Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ପରମବୀର ବିକ୍ରମ ବତ୍ରା: ୨୨ ବର୍ଷ ପୂର୍ବରୁ କାରଗିଲ ଯୁଦ୍ଧରେ ପାକିସ୍ତାନକୁ ଏହିଭଳି ଧୂଳି ଚଟାଇଥିଲେ ଭାରତୀୟ ସେନା, ଜାଣନ୍ତୁ ସେହି ବୀରତ୍ୱର ଗାଥା

16/07/2021 at 7:18 PM

ନୂଆଦିଲ୍ଲୀ ୧୬/୦୭ : ୨୨ ବର୍ଷ ପୂର୍ବେ ପାକିସ୍ତାନୀ ଅନୁପ୍ରବେଶକାରୀ କାରଗିଲ ପାହାଡକୁ କବଜା କରି ନେଇଥିଲେ। ଏହା ପରେ ଭାରତୀୟ ସେନା ତାଙ୍କ ବିରୋଧରେ ‘ଅପରେସନ୍ ବିଜୟ’ ଆରମ୍ଭ କରିଥିଲା। ଏହି ଅପରେସନ୍ ବିଜୟ ୧୯୯୯ ମେ’୮ ତାରିଖରୁ ୧୯୯୯ ଜୁଲାଇ ୨୬ ଯାଏଁ ଅର୍ଥାତ ୬୦ ଦିନ ଧରି ଚାଲିଥିଲା । ଦୁର୍ଗମ ରାସ୍ତା ଯୋଗୁଁ ୫୨୭ ଭାରତୀୟ ସୈନିକ ଶହୀଦ ହୋଇଥିଲେ ଏବଂ ଏହି ଯୁଦ୍ଧରେ ୧୩୦୦ ରୁ ଅଧିକ ଆହତ ହୋଇଥିଲେ। କାରଗିଲର ଏହି ଯୁଦ୍ଧକୁ ଅପରେସନ୍ ବିଜୟ ନାମ ଦିଆଯାଇଥିଲା।

ଶିମଲା ଚୁକ୍ତିନାମା ଅନୁଯାୟୀ ଉଭୟ ଦେଶ ଶୀତଦିନେ ଫରୱାର୍ଡ ପୋଷ୍ଟରୁ ନିଜର ସୈନ୍ୟ ପ୍ରତ୍ୟାହାର କରିନିଅନ୍ତି। କିନ୍ତୁ ପାକିସ୍ତାନ ଏହି ଶିମଲା ଚୁକ୍ତିନାମାର ଭୁଲ ଫାଇଦା ଉଠାଇ ଭାରତ ପିଠିରେ ଛୁରୀ ଭୁସି ଭାରତର ଏହି ଅଞ୍ଚଳକୁ ଦଖଲ କରିଥିଲା। ଏହା ଜଣାପଡିବା ପରେ ଭାରତୀୟ ସୈନିକମାନେ ଜବାବରେ ପାକିସ୍ତାନଠାରୁ ପ୍ରତିଶୋଧ ନେଇଥିଲେ ଏବଂ ଯୁଦ୍ଧରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ତଡ଼ି କାରଗିଲ ଉପରେ ବିଜୟ ପାଇଥିଲେ। ଏସବୁ କେବଳ ଭାରତୀୟ ସୈନିକଙ୍କ ଚମତ୍କାର ବୀରତ୍ୱ ହେତୁ ସମ୍ଭବ ହୋଇପାରିଥିଲା। ଏହି ସାହସୀ ସୈନିକମାନଙ୍କ ମଧ୍ୟରୁ ଜଣେ ଥିଲେ କ୍ୟାପଟେନ ବିକ୍ରମ ବତ୍ରା।

କାର୍ଗିଲ ଯୁଦ୍ଧରେ କ୍ୟାପଟେନ ବିକ୍ରମ ବତ୍ରା ବୀରତାର ଏପରି ଏକ ଉଦାହରଣ ଉପସ୍ଥାପନ କରିଥିଲେ ଯାହାକୁ ପାକିସ୍ତାନ ମଧ୍ୟ ଗ୍ରହଣ କରିଥିଲା ଏବଂ ତାଙ୍କୁ ‘ଶେର ଶାହା’ ନାମରେ ସମ୍ମାନିତ କରାଯାଇଥିଲା। ହିମାଚଳ ପ୍ରଦେଶର ଏକ ଛୋଟ ସହର ପାଲାମପୁରର ୧୩ ଜାମ୍ମୁ କାଶ୍ମୀର ରାଇଫଲ୍ସର କ୍ୟାପଟେନ ବିକ୍ରମ ବତ୍ରା ଏକ ମୃଦୁ ପାନୀୟ ବିଜ୍ଞାପନ ‘ୟେ ଦିଲ ମାଙ୍ଗେ ମୋରେ’ ବିଜ୍ଞାପନର ଟ୍ୟାଗଲାଇନକୁ ପରିବର୍ତ୍ତନ କରି ନିଜକୁ ଅମର କରିଦେଲେ। ଜାତୀୟ ଟେଲିଭିଜନ ଚ୍ୟାନେଲରେ ଏହା ଦର୍ଶାଯାଇଥିଲା ଯେ କାରଗିଲ ଯୁଦ୍ଧରେ କିଭଳି ନିଜର ବୀରତ୍ୱର କାରନାମାରେ ସେ ଶତ୍ରୁ ପକ୍ଷର ମେସିନ ବନ୍ଧୁକ ଛଡ଼ାଇ ଯୁଦ୍ଧକ୍ଷେତ୍ରରେ ବୀରତ୍ୱର ପରିଚୟ ଦେଇଥିଲେ।

୧୯୯୯ କାରଗିଲ ଯୁଦ୍ଧରେ ସେ ୨୪ ବର୍ଷ ବୟସରେ ପାକିସ୍ତାନୀ ସେନା ସହିତ ଯୁଦ୍ଧ କରୁଥିବାବେଳେ ଶହୀଦ ହୋଇଥିଲେ। ତାଙ୍କର ସାହସ ଏବଂ ବଳିଦାନ ପାଇଁ ତାଙ୍କୁ ପରମବୀର ଚକ୍ରରେ ସମ୍ମାନିତ କରାଯାଇଥିଲା। ତାଙ୍କର ସାହସିକତା ହେତୁ କ୍ୟାପଟେନ ବିକ୍ରମଙ୍କୁ ଅନେକ ନାମ ଦିଆଯାଇଥିଲା। ତାଙ୍କୁ ‘ଟାଇଗର୍ ଅଫ୍ ଡ୍ରାସ୍’, ‘ଲାୟନ୍ ଅଫ୍ କାରଗିଲ୍’ କୁହାଯାଉଥିଲା। କିସ୍ତାନ କ୍ୟାପଟେନ ବତ୍ରାଙ୍କୁ ଶେର ଶାହା ନାଁ ଦେଇଥିଲା।

ଆଗରେ ଠିଆ ହୋଇ ଏହି ସାହସୀ ଯବାନ ଏକା ଅନେକ ଶତ୍ରୁଙ୍କୁ ସଫା କରିଥିଲେ। ପାକିସ୍ତାନ ପକ୍ଷର ଗୁଳି ବିନିମୟରେ ସେ ଆହତ ହୋଇ ମଧ୍ୟ ବିକ୍ରମ ନିଜ ଡେଲଟା ଦଳ ସହିତ ଶିଖର ନମ୍ବର ୪୮୭୫ ଉପରେ ଆକ୍ରମଣ କରିଥିଲେ। କିନ୍ତୁ ନିଜର ଜଣେ ଆହତ ସହକର୍ମୀଙ୍କୁ ଯୁଦ୍ଧକ୍ଷେତ୍ରରୁ ବାହାର କରିବାକୁ ଉଦ୍ୟମ କରି ଦେଶର ଏହି ବୀର ପୁତ୍ର ବିକ୍ରମ ବତ୍ରା ଜୁଲାଇ ୭ ତାରିଖ ସକାଳେ ଶହୀଦ ହୋଇଯାଇଥିଲେ।

   Related Posts