ଲଦାଖର ହାଡଭଙ୍ଗା ଶୀତରେ ଯୋଗ ଦିବସ ପାଳନ କଲେ ଯବାନ: ୧୮ ହଜାର ଫୁଟ୍ ଉଚ୍ଚରେ କଲେ ଯୋଗ

Published By : Prameya-News7 Bureau | June 21, 2021 IST

ନୂଆଦିଲ୍ଲୀ ୨୧/୦୬ : ଜୁନ ୨୧ ତାରିଖରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରଯାଏ। ଭାରତ-ତିବ୍ବତ ସୀମା ପୋଲିସ ଆଇଟିବିପି ଯବାନ ଲଦାଖରେ ୧୮ ହଜାର ଫୁଟ ଉଚ୍ଚତାରେ ଯୋଗ କରି ଯୋଗ ଦିବସ ପାଳନ କରିଛନ୍ତି। ସୋସିଆଲ ମିଡ଼ିଆରେ ଯବାନଙ୍କ ଯୋଗ ଦିବସ ଭିଡିଓ ମଧ୍ୟ ସେୟାର ହୋଇଛି।

ଭିଡିଓରେ ଆଇଟିବିପିର ପ୍ରାୟ ୨୦ ଯବାନ ଭିନ୍ନ ଭିନ୍ନ ଯୋଗ କରୁଥିବା ନଜର ଆସିଛନ୍ତି। ସମସ୍ତ ଯବାନ ନିଜ ୟୁନିଫର୍ମ ପିନ୍ଧି ହାଡଭଙ୍ଗା ଶୀତରେ ବରଫ ପାହାଡ ଉପରେ ଯୋଗ କରିଛନ୍ତି। ଲଦାଖର ହାଡଭଙ୍ଗା ଶୀତରେ ଯବାନ ସାହସ ଓ ଜୋଶର ସହ ଯୋଗ କରୁଥିବା ଦେଖିବା ଗର୍ବର ବିଷୟ।

ଯବାନଙ୍କୁ ବରଫ ପାହାଡ ଉପରେ ଯୋଗ କରୁଥିବା ଦେଖି ଲୋକେ ମଧ୍ୟ ଗର୍ବ ଅନୁଭବ କରିଛନ୍ତି। ଭିଡିଓରେ ଅନେକ ଲୋକ କମେଣ୍ଟ କରିଛନ୍ତି, 'ଜୟ ଯବାନ'

ଜୁନ ୨୧ ତାରିଖରେ ସାରା ବିଶ୍ୱରେ ଯୋଗ ଦିବସ ପାଳନ କରାଯାଏ। ବିଶ୍ୱ ଯୋଗ ଦିବସ ୨୦୧୪ରୁ ଆରମ୍ଭ ହୋଇଥିଲା। କିନ୍ତୁ ଯୋଗ ଇତିହାସ ହଜାରେ ବର୍ଷ ପୁରୁଣା। ଭାରତରେ ଯୋଗ ଇତିହାସ ପ୍ରାୟ ୫ ହଜାର ବର୍ଷ ପୁରୁଣା। ଶାରୀରିକ ଓ ଆଧ୍ୟାତ୍ମିକ ବିକାଶ ପାଇଁ ଲୋକେ ପ୍ରାଚୀନ କାଳରୁ ଯୋଗାଭ୍ୟାସ କରୁଛନ୍ତି। ଯୋଗ ଶରୀରକୁ ଫୁର୍ତ୍ତି ରଖିବା ସହ ମାନସିକ ବିକାଶ ମଧ୍ୟ କରିଥାଏ। ଯୋଗ ଦ୍ୱାରା ଶରୀର ସାଥ ରହେ ଓ ଅନେକ ରୋଗ ମଧ୍ୟ ଭଲ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.