ପାକିସ୍ତାନର ଧମକକୁ ଭାରତୀୟ ସେନାର ଜବାବ -୧୯୭୧ରୁ ବି ଖରାପ ହାଲତ କରିବୁ

Published By : Prameya-News7 Bureau | September 04, 2019 IST

ନୂଆଦିଲ୍ଲୀ - ପାକିସ୍ତାନ ଧମକ ଦେବା ପରେ ଭାରତୀୟ ସେନା ବି ଛାଡି ନାହିଁ । ପାକିସ୍ତାନ ଫୁଟାଣିକୁ ଫୁଃ କରି ଦେଇଛି । ପାକିସ୍ତାନ ବାରମ୍ବାର ଯୁଦ୍ଧ ଧମକ ଦେଉଥିବା ବେଳେ , ଭାରତୀୟ ସେନା ୧୯୭୧ରୁ ବି ଖରାପ ହାଲତ କରିବ ବୋଲି ଜବାବ ଦେଇଛି । ପାକିସ୍ତାନ ସେନା ଯେ କୌଣସି ଅପଚେଷ୍ଟା କରି ଦେଖୁ ତାହାର କଡା ଜବାବ ଦିଆଯିବ । ଯାହାକୁ ପାକିସ୍ତାନର ଆଗାମୀ ପୀଢି ମନେ ରଖିବ । ପାକିସ୍ତାନର ୧୯୭୧ରୁ ଖରାପ ଅବସ୍ଥା କରିବୁ ବୋଲି ଭାରତୀୟ ସେନା ଜବାବ ଦେଇଛି ।
କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ଙ୍କ ସହ ଅନେକ ମନ୍ତ୍ରୀ ଯୁଦ୍ଧ ଧମକ ଦେଉଛନ୍ତି । ମାତ୍ର ଗତ କିଛି ଦିନ ହେବ ଇମରାନ୍‌ଙ୍କ ସହ ତାଙ୍କର ବୈଦେଶିକ ମନ୍ତ୍ରୀ ଭାରତ ସହ କଥାବାର୍ତ୍ତା ପାଇଁ ଇସାରା ଦେଉଛନ୍ତି । ପାକିସ୍ତାନ ବିଚଳିତ ହୋଇଯାଇଥିବା ବେଳେ ତାକୁ କୌଣସି ଦେଶର ସହାୟତା ମିଳୁନାହିଁ ।

ଭାରତୀୟ ସେନାର ଲେଫନାଣ୍ଟ ଜେନେରାଲ୍‌ କେଏସ୍‌ ଢିଲ୍ଲ ଓ ଜାମ୍ମୁ-କାଶ୍ମୀର ପୁଲିସର ଏଡିଜି ମୁନୀର ଖାନ୍‌ ବୁଧବାରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେମାନେ ଭାରତୀୟ ସେନା ଲକଶର୍-ଏ-ତୋଏବାର ୨ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି । ଅଗଷ୍ଟ ୨୨ ତାରିଖରେ ଏମାନଙ୍କୁ ବାରାମୂଲାରେ ଗିରଫ କରାଯାଇଥିଲା । ସାମ୍ବାଦିକ ସମ୍ମିଳନୀରେ ଏହି ଆତଙ୍କବାଦୀମାନଙ୍କର ଭିଡିଓ ପ୍ରଦର୍ଶୀତ କରାଯାଇଥିଲା ।ଏମାନଙ୍କ ନାମ ଖଲିଲ୍‌ ଅହମଦ୍‌ ଓ ମୌଜାମ ଖୋକର ।

ପାକିସ୍ତାନ ତରଫରୁ ଅନୁପ୍ରବେଶ ପାଇଁ ସବୁବେଳ ଉଦ୍ୟମ ଚାଲିଥିବା କଥା ଏମାନେ କହିଛନ୍ତି ।ପାକିସ୍ତାନ କାଶ୍ମୀରରେ ଆଶାନ୍ତି ପାଇଁ ଚେଷ୍ଟା କରୁଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହି ଆତଙ୍କବାଦୀମାନଙ୍କୁ ପଚରା ଉଚରା ବେଳେ ଲକଶର୍‌ର ଆତଙ୍କବାଦୀ କାଶ୍ମୀରରେ ହିଂସା ପାଇଁ ଯୋଜନା କରୁଥିବା କଥା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.