ଏଲଓସି ଅତିକ୍ରମ କରି ଭାରତକୁ ଚାଲି ଆସିଥିଲେ ପାକ୍‌ ଯୁବକ, ମିଠା ଓ ପୋଷାକ ଦେଇ ବିଦା କଲା ଭାରତୀୟ ସେନା

Published By : Prameya-News7 Bureau | April 07, 2021 IST

ଶ୍ରୀନଗର ୭/୪:  ଭାରତୀୟ ସେନାର ମହନୀୟତା। ପୁଣି ମାନବିକତାର ପରିଚୟ ଦେଲା ଭାରତୀୟ ସେନା। ଭାରତ ସୀମା ଭିତରୁ ପଶି ଆସିଥିବା ଜଣେ ପାକିସ୍ତାନୀ ଯୁବକଙ୍କୁ ସସମ୍ମାନେ ସ୍ବଦେଶ ପଠାଇ ପ୍ରଶଂସାର ପାତ୍ର ହୋଇଛି ଆମ ସେନା। ମିଳିଥିବା ସୂଚନା ଅନୁସାରେ  ୫ ଏପ୍ରିଲରେ ପାକିସ୍ତାନୀ ଯୁବକ ଜଣଙ୍କ କର୍ଣ୍ଣ, କୁପଓ୍ବାଡାରେ ନିୟନ୍ତ୍ରଣ ରେଖା ପାର କରି ଭାରତ ସୀମା ଭିତରକୁ ପଶି ଆସିଥିଲେ।

ନ୍ୟୁଜ୍‌ ଏଜେନ୍ସି ଏଏନଆଇ ପକ୍ଷରୁ ଏନେଇ ଟ୍ବିଟ୍‌ କରାଯାଇଛି। ଏହା ସହ ସେୟାର ହୋଇଥିବା ଭିଡିଓରୁ ଜଣାପଡ଼ୁଛି, ଭାରତୀୟ ସେନାର ଅଧିକାରୀ ଯୁବକଙ୍କୁ କଡ଼ା ସୁରକ୍ଷା ବଳୟରେ ନେଇ ଯାଉଛନ୍ତି। ସୀମାର ଆରପଟେ ପାକିସ୍ତାନୀ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି। ଏହା ପରେ ଭାରତୀୟ ଅଧିକାରୀ  ଯୁବକଙ୍କୁ ସୀମା ସେପଟକୁ ପଠାଇଛନ୍ତି। ଏହା ସହ ଯୁବକଙ୍କୁ ମିଠା ଏବଂ ପୋଷାକ ମଧ୍ୟ ଦେଇଛି ଭାରତୀୟ ସେନା।

wp:embed {"url":"https://twitter.com/ANI/status/1379744777512448006","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1379744777512448006
/wp:embed

ଏହା ପୂର୍ବରୁ ଜଣେ ୮ ବର୍ଷର ବାଳକ ରାଜସ୍ଥାନ ବାଡମେରରେ ସୀମା ଅତିକ୍ରମ କରି ଭାରତ ଚାଲିଆସିଥିଲା। ତାକୁ ବି ଆମ ସେନାର ଅଧିକାରୀମାନେ ପାକିସ୍ତାନକୁ ହସ୍ତାନ୍ତର କରିଥିଲେ। ପିଲାଟି ଭୁଲବଶତଃ ସୀମା ଅତିକ୍ରମ କରିଥିଲା। ଏନେଇ ବିଏସଏଫ ଯବାନ ଜାଣିବା ପରେ ସେନାକୁ ଖବର ଦେଇଥିଲେ। ସେନାର ଅଧିକାରୀ ପାକିସ୍ତାନ ଅଧିକାରୀଙ୍କ ସହ ଆଳୋଚନା କରିବା ସହ ନାବାଳକଙ୍କୁ  ଫେରାଇ ମହନୀୟତାର ପରିଚୟ ଦେଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.