Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଚୀନକୁ ଚେତାବନୀ : ଜଳପଥରେ ଦମ୍ ଦେଖାଇଲେ ୪ ଦେଶର ନୌସେନା, ଆକାଶରେ ଗର୍ଜିଲେ ଭାରତ-ଆମେରିକା ଯୁଦ୍ଧ ଜେଟ୍

20/11/2020 at 8:25 PM

ନୂଆଦିଲ୍ଲୀ ୨୦/୧୧ : ଆକାଶମାର୍ଗରେ ୪ ଦେଶର ନୌସେନାଙ୍କ ଜୋରଦାର ଯୁଦ୍ଧାଭ୍ୟାସ । ଚୀନକୁ ସାବାଡ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ବିଭିନ୍ନ ଦେଶ । ଭାରତର ମିଗ୍-୨୯କେ ଏବଂ ଆମେରିକାର ଏଫ୍-୧୮ ଲଡାଖୁ ବିମାନ ଆକାଶମାର୍ଗରେ ଜୋରଦାର ସମରାଭ୍ୟାସ କରିଛନ୍ତି । ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ସହ ଭାରତୀୟ ନୌସେନା ମଧ୍ୟ ପରାକ୍ରମ ଦେଖାଇଥିଲା ।

ନାଟକୀୟ ଦୃଶ୍ୟରେ ମିଗ୍ -୨୯କେ ବିମାନ, ଆଇଏନଏସ ବିକ୍ରମଦିତ୍ୟରେ ଅବତରଣ କରୁଥିବା ଦେଖିବାକୁ ମିଳିଛି | ଭାରତୀୟ ନୌସେନା ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ମିଗ୍ -୨୯ କେ ଏବଂ ଆମେରିକା ନୌସେନାର ଏଫ୍-୧୮ ସହିତ ନୌସେନାର ବିମାନ ପି-୮୧ ଏବଂ ଆମେରିକାର ନୌସେନାର  AEW (ଏୟାରବୋର୍ନ୍ ୟର୍ଲି ଓ୍ବାର୍ଣ୍ଣିଂ) ବିମାନ ଏବଂ ଇ-୨ସି ହକେଇ ଉତ୍କୃଷ୍ଟ ସମନ୍ୱୟର ପାରଦର୍ଶିତା ଦେଖାଇଥିଲେ ।

ଅନ୍ୟପଟେ ମାଲାଓ୍ବାର ଯୁଦ୍ଧାଭ୍ୟାସ ମଙ୍ଗଳବାର ଦିନ ଆରବ ସାଗରରେ ଦେଖିବାକୁ ମିଳିଥିଲା । ଏହି ଯୁଦ୍ଧାଭ୍ୟାସରେ ବିକ୍ରମାଦିତ୍ୟ କ୍ୟାରିୟର ବ୍ୟାଟେଲ ଗୃପ୍ ଏବଂ ଆମେରିକାର ଯୁଦ୍ଧତୋପ ନିମିଜ୍ କ୍ୟାରୟର ଷ୍ଟ୍ରାଇକ୍ ଗୃପ ସହିତ ଅଷ୍ଟ୍ରେଲିଆ ଏବଂ ଜାପାନ ଯୁଦ୍ଧତୋପ ଏବଂ ସବମାରିନ୍ ଅଂଶଗ୍ରହଣ କରିଥିଲେ ।

ଏହି ଯୁଦ୍ଧାଭ୍ୟାସ ହିନ୍ଦ ପ୍ରସାନ୍ତ ମହାସାଗରରେ ଚୀନର ଅବୈଧ ସୈନ୍ୟ ପ୍ରବେଶର ଜୋରଦାର ଜବାବ ଦେବାକୁ ସମସ୍ତେ ପ୍ରସ୍ତୁତ ଚଳାଉଥିବା ଦେଖିବାକୁ ମିଳିଥିଲା । ଲଦାଖରେ ଭାରତ ଏବଂ ଚୀନ ସେନା ମଧ୍ୟରେ ଲାଗି ରହିଥିବା ବିବାଦ ଚରମ ସୀମାରେ ପହଞ୍ଚିଲାଣି । ଏହାର ଦୃଢ ଜବାବ ଦେବାକୁ ସ୍ଥଳସେନା, ବାୟୁସେନା ଏବଂ ନୌସେନା ଜୋରଦାର ଯୁଦ୍ଧାଭ୍ୟାସ ଚଳାଇଛନ୍ତି ।

   Related Posts