ସ୍ଥଳ ସେନା ଦିବସ : ଭାରତ ମାତାର ବୀର ସୁପୁତ୍ରଙ୍କ ସାହସ ଓ ବଳିଦାନଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

Published By : Prameya-News7 Bureau | January 15, 2021 IST

ନୂଆଦିଲ୍ଲୀ,୧୫/୦୧: ସାରା ଦେଶରେ ଶୁକ୍ରବାର ଭାରତୀୟ ସ୍ଥଳ ସେନା ଦିବସ ପାଳନ କରାଯାଉଛି । ଏହି ଦିବସରେ ବିଭିନ୍ନ ସାମ୍ବିଧାନିକ ପଦପଦବୀରେ ଥିବା ନେତା, ରାଜନେତା ତଥା ସେନାର ବରିଷ୍ଠ ଅଧିକାରୀମାନେ  ସ୍ଥଳ ସେନା ପ୍ରତି ନିଜର ସମ୍ମାନ ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସୈନ୍ୟଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରି କହିଛନ୍ତି ଯେ, ଯବାନମାନେ ଭାରତ ମାତାର ରକ୍ଷା ପାଇଁ ପ୍ରତି କ୍ଷଣରେ ସଜାଗ ରହିଥାନ୍ତି । ପରାକ୍ରମୀ ସୈନିକ ଓ ସେମାନଙ୍କ ପରିବାରକୁ ସେନା ଦିବସର ହାର୍ଦ୍ଦିକ ଅଭିନନ୍ଦନ । ଭାରତୀୟ ସେନା ସଶକ୍ତ, ସାହସୀ ଓ ସଂକଳ୍ପବଦ୍ଧ ଅଟେ । ସେନା ସର୍ବଦା ଦେଶର ଗର୍ବ ଓ ଟେକ ରଖିଛି ।  ସମସ୍ତ ଦେଶବାସୀଙ୍କ ତରଫରୁ ସେନାକୁ ପ୍ରଣାମ ।

wp:html /wp:html

ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଭାରତୀୟ ସେନାର ସାହସ ଓ ବଳିଦାନକୁ ପ୍ରଣାମ ଜଣାଇଛନ୍ତି । ଶାହ ଲେଖିଛନ୍ତି ଯେ, ସେନା ସୌର୍ଯ୍ୟ ଓ ପରାକ୍ରମର ପ୍ରତୀକ ଅଟେ । ଦେଶର ବାହଦୁର ଯବାନଙ୍କ ଅଦମ୍ୟ ସାହସ ଓ ବଳିଦାନକୁ ପ୍ରଣାମ । ଦେଶ ପ୍ରତି ସେମାନଙ୍କ ନିସ୍ୱାର୍ଥପରତା ସମସ୍ତ ଦେଶବାସୀଙ୍କ ପାଇଁ ଗର୍ବର ବିଷୟ ।

wp:html /wp:html

ସେହିପରି ସିଡିଏସ ବୀପିନ ରାଓ୍ୱତ ଦେଶ ପାଇଁ ସହିଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ଯବାନମାନେ ନିଜର କର୍ତ୍ତବ୍ୟ ପୂରଣ କରିବାକୁ ସର୍ବୋଚ୍ଚ ବଳୀଦାନ ଦେଇଛନ୍ତି । ଦେଶ ପାଇଁ ସହିଦ ହୋଇଛନ୍ତି । ଭାରତୀୟ ସେନା ଆଗାମୀ ପୀଢିକୁ ପ୍ରେରଣା ଦେଇଥାଏ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.