ଏଲଓସିରେ ଉତ୍ତେଜନା : ପାକ୍ ବ୍ୟାଟ କମାଣ୍ଡୋଙ୍କ ବଡ ଅନୁପ୍ରବେଶ ଯୋଜନା ପଣ୍ଡ

Published By : Prameya-News7 Bureau | August 04, 2019 IST

ଶ୍ରୀନଗର ୪/୮: ଏଲଓସିରେ ଉତ୍ତେଜନା। ପାକ୍ ସେନାର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି ଭାରତୀୟ ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କ ଗୁଳିରେ ବର୍ଡର ବ୍ୟାଟ୍  ର ୭ ଜଣ କମାଣ୍ଡୋ ନିହତ ହୋଇଛନ୍ତି। ଅନ୍ତର୍ଜାତୀୟ ସୀମାରେ ଅନୁପ୍ରବେଶ କରି ଭାରତୀୟ ଯବାନଙ୍କ ଉପରେ ଏମାନେ ଆକ୍ରମଣ ଉଦ୍ୟମ କରୁଥିଲେ।

ଭାରତୀୟ ସେନା ପିଓକେ ଅଞ୍ଚଳ ଭିତରେ ପଶି ଏକ ଆତଙ୍କୀ ଆଡ୍ଡା ଧ୍ବଂସ କରିଥିବା କୁହାଯାଉଛି। ଭାରତର ଏହି କାର୍ଯ୍ୟାନୁଷ୍ଠାନ ପରେ ଭାରତ ଅନ୍ତର୍ଜାତୀୟ ନିୟମ ଉଲ୍ଲଂଘନ କରୁଥିବା ପାକିସ୍ତାନ ଅଭିଯୋଗ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.