ଭାରତୀୟ ସୁରକ୍ଷା ବଳଙ୍କ ଉପରେ ସାଇବର ଆକ୍ରମଣ, ୩ ସେନାଙ୍କ ଲାଗି Emergency ୱାର୍ଣ୍ଣିଂ ଜାରି

Published By : Prameya-News7 Bureau | December 07, 2019 IST

ନୂଆଦିଲ୍ଲୀ : ଦେଶର ସୁରକ୍ଷା ବଳଙ୍କ ଉପରେ  ଶୁକ୍ରବାର ବଡ ଧରଣର ସାଇବର ଆକ୍ରମଣ ହୋଇଥିବା ଜଣାପଡିଛି। ଏହା ପରେ ସେନାର ୩ ବାହିନୀଙ୍କୁ ଏଥିଲାଗି ସତର୍କ କରି ଦିଆଯାଇଛି। ମିଳିଥିବା ସୂଚନା ମୁତାବକ ସୁରକ୍ଷା ବଳଙ୍କୁ ‘ନୋଟିସ୍ ’ଶିର୍ଷକରେ ପଠାଯାଇଥିବା କୌଣସି ଇ-ମେଲ ଅଥବା ଆଟାଚ୍‌ମେଣ୍ଟ ନଖୋଲିବା ଲାଗି ସତର୍କ କରାଯାଇଛି। ଏ ନେଇ ଜାରୀ ଜରୁରୀକାଳୀନ  ଚେତାବନୀରେ ସୁରକ୍ଷାବଳଙ୍କୁ ଏକ ଫିସିଂ ଇ-ମେଲ ପଠାଇଥିବା ଜଣାଇ ଦିଆଯାଇଛି।

ନୋଟିସ୍ ଶିର୍ଷକ ଏହି ଇ-ମେଲ ସହ HNQ Notice File.xls ନାମରେ ଆଟାଚ୍‌ମେଣ୍ଟ ମଧ୍ୟ ରହିଛି। ପ୍ରାୟ ସୁରକ୍ଷା କର୍ମୀଙ୍କୁ ଏହା [email protected] ନାମକ ଏକ ଆଇଡିରୁ ମିଳିଛି। ସୁରକ୍ଷା କର୍ମୀଙ୍କୁ ଏହି ଭଳି ଇ-ମେଲ ଲାଗି ସାବଧାନ ରହିବା ଲାଗି କୁହାଯାଇଛି। ଯଦି ଏଭଳି କୌଣସି ମେଲ ଇନବକ୍ସରେ ସୋ କରୁଥାଏ ତେବେ ତାକୁ ଆକ୍ସେସ ନ କରି ଏହାକୁ ତୁରନ୍ତ ହଟାନ୍ତୁ ଅଥବା ରିପୋର୍ଟ କରନ୍ତୁ ବୋଲି ଜଣାଇ ଦିଆଯାଇଛି।

ତେବେ ଭାରତୀୟ ସୁରକ୍ଷା ବ୍ୟବସ୍ଥା ଉପରେ ସାଇବର ଆଟାକ କିଛି ନୂଆ କଥା ନୁହେଁ । ଏହା ପୂର୍ବରୁ ମଧ୍ୟ ଏପରି ଅନେକବାର ହୋଇଛି। ୨୦୧୬ ମସିହାରେ ସାଇବର ବଦମାସମାନେ ସ୍କୋରପିୟନ ବୁଡାଜାହାଜ ସମ୍ପର୍କିତ ହଜାର ହଜାର ଫାଇଲ ଚୋରାଇ ନେଇଥିଲେ। ଏହି ଆକ୍ରମଣରେ ୬ଟି ବୁଡା ଜାହାଜର ଯୁଦ୍ଧ କ୍ଷମତା ସମ୍ପର୍କିତ ଗୋପନୀୟ ଡାଟା ଚୋରାଇ ନେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.