Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଶତ୍ରୁ ଦେଶ ସାବଧାନ ! ପାକିସ୍ତାନ ଓ ଚୀନକୁ ଚେତାବନୀ ଦେଲେ ସେନାମୁଖ୍ୟ, କହିଲେ- ‘ଧର୍ଯ୍ୟର ପରୀକ୍ଷା କରନାହିଁ’

15/01/2021 at 12:37 PM

ନୂଆଦିଲ୍ଲୀ, ୧୫/୦୧:   ସ୍ଥଳସେନା ଦିବସ ଉପଲକ୍ଷେ ଭାରତୀୟ ସେନାର ମୁଖ୍ୟ ମନୋଜ ମୁକୁନ୍ଦ ନରଓ୍ୱାଣେ ଚୀନ ଓ ପାକିସ୍ତାନ ପ୍ରତି କଡା ଆଭିମୁଖ୍ୟ ପୋଷଣ କରିଛନ୍ତି । ଭାରତର ଧର୍ଯ୍ୟର ପରୀକ୍ଷା ନକରିବାକୁ ସେ ଚୀନ୍ ଓ ପାକିସ୍ତାନକୁ ସ୍ପଷ୍ଟ ଭାବେ ଜଣାଇଦେଇଛନ୍ତି । ରାଜଧାନୀ ଦିଲ୍ଲୀ ସ୍ଥିତ କରିଥପ୍ପା ପରେଡ୍ ଗ୍ରାଉଣ୍ଡରେ ପରେଡ୍ ଦେଖିବା ସହ ସୈନ୍ୟଙ୍କୁ ବୀରତା ପୁରସ୍କାର ଦେବା ପରେ ସେନା ମୁଖ୍ୟ ସମ୍ବୋଧନ କରିବା ସହ ଶତ୍ରୁ ଦେଶକୁ ଚେତାବନୀ ଦେଇଛନ୍ତି ।

ସେନାଧ୍ୟକ୍ଷ କହିଛନ୍ତି ଯେ, ଗତ ବର୍ଷ ବହୁତ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା । ଉତ୍ତର ସୀମାରେ ଚୀନ ସହ ଚାଲିଥିବା ବିବାଦ ସମସ୍ତେ ଜାଣିଛନ୍ତି ।  ଚୀନର ସମସ୍ତ ଷଡଯନ୍ତ୍ରକୁ ମୁହଁତୋଡ ଜବାବ ଦିଆଯାଇଛି । ଗଲଓ୍ୱାନରେ ପ୍ରାଣବଳି ଦେଇଥିବା ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ । ଦେଶବାସୀ ଭରସା ରଖନ୍ତୁ । ସେନା ଦେଶର ସମ୍ମାନରେ ଆଞ୍ଚ୍ ଆସିବାକୁ ଦେବ ନାହିଁ । କୌଣସି ଶତ୍ରୁ ଦେଖ ଭାରତର ଧର୍ଯ୍ୟ ପରୀକ୍ଷା ନକରନ୍ତୁ ବୋଲି ସେ ଚେତବନୀ ଦେଇଛନ୍ତି ।

ପାକିସ୍ତାନ ବାବଦରେ ସେନାଧ୍ୟକ୍ଷ କହିଛନ୍ତି ଯେ, କୌଣସି ଅପପ୍ରୟାସକୁ ସଫଳ ହେବାକୁ ଦିଆଯିବ ନାହିଁ । ନିୟନ୍ତ୍ରଣ ରେଖାରେ ଶତ୍ରୁର ସମସ୍ତ ପ୍ରଚେଷ୍ଟାକୁ ବିଫଳ କରାଯାଇଛି । ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦେଉଛି ପାକିସ୍ତାନ । ଏହା ତାର ଅଭ୍ୟାସ । ସୀମାରେ ୩୦୦ରୁ ୪୦୦ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଅନେଇ ବସିଛନ୍ତି । ଏହାକୁ ସଫଳ ହେବାକୁ ଦିଆଯିବ ନାହିଁ ।

ସେ ଆହୁରି କହିଛନ୍ତି ଯେ, ସେନା ପାଇଁ ଜମ୍ମୁ-କାଶ୍ମୀରରେ ହିଂସା ଓ ଆତଙ୍କବାଦୀ ଘଟଣା ହ୍ରାସ ପାଇଛି । ସେନା ଆଧୁନିକୀକରଣ ଦିଗରେ ଆଗକୁ ବଢୁଛି । ଜରୁରୀକାଳିନ ଓ ଫାଷ୍ଟଟ୍ରାକ୍ ଯୋଜନାରେ ପ୍ରାୟ ୫ ହଜାର କୋଟିର ଉପକରଣ କ୍ରୟ ହୋଇଛି । ଏହାସହ ୧୩ ହଜାର କୋଟି ଟଙ୍କାର ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ସେ କହିଛନ୍ତି ।

   Related Posts