Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

LACରେ ପୋଜିସନ୍ ବଦଳାଇଲା ଭାରତୀୟ ସେନା, ଚୀନ୍ ସେନାର ଅନୁପ୍ରବେଶ ଉଦ୍ୟମକୁ ଭଣ୍ଡୁର କରିଥିଲା

3/09/2020 at 12:23 PM

ନୂଆଦିଲ୍ଲୀ ୩।୯: ଭାରତୀୟ ସେନା ଲଦାଖରେ ୧୫୯୭ କିଲୋମିଟର ପର୍ଯ୍ୟନ୍ତ ଏଲଏସିରେ ସୀମାକୁ ସୁରକ୍ଷିତ କରିବା ପାଇଁ ନିଜର ଅବସ୍ଥାନ ବଦଳାଇସାରିଛି । ଏ ସମ୍ବନ୍ଧରେ ଜଣେ ଅଦିକାରୀ କହିଛନ୍ତି ଯେ, ଚୁସୁଲ ସେକ୍ଟରରେ ପିଏଲଏର ଅନୁପ୍ରବେଶ ଉଦ୍ୟମ ପରେ ସୈନିକମାନେ ନିଜ ନିଜ ଅବସ୍ଥାନକୁ ପୂର୍ବାପେକ୍ଷା ଅଧିକ ସୁଦୃଢ କରିଛନ୍ତି ।

ଭାରତୀୟ ସେନା ଏବେ ଲଦାଖର ସମ୍ବେଦନଶୀଳ ଅଞ୍ଚଳରେ ଚୀନ୍ ପିଏଲଏ ସୈନିକଙ୍କୁ ଖାଲି କରି ଏକ ସୁରକ୍ଷିତ ସୀମା ସୃଷ୍ଟି କରିବା ମୁଡ୍ ରେ ରହିଛି । ଭାରତୀୟ ସେନାର ଅବସ୍ଥାନ ପରିବର୍ତ୍ତନ ଚୀନ୍ ଆକ୍ରମଣକୁ ଧ୍ୟାନରେ ରଖି ଏବଂ ଏହାକୁ ସୁନିଶ୍ଚିତ କରିବା ପାଇଁ କରାଯାଇଛି । ଫଳରେ ସମସ୍ତ ପୋଷ୍ଟକୁ ରକ୍ଷା କରାଯାଇପାରିବ ।

ଭାରତୀୟ ସେନା ୧୯୬୨ ଯୁଦ୍ଧ ପରେ ଚୀନ୍ ର ମୁକାବିଲା କରିବା ପାଇଁ ବିଶେଷ ଫ୍ରଣ୍ଟିୟର ଫୋର୍ସ ଭଳି ଅତିରିକ୍ତ ଫୋର୍ସକୁ ମୁତୟନ କରି ପିଏଲଏ ସୈନିକଙ୍କୁ ଉଚିତ୍ ଜବାବ ଦେଉଛି । ଏସଏଫଏଫ ସୈନିକ ଚୀନ୍ ପିଏଲଏକୁ ହଟାଇବା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରିଛି । ଯେଉଁମାନେ ୫ ଦିନ ପୂର୍ବେ ପୋଙ୍ଗାଙ୍ଗ ସ୍ତୋର ଦକ୍ଷିଣ ତଟରେ ଭାରତୀୟ ଅଞ୍ଚଳରୁ ଅକ୍ରିଆର କରିବା ପାଇଁ ଉଦ୍ୟମ କରିଥିଲେ । ସେବେଠାରୁ ଭାରତୀୟ ସୈନିକ ଦକ୍ଷିଣ ତଟରେ ପ୍ରମୁଖ ଉଚ୍ଚ ସ୍ଥାନକୁ ନିଜ କବଜାକୁ ନେଇଛି ।

ଭାରତୀୟ ସେନା ଡେମସଙ୍ଗ ଅଞ୍ଚଳରେ ଏକ ଯୁଦ୍ଧ ଗୋଷ୍ଠୀ ନିୟୋଜିତ କରି ଏକ ସ୍ବତନ୍ତ୍ର ପଦକ୍ଷେପ ନେଇଛି, ଯାହା ଚୁମରରେ ପିଏଲଏକୁ ସଙ୍କେତ ଦେବା ପାଇଁ ଅନ୍ୟ ଏକ ଯୁଦ୍ଧ ଗୋଷ୍ଠୀ ସହିତ ମେଳ ଖାଉଛି । ଅନ୍ୟପଟେ ପିଏଲଏର ଜେନେରାଲ ସେକ୍ରେଟାରୀ ସି ଜିନପିଙ୍ଗ ଅଭିଯୋଗ କରିଛନ୍ତି ଯେ, ଭାରତୀୟ ସେନା ସୀମାରେ ସ୍ଥିତି ପରିବର୍ତ୍ତନ କରିଛି ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ପିଏଲଏ ଅନୁପ୍ରବେଶରୁ କୌଣସି ଲାଭ ହେବନାହିଁ । କାରଣ ସେ ବର୍ଷବ୍ୟାପୀ ୩୪୮୮ କିଲୋମିଟରର ଏଲଏସି ସୈନିକଙ୍କୁ ମୁତୟନ କରିପାରିନାହିଁ । ଅନ୍ୟପଟେ ସୈନ୍ୟ ଏବ ରାଜନୈତିକ ଆଲୋଚନା ଜାରି ରହିଛି । ମାତ୍ର ଭାରତୀୟ ସେନା କୌଣସି ମଉକା ଛାଡୁନାହାନ୍ତି ଏବଂ ସମସ୍ତ ଖରାପ ସ୍ଥିତି ପାଇଁ ପ୍ରସ୍ତୁତ ଅଛନ୍ତି ।

   Related Posts