'ସେମାନେ ଥିଲେ ୧୦୦୦ ଆମେ ମାତ୍ର ୨୦୦, ନଦୀ ଭିତରେ ହିଁ ଲଢିଥିଲୁ, ୧୦ ଘଣ୍ଟା ପରେ ମୋର ଚେତା ଫେରିଲା', ଗଲଓ୍ୱାନରେ ୧୫ ତାରିଖ ରାତିର ଭୟଙ୍କର ଅନୁଭୂତି ବଖାଣିଲେ ସୁରେନ୍ଦ୍ର ସିଂହ

Published By : Prameya-News7 Bureau | June 18, 2020 IST

ନୂଆଦିଲ୍ଲୀ, ୧୮|୦୬: ଚୀନ ସୈନିକ ଆମ ଉପରେ ଲୁଚିଛପି ଗଲଓ୍ୱାନ ନଦୀରେ ଆକ୍ରମଣ କରିଦେଲେ । ୪ରୁ ୫ ଘଣ୍ଟା ଧରି ନଦୀରେ ହିଁ ରକ୍ତାକ୍ତ ସଙ୍ଘର୍ଷ ଘଟିଥିଲା । ଏହା ଥିଲା ଗତ ଗୁରୁବାର ଚୀନ ସୈନ୍ୟ ଆକ୍ରମଣରେ ଆହତ ହୋଇଥିବା ସୁରେନ୍ଦ୍ର ସିଂହଙ୍କ ଅଙ୍ଗେନିଭା କଥା । ସୁରେନ୍ଦ୍ରଙ୍କ ସମେତ ଆହୁରି ଅନେକ ଭାରତୀୟ ସୈନିକ ଲଦାଖର ଆର୍ମୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସାମାନ୍ୟ ସୁସ୍ଥ ହେବା ପରେ ସୁରେନ୍ଦ୍ର ସମସ୍ତ ଘଟଣାକ୍ରମ ବାବଦରେ କହିଛନ୍ତି ।

ସୁରେନ୍ଦ୍ର କହିଛନ୍ତି ଯେ, ଚୀନ ସୈନକମାନେ ଲୁଚିଛପି ଗଲଓ୍ୱାନ ନଦୀରେ ହିଁ ଭାରତୀୟ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ । ପ୍ରାୟ ୪ରୁ ୫ ଘଣ୍ଟା ଧରି ଉଭୟଙ୍କ ପ୭ରେ ରକ୍ତାକ୍ତ ସଙ୍ଘର୍ଷ ଘଟିଥିଲା । ସେହି ସମୟରେ ଭାରତର ପ୍ରାୟ ୨୦୦ ଯବାନ ଥିଲେ । କିନ୍ତୁ ଚୀନର ୧୦୦୦ରୁ ଅଧିକ ସୈନ୍ୟ ଥିଲେ । ନଦୀର ପାଣି ଅତ୍ୟଧିକ ଥଣ୍ଡା ଥିଲା । ତଥାପି ଥଣ୍ଡାର ପାଣିକୁ ଖାତିର ନକରି ଭାରତୀୟ ଯବାନ ଚୀନ ସେନାକୁ ଅଟକାଇଥିଲେ । ପାଣିର ଗଭୀରତା ପ୍ରାୟ ୫ ଫୁଟ୍ ଥିଲା । ତାଙ୍କ ଶରୀରରେ ଆଘାତ ଲାଗିବାରୁ ସେ ବେହୋସ ହୋଇଯାଇଥିଲେ । ସାଥୀ ସୈନ୍ୟମାନେ ତାଙ୍କୁ ବାହାରକୁ ଆଣିଥିଲେ । ପ୍ରାୟ ୧୨ ଘଣ୍ଟା ପରେ ତାଙ୍କର ହୋସ ଆସିଲା । ସେତେବେଳକୁ ସେ ହସ୍ପିଟାଲ୍ ବେଡ୍‌ରେ ଥିଲେ ।

ସୁରେନ୍ଦ୍ର ଏବେ ସୁସ୍ଥ ଅଛନ୍ତି  ଓ ଲଦାଖର ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେଉଥିବା କହିଛନ୍ତି । ତାଙ୍କର ଗୋଟିଏ ହାତ ଭାଙ୍ଗିଯାଇଥିବା ବେଳେ ମୁଣ୍ଡରେ ଷ୍ଟିଚ୍ ପଡିଛି । ସେ ରାଜସ୍ଥାନର ଅଲଓ୍ୱାର ଜିଲ୍ଲାରେ ରୁହନ୍ତି ।  ଘଟଣା ପରେ ତାଙ୍କ ପରିବାର ଲୋକେ ଚିନ୍ତିତ ହୋଇ ପଡିଥିଲେ । ତେବେ ଫୋନ ଯୋଗେ କଥା ହୋଇଥିଲେ । ଭାରତୀୟ ଯବାନ କୌଣସି ଶତ୍ରୁ ଦେଶର ସୈନିକଙ୍କ ସାମ୍ନା କରିବା ପାଇଁ ସଦାବେଳେ ପ୍ରସ୍ତୁତ ବୋଲେ ସେ କହିଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.