Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ସେନାରେ କାମ କରିବେ ସାଧାରଣ ଲୋକ, ତିନି ବର୍ଷ ଡ୍ୟୁଟି ଦେବ ଭାରତୀୟ ସେନା !

13/05/2020 at 3:52 PM

ନୂଆଦିଲ୍ଲୀ ୧୨।୦୫: ଭାରତୀୟ ସେନା ସାଧାରଣ ନାଗରିକଙ୍କୁ ମଧ୍ୟ ସେନାରେ ଡ୍ୟୁଟି କରିବାକୁ ସୁଯୋଗ ଦେଇ ପାରନ୍ତି। ସେନା ସାଧାରଣ ଭାରତୀୟଙ୍କ ପାଇଁ ତିନି ବର୍ଷର ‘ଟୁର୍ ଅଫ ଡ୍ୟୁଟି’ର ପ୍ରସ୍ତାବ ଉପରେ ବିଚାର କରୁଛନ୍ତି। ଯଦି ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳେ ତେବେ ଦେଶର ଇତିହାସରେ ଏକ ବଡ କ୍ରାନ୍ତିକାରୀ ପଦକ୍ଷେପ ହେବ।

ସେନା ସୂତ୍ର ଅନୁଯାୟୀ, ଏହି ପ୍ରସ୍ତାବ ଉପରେ ବିଚାର କରାଯାଉଛି। ଯାହାରି ଆଧାରରେ ସାଧାରଣ ନାଗରିକଙ୍କୁ ମଧ୍ୟ ଦେଶର ସେବା ପାଇଁ ସେନାରେ ଯୋଗ ଦେଇ ତିନି ବର୍ଷ ଟୁର୍ ଅଫ୍‌ ଡ୍ୟୁଟିର ସୁଯୋଗ ମିଳିପାରେ। ପ୍ରସ୍ତାବ ବିଷୟରେ ସମୀକ୍ଷା କରିବା ପରେ ସେନା ମୁଖପାତ୍ର ଏହି ସୂଚନା ଦେଇଛନ୍ତି।

ଭାରତୀୟ ସେନା ଦେଶର  ସବୁଠୁ ପ୍ରତିଭାବାନଙ୍କୁ ନିଜ ସେନାରେ ସାମିଲ କରିବାକୁ ଚାହୁଁଛନ୍ତି। ଏହି ପ୍ରସ୍ତାବ ଜରିଆରେ ସେନା ନିଜର ଉଦ୍ଦେଶ୍ୟ  ହାସଲ କରିବାରେ ସହଜ ହେବ। ସଂପ୍ରତି ସର୍ଟ ସର୍ଭିସ୍ କମିଶନ ଜରିଆରେ ସେନାରେ ଯୋଗ ଦେଉଥିବା ଯବାନଙ୍କୁ ଅତି କମରେ ୧୦ ବର୍ଷ ଚାକିରି କରିବାକୁ ପଡିଥାଏ। ସେନାରେ ଏଥିରୁ କମ ଅବଧିର ଡ୍ୟୁଟି କରିବା କୌଣସି ପ୍ରାବଧାନ ନାହିଁ।

ସୂତ୍ର ଅନୁଯାୟୀ ସେନାର ଉଚ୍ଚପଦସ୍ଥ ଅଧିକାରୀ ସଟ୍‌ ସର୍ଭିସ୍ କମିଶନର ପ୍ରାବଧାନକୁ ସମୀକ୍ଷା କରୁଛନ୍ତି, ଯଦ୍ଵାରା ଏଥିରେ ଯୁବ ବର୍ଗଙ୍କୁ ଅଧିକ ଆକର୍ଷକ କରାଯାଇ ପାରିବ। ଭାରତୀୟ ସେନାରେ ବର୍ଷ ପରେ ବର୍ଷ ଅଧିକାରୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏଥିପାଇଁ କମିଶନରେ ପରିବର୍ତ୍ତନ କରାଯିବା ଉପରେ ଜୋର ଦିଆଯାଉଛି। ସର୍ଟ ସର୍ଭିସ୍ କମିଶନର ପ୍ରାରମ୍ଭ ସର୍ବନିମ୍ନ ୫ ବର୍ଷ ଚାକିରି କରିବା ସହିତ ଆରମ୍ଭ  ହୋଇଥିଲା, ମାତ୍ର ଏହାକୁ ଅଧିକ ଆକର୍ଷକ କରିବା ଲାଗି ଚାକିରି କରିବାର ଅବଧି ୧୦ ବର୍ଷକୁ ବୃଦ୍ଧି କରାଯାଇଥିଲା।

   Related Posts