Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ସୀମାରେ ଶତ୍ରୁ ସହ ଲଢୁଛନ୍ତି, ଦେଶରେ କୋଭିଡର ମୁକାବିଲା କରୁଛନ୍ତି : ପିଏମ୍-କେୟାର୍ସ ଫଣ୍ଡକୁ ୨୦୩ କୋଟି ଟଙ୍କା ଦାନ କରିଛନ୍ତି ଭାରତୀୟ ଯବାନ

18/12/2020 at 4:01 PM

ନୂଆଦିଲ୍ଲୀ ୧୮/୧୨ : କରୋନା ମହାମାରୀ ବିରୁଦ୍ଧରେ ଲଢିବା ପାଇଁ ଭାରତୀୟ ଯବାନ ମାନେ ମଧ୍ୟ ନିଜର ଦରମାରୁ କିଛି ଅଂଶ ପିଏମ୍-କେୟାର୍ସ ଫଣ୍ଡକୁ ଦାନ କରିଛନ୍ତି । ପୂର୍ବରୁ ଅନେକ ବଡ କର୍ପୋରେଟ୍, ପିଏସୟୁ, ବ୍ୟାଙ୍କ୍ ଏବଂ ଧନୀକ ଶେଣ୍ରୀର ଲୋକେ ପିଏମ୍ କେୟାର୍ସ ଫଣ୍ଡକୁ ପାଣ୍ଠି ଦାନ କରିସାରିଛନ୍ତି । କିନ୍ତୁ ପ୍ରଥମ ଥର ପାଇଁ ଏକ ଆରଟିଇରୁ ଖୁଲାସା ହୋଇଛି ଯେ, ଦେଶର ଯବାନମାନେ ଏହି ଫଣ୍ଡକୁ ପ୍ରାୟ ୨୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଦାନ କରିଛନ୍ତି ।

 ଏପ୍ରିଲରୁ ଅକ୍ଟୋବର ମାସ ମଧ୍ୟରେ ଭାରତୀୟ ବାୟୁ ସେନାର ଯବାନ ଏବଂ ଅଧିକାରୀମାନେ ପିଏମ୍-କେୟାର୍ସ ଫଣ୍ଡକୁ ୨୯.୧୮ କୋଟି ଟଙ୍କା ଦାନ କରିଛନ୍ତି । ସେହିଭଳି ଭାରତୀୟ ନୌସେନାର ଯବାନ ଏବଂ ଅଧିକାରୀମାନେ ୧୨.୪୧ କୋଟି ଟଙ୍କା ଦାନ କରିଥିବା ଏକ ରିପୋର୍ଟରୁ ଜଣା ପଡିଛି ।

ଭାରତୀୟ ବାୟୁ ସେନା ଏବଂ ନୌସେନା ଏହି ଡୋନେସନର ତଥ୍ୟ ଦେଇଥିବା ବେଳେ ଆର୍ମି ଏହାର ତଥ୍ୟ ଦେବାକୁ ମନା କରିଦେଇଛି । ଏହା ପୂର୍ବରୁ ସ୍ଥଳ ସେନାର ଏଡିଜି ପିଆଇ ଟ୍ବିଟ୍ କରି ସୂଚନା ଦେଇଥିଲେ ଯେ, ଭାରତୀୟ ସେନା ସ୍ବେଚ୍ଛାକୃତ ଭାବେ ତାଙ୍କର ଗୋଟିଏ ଦିନର ଦରମା ଅର୍ଥାତ ୧୫୭.୭୧ କୋଟି ଟଙ୍କା କୋଭିଡ୍-୧୯ ବିରୁଦ୍ଧରେ ଲଢିବାକୁ ସହାୟତା କରିଥିଲେ । ଏପରି ଭାବେ ସେନାର ୩ ବିଭାଗ ମୋଟ ୨୦୩.୬୭ କୋଟି ଟଙ୍କା ଦାନ କରିଥିବା ଏକ ତଥ୍ୟରୁ ସୂଚନା ମିଳିଛି ।

   Related Posts