Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଦିନକ ପରେ ବାରବାଟୀ ଦିନିକିଆ : ଆଜି ବିଶ୍ରାମ, ଆସନ୍ତାକାଲି ନେଟ୍ ପ୍ରାକ୍ଟିସ୍

20/12/2019 at 10:19 AM

କଟକ ୨୦।୧୨: ଆସନ୍ତା ୨୨ରେ କଟକ ବାରବାଟୀରେ ଭାରତ- ୱେଷ୍ଟଇଣ୍ଡିଜ୍ ମହାମୁକାବିଲା । ରବିବାର ଦିନିକିଆ ଲାଗି ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ଖେଳାଳିମାନେ ବାରବାଟୀରେ ଅଭ୍ୟାସ କରିବାକୁ କାର୍ଯ୍ୟକ୍ରମ ଥିଲା । ହେଲେ  ଏହାକୁ ଶେଷ ମୂହୁର୍ତ୍ତରେ ସ୍ଥଗିତ ରଖାଯାଇଛି । ଖେଳାଳିମାନେ ଆଜି ବିଶ୍ରାମ ନେଲାପରେ ଶନିବାର କଟକ ଯାଇ ନେଟ୍ ପ୍ରାକ୍ଟିସ୍ କରିବେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଶନିବାର ସକାଳ ୯ ଟାରୁ ୧୨ଟା ପର୍ଯ୍ୟନ୍ତ  ୱେଷ୍ଟଇଣ୍ଡିଜ୍ ଓ ଅପରାହ୍ନ ୨ ଟାରୁ ୫ ଟା ପର୍ଯ୍ୟନ୍ତ ଭାରତୀୟ ଖେଳାଳିମାନେ ଅଭ୍ୟାସ କରିବେ । ଏଥିପାଇଁ ଅଭ୍ୟାସ ପିଚ୍ କୁ ପ୍ରସ୍ତୁତ ରଖାଯାଇଛି । ଓସିଏ ଗେଟ୍ ଦେଇ ଖେଳାଳିମାନେ ଯିବାକୁ ଥିବା ରାସ୍ତାରେ ନୂଆ କାର୍ପେଟ ଲାଗାଯାଇଛି । ଡେସିଂ ରୁମ୍ , କର୍ପୋରେଟ୍ ବକ୍ସକୁ ନୂଆ ରୁପ ଦିଆଯାଇଛି ।

ଖେଳାଳିଙ୍କ ସ୍ବାଗତ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି । ଷ୍ଟାଡିୟମ୍ ଚାରିପଟେ ସେମାନଙ୍କ ପୋଷ୍ଟର ଫ୍ଲେସ ଲାଗଯାଇଛି । ଏହି ଅବସରରେ ସାଧାରଣ ବର୍ଗଙ୍କ ପାଇଁ ୬ ନମ୍ବର ଗ୍ୟାଲେରୀ ଖୋଲା ରହିବ । ଖେଳାଳିଙ୍କ ସୁରକ୍ଷା ପାଇଁ ଅଭ୍ୟାସ ପୁର୍ବରୁ ବୋମା ନିଷ୍କ୍ରିୟକାରୀ ଦଳ ପଡିଆ ଏବଂ ଗ୍ୟାଲେରି ଯାଞ୍ଚ କରିବେ । ଏହାବାଦ୍ ଷ୍ଟାଡିୟମ୍ ବାହାରେ ଏବଂ ଭିତରେ ବ୍ୟାପକ ପୋଲିସ ଫୋର୍ସ ନିୟୋଜିତ ରହିବେ ।

   Related Posts