ଭାରତୀୟ ସେନାର ରଣହୁଙ୍କାର, ସୀମାରେ ଗର୍ଜୁଛି ଯୁଦ୍ଧବିମାନ : ସ୍ଥଳସେନା ଓ ବାୟୁସେନାର ସମରାଭ୍ୟାସ
26/06/2020 at 6:42 PM

ନୂଆଦିଲ୍ଲୀ ୨୬/୦୬ : ସୀମାରେ ଚୀନର ସୈନ୍ୟ ଠୁଳ ଦେଖି ଭାରତ ସ୍ଥିତି ମଜଭୁତ କରିବାରେ ଲାଗିଛି। ସ୍ଥଳସେନା ଓ ବାୟୁସେନା ମିଳିତଭାବେ ଚଳାଇଛନ୍ତି ସମରାଭ୍ୟାସ। ଭାରତର ଯୁଦ୍ଧ ବିମାନ ସୁଖୋଇ ୩୦ ଗର୍ଜିଥିବାବେଳେ ଚିନୁକ ହେଲିକପ୍ଟର ସୀମାରେ ଚକ୍କର କାଟିଛି । ଖାଲି ଚୀନ ସୀମା ନୁହେଁ ପାକିସ୍ତାନ ସୀମାରେ ଭାରତ ସାମରିକ ଅପରେସକୁ ମଜଭୁତ କରିଛି।
ସ୍ଥଳ ସେନା ଓ ବାୟୁସେନା ମିଳିତଭାବେ କରୁଛନ୍ତି ସମରାଭ୍ୟାସ। ସୀମାରେ ଗର୍ଜୁଛି ଯୁଦ୍ଧବିମାନ । ଡ୍ରାଗନ ସେନାକୁ ମୁହଁତୋଡ଼ ଜବାବ ପାଇଁ ଭାରତୀୟ ସେନାର ରଣହୁଙ୍କାର। ଯୁଦ୍ଧ ବିମାନ ସୁଖୋଇ – 30, ଚିନୁକ୍ ହେଲିକପ୍ଟର ଚକ୍କର କାଟୁଛନ୍ତି। ଆକାଶମାର୍ଗରୁ ପୂରା ଅଞ୍ଚଳକୁ ନୀରିକ୍ଷଣ କରାଯାଉଛି । ଗଲୱାନ ଘାଟି , ପାଙ୍ଗୋଙ୍ଗ ହ୍ରଦ ଓ ଦୌଲତ ବେଗ୍ ଓଲ୍ଡିରେ ଚୀନ ସେନା ମହଜୁଦ କରୁଥିବାରୁ ଭାରତ ପକ୍ଷରୁ ସୀମାରେ ସୁରକ୍ଷାକୁ ବଢାଇ ଦିଆଯାଇଛି।

ସୀମାର ସ୍ଥିତି ସଂପର୍କରେ ସ୍ଥଳସେନା ମୁଖ୍ୟ ଏମ ଏମ ନରୱଣେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଅବଗତ କରାଇଛନ୍ତି। ପୂରା ଗଲୱାନ ଉପତ୍ୟାକାରେ ଚୀନର ସାର୍ବଭୌମତ୍ୟ ଦାବିକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଛି। ଏଲଏସିରେ ସ୍ଥିତାବସ୍ଥାକୁ ଏକପାଖିଆଭାବେ ଚୀନ ବଦଳାଇବା ଦୁଃସାହସକୁ ଭାରତ ପ୍ରଶ୍ରୟ ଦେବନି କିମ୍ବା ଇଞ୍ଚେ ବି ଜାଗା ଚୀନକୁ ଛଡ଼ାଯିବନି ବୋଲି ଭାରତ ପକ୍ଷରୁ ସଫାସଫା କୁହାଯାଇଛି।…
LAC ରେ ଭାରତ –ଚୀନ ମଧ୍ୟରେ ଉତ୍ତେଜନା ଜାରି ରହିଥିବାବେଳେ ପୂର୍ବ ସୀମାରେ ପାକିସ୍ତାନ ଚଳାଇଛି ନାପାକ ହରକତ। ସୀମା ଆରପଟେ ଆତଙ୍କୀ ଅନୁପ୍ରବେଶ ପାଇଁ ସୁଯୋଗ ଉଣ୍ଡି ବସିଛନ୍ତି ଏତିକିବେଳେ ପାକିସ୍ତାନ ଡ୍ରୋନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ପଠାଇାକୁ ଚେଷ୍ଟା କରୁଥିବାରୁ ସୁରକ୍ଷାବାହିନୀକୁ ସଜାଗ ରଖିବାକୁ କୁହାଯାଇଛି।

ଚୀନର ବଦଳୁଥିବା ଆଭିମୁଖ୍ୟ ଦେଖି ଆମେରିକା ସତର୍କ କରାଇଛି। ଜର୍ମାନୀରୁ ସେନା ଅପସାରଣ କରାଯାଇ ଏବେ ଚୀନ ସୀମାବର୍ତ୍ତୀ ଅଞ୍ଚଳକୁ ପଠାଇଛି ଆମେରିକା। ଚୀନର ଉଗ୍ର ଆଚରଣ ପାଇଁ ଦକ୍ଷିଣ ଚୀନ ସାଗର, ଭିଏତନାମ, ଇଣ୍ଡୋନେସିଆ, ମାଲେସିଆ, ଫିଲିପାଇନ୍ସ ଏବଂ ଭାରତରେ ବିପଦ ଥିବା ଆମେରିକା ବୈଦେଶିକ ସଚିବ ମାଇକ୍ ପମ୍ପିଓ କହିଛନ୍ତି ।