ୟ (ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ), ଏବଂ ପୂର୍ବ (ଶିକ୍କିମ, ଅରୁଣାଚଳ ପ୍ରଦେଶ)ର ୩ଟି କ୍ଷେତ୍ରରେ ସେନା, ଆର୍ମର ଓ ଆର୍ଟିଲେରୀ ନିର୍ମାଣ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.