Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଭାରତୀୟ ତୀରନ୍ଦାଜ୍‌ ଦୀପିକା କୁମାରୀଙ୍କ କମାଲ୍‌, ଗୋଟିଏ ଦିନରେ ଜିଣିଲେ ୩ ସ୍ବର୍ଣ୍ଣ ପଦକ

27/06/2021 at 9:37 PM

ନୂଆଦିଲ୍ଲୀ ୨୭/୬: ପ୍ୟାରିସ୍‌ରେ ଚାଲିଥିବା ତୀରନ୍ଦାଜି ବିଶ୍ବକପ୍‌ର ଷ୍ଟେଜ୍‌-୩ ଟୁର୍ଣ୍ଣାମେଣ୍ଟରେ ରବିବାର ଭାରତ ଜିତିଛି ୩ ସ୍ବର୍ଣ୍ଣ ପଦକ। ଟୁର୍ଣ୍ଣାମେଣ୍ଟରେ ଦେଶକୁ ଏବେ ସୁଦ୍ଧା ୪ ସ୍ବର୍ଣ୍ଣ ପଦକ ମିଳିସାରିଛି। କିନ୍ତୁ ଦୀପିକା କୁମାରୀ ଗୋଟିଏ ଦିନରେ ୩ଟି ଗୋଲ୍ଡ ମେଡାଲ୍‌ ଜିଣିଛନ୍ତି। ପ୍ରଥମେ ନିଜ ସ୍ବାମୀ ଅତନୁ ଦାସଙ୍କ ସହ ମିଶି ମିକ୍ସଡ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ କବଜା କରିଥିଲେ।

ଏହି ପତି-ପତ୍ନୀ ଯୋଡ଼ି ପ୍ରଥମରୁ ଅଲିମ୍ପିକ୍‌ ପାଇଁ କ୍ବାଲିଫାଏ କରିସାରିଛନ୍ତି । ଉଭୟଙ୍କ ପାଖରୁ ମେଡାଲ ଜିଣିବାର ଆଶା ମଧ୍ୟ ରଖିଛନ୍ତି ଦେଶବାସୀ। ଏହା ପରେ ଦୀପିକାଙ୍କ ନେତୃତ୍ବରେ ଭାରତୀୟ ମହିଳା ରିକର୍ଭ ଟିମ୍‌ ସ୍ବର୍ଣ୍ଣ ଜିତିଛି। ଟିମ୍‌ ଇଭେଣ୍ଟରେ ଭାରତ ମେକ୍ସିକୋକୁ ୫-୧ରେ ହରାଇଛି। ଭାରତୀ​‌ୟ ଟିମ୍‌ରେ ଦୀପିକାଙ୍କ ସମେତ ଅଙ୍କିତା ଭଗତ ଏବଂ କୋକୋଲିକା ବାରୀ ସାମିଲ ଥିଲେ।

ଦିନ ଶେଷ ହେବା ବେଳକୁ ଦୀପିକା ବ୍ୟକ୍ତିଗତ ଇଭେଣ୍ଟରେ ମଧ୍ୟ ଦେଶ ପାଇଁ ସ୍ବର୍ଣ୍ଣ ଜିତିଛନ୍ତି। ଏଥିରେ ସେ ଋଷର ଓସିପୋବାଙ୍କୁ ୬-୦ରେ ପରାସ୍ତ କରିଛନ୍ତି। ଗୋଟିଏ ଦିନରେ ୩ଟି ଗୋଲ୍ଡ ମେଡାଲ ଜିତିଥିବା ଦୀପିକା ଟୋକିଓ ଅଲିମ୍ପିକ୍‌ରେ ଜବରଦସ୍ତ ପ୍ରଦର୍ଶନ କରିବେ ବୋଲି ଖେଳପ୍ରେମୀ ଆଶା କରିଛନ୍ତି।

ଚଳିତବର୍ଷ ଟୋକିଓ ଅଲିମ୍ପିକ୍‌ ୨୩ ଜୁଲାଇରୁ ୮ ଅଗଷ୍ଟ ଯାଏ ହେବାର ଅଛି। ତେବେ ଅତନୁ ଦାସ ଏବଂ ଦୀପିକା କୁମାରୀ ପ୍ରଥମ ଥର ପତି-ପତ୍ନୀ ଯୋଡ଼ି ଭାବେ କୌଣସି ଇଭେଣ୍ଟରେ ଫାଇାନଲ୍‌ ଜିତିଛନ୍ତି ।

   Related Posts