ଲଦାଖରେ ଭାରତ ଏବଂ ଚୀନ୍ ସୈନିକ ମୁହାଁମୁହିଁ, ପାଟ୍ରୋଲିଂ ବେଳେ ଭାରତୀୟ ସୈନ୍ୟଙ୍କୁ ଠେଲାପେଲା

Published By : Prameya-News7 Bureau | September 12, 2019 IST

ନୂଆଦିଲ୍ଲୀ ୧୨।୯: ଭାରତ ଏବଂ ଚୀନ ସୈନିକ ମୁହାଁମୁହିଁ ହୋଇଛନ୍ତି । ପୂର୍ବ ଲଦାଖରେ ପେଙ୍ଗଗ୍ ହ୍ରଦ ନିକଟରେ ଉଭୟ ଦେଶର ସୈନିକଙ୍କ ଭିତରେ ଠେଲାପେଲା ହୋଇଥିବା ସୂଚନା ମିଳିଛି । ୧୩୪ କିଲୋମିଟର ଲମ୍ବା ପେଙ୍ଗଗ୍ ହ୍ରହର ଏକ ତୃତୀୟାଂଶ ଉପରେ ଚୀନର ନିୟନ୍ତ୍ରଣ ରହିଛି ।

ସୂଚନା ଅନୁଯାୟୀ ପେଙ୍ଗଗ୍ ହ୍ରଦ ପାଖ ଇଲାକାରେ ଭାରତୀୟ ସୈନିକ ପାଟ୍ରୋଲିଂ କରୁଥିବା ବେଳେ ଚୀନର ପିପଲସ୍ ଲିବରେସନ୍ ଆର୍ମି ସୈନିକଙ୍କ ସହ ଆମାନା ସାମନା ହୋଇଥିଲା । ଏହି ଇଲାକାରେ ଭାରତୀୟ ସୈନିକଙ୍କ ଉପସ୍ଥିତିକୁ ବିରୋଧ କରିଥିଲେ ଚୀନ୍ ସୈନିକ । ଏହାପରେ ଉଭୟଙ୍କ ଭିତରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏହି ଇଲାକାରେ ଉଭୟ ପକ୍ଷ ନିଜର ସୈନ୍ୟ ସଂଖ୍ୟା ବଢାଇଥିବା ସୂଚନା ମିଳିଛି ।

ତେବେ ଉତ୍ତେଜନା କମାଇବା ଲାଗି ଉଭୟ ପକ୍ଷର ବ୍ରିଗେଡିୟରସ୍ତରୀୟ ଆଲୋଚନା ହୋଇଛି । ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲକୁ ନେଇ ଦୁଇ ଦେଶର ମାନ୍ୟତା ଭିନ୍ନ ଥିବାରୁ ଏପ୍ରକାର ସ୍ଥିତି ଅଧିଂକାଶ ସମୟରେ ଦେଖିବାକୁ ମିଳିଥାଏ।

୨୦୧୭ରେ ମଧ୍ୟ ପେଙ୍ଗଗ୍ ହ୍ରଦ ପାଖରେ ଭାରତ ଏବଂ ଚୀନ୍ ସେନା ମୁହାଁମୁହିଁ ହୋଇଥିଲେ । ପଥର ଏବଂ ଲୁହା ରଡ୍ ରେ ପରସ୍ପରକୁ ଆକ୍ରମଣ କରିଥିଲେ । ସେହି ବର୍ଷ ସିକ୍କିମ୍-ଭୁଟାନ ସୀମାରେ ଥିବା ଡୋକଲାମ୍ ରେ ମଧ୍ୟ ଭାରତ ଏବଂ ଚୀନ୍ ସୈନିକ ହାତାହାତି ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.