ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କୁ ଭାରତ-ଆମେରିକୀୟ ଛାତ୍ରଙ୍କ ଚ୍ୟାଲେଞ୍ଜ

Published By : Prameya-News7 Bureau | January 30, 2021 IST

ନୂଆଦିଲ୍ଲୀ ୩୦/୦୧ : ଭାଗ୍ୟର ଏକ ଅଜବ ଓଲଟା ଖେଳରେ କୋଟିପତି ଏଲନ ମସ୍କଙ୍କୁ ଭାରତ ଆମେରିକୀୟ ଛାତ୍ରଙ୍କ ତରଫରୁ କଡା ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡୁଛି। ରଣଦୀପ ହୋଥି ସ୍ପେସ ଏକ୍ସ ଫାଉଣ୍ଡର ଏଲନ ମସ୍କଙ୍କ ବିରୋଧରେ ମାନହାନି ମାମଲା ରୁଜ୍ଜୁ କରିଛନ୍ତି। ପ୍ରଥମ ରାଉଣ୍ଡରେ ଏଲନ ଏହାକୁ ରୋକିବାରେ ବିଫଳ ହୋଇଛନ୍ତି। ରଣଦୀପ ଏଲନ ମସ୍କ ଓ ଟେସ୍ଲାର ଦୃଢ ସମାଲୋଚକ।

ଦୁଇଟି ଘଟଣା ପରେ ଏଲନ ମସ୍କ ରଣଦୀପ ହୋଥିଙ୍କୁ ଟାର୍ଗେଟ କରିଥିଲେ। ପ୍ରଥମଥର, ୨୦୧୯ରେ ରଣଦୀପ କାଲିଫର୍ନିଆରେ ଟେସ୍ଲାର ସେଲ୍ସ ସେଣ୍ଟରକୁ ଯାଇଥିଲେ। ସେଠାରେ ଜଣେ ସିକ୍ୟୁରିଟି ଗାର୍ଡଙ୍କ ସହ ତାଙ୍କର ଝଗଡା ହୋଇଥିଲା। ଦ୍ୱିତୀୟଥର, ରଣଦୀପ ଟେସ୍ଲାର ଟେଷ୍ଟ କାରର ଫଟୋ ଉଠାଇ ତାକୁ ଅନଲାଇନ ପୋଷ୍ଟ କରିଦେଇଥିଲେ। ଏହାପରେ ଏଲନ ମସ୍କ ଅନଲାଇନ ଏଡିଟରଙ୍କୁ ସାକ୍ଷାତ କରି ରଣଦୀପଙ୍କୁ ମିଛୁଆ କହିଥିଲେ ଓ କହିଥିଲେ ଯେ ସେ ତାଙ୍କ ସିକ୍ୟୁରିଟି ଗାର୍ଡକୁ ମାରିଦେଇଥାନ୍ତେ।

{"id":401166,"sizeSlug":"large","linkDestination":"none"}

ରଣଦୀପ ହୋଥି ମିଶିଗନ ୟୁନିଭର୍ସିଟିର ସ୍ନାତକ ଛାତ୍ର। ସେ ଲଗାତାର ଟେସ୍ଲାକୁ ସମାଲୋଚନା କରିଥାନ୍ତି। ସେ ୨୦୦୯ ମସିହାରେ କାଲିଫର୍ନିଆ ୟୁନିଭର୍ସିଟି, ଵର୍କଲେରେ ସ୍ନାତକ କରିଛନ୍ତି। ତାଙ୍କ ପିତାମାତା ଫ୍ରେମୋଣ୍ଟରେ ରୁହନ୍ତି। ସେଠାରେ ଟେସ୍ଲାର ନିଜର ଅଟୋ ପ୍ଲାଣ୍ଟ ମଧ୍ୟ ଅଛି। ରଣଦୀପ ଏକ ଗ୍ଲୋବାଲ ଗ୍ରୁପର ସଦସ୍ୟ। ସେ ଏଲନ ମସ୍କ ଓ ଟେସ୍ଲାକୁ ତୀକ୍ଷ୍ଣ ସମାଲୋଚନା କରିଛନ୍ତି। ସେ ଅଧିକାଂଶ ସମୟରେ ଟ୍ୱିଟରରେ ସମାଲୋଚନା କରିଥାନ୍ତି ଓ ଅନଲାଇନରେ ମଧ୍ୟ ଟ୍ରୋଲ କରିଥାନ୍ତି। ଏହି ଗ୍ରୁପରେ ଟେସ୍ଲାର ପୂର୍ବତନ କର୍ମଚାରୀ, ରଣଦୀପଙ୍କ ଭଳି ଛାତ୍ର ସାମିଲ ଅଛନ୍ତି। ଏମାନେ ନିଜକୁ # TSLA ସହ ଟ୍ୟାଗ କରିଥାନ୍ତି। ରଣଦୀପ ହୋଥିଙ୍କ ଟ୍ୱିଟର ଆକାଉଣ୍ଟ ‘skabooshka’ ନାଁରେ ଅଛି।

wp:embed {"url":"https://twitter.com/skabooshka/status/1118938022412574722","type":"rich","providerNameSlug":"twitter","responsive":true,"className":""}
https://twitter.com/skabooshka/status/1118938022412574722
/wp:embed

ନିଜ ବିରୋଧରେ ହୋଇଥିବା ଅଭିଯୋଗରେ ରଣଦୀପ କହିଛନ୍ତି ଯେ ଏଲନ ମସ୍କ ଜୋର ଜବରଦସ୍ତ ତାଙ୍କ ବିରୋଧରେ ଘୃଣ୍ୟ ଅଭିଯାନ ଚଳେଇଛନ୍ତି। ଅଗଷ୍ଟ ମାସରେ ହୋଥି ଏହା ବିରୋଧରେ ଅଲମେଡା କାଉଣ୍ଟି ସୁପରିୟର କୋର୍ଟରେ ଅଭିଯୋଗ କରିଥିଲେ। ମାମଲାକୁ ଏଲନ ମସ୍କ ନିଜ ଅଭିବ୍ୟକ୍ତର ସ୍ୱାଧୀନତା ସହ ସଂଯୋଜିତ ବୋଲି କହିଥିଲେ ଓ ମୁକଦମା ଖାରଜ କରିବାକୁ ଦାବି କରିଥିଲେ। ବିଚାରପତି ଏହି ଆବେଦନକୁ ଖାରଜ କରିଛନ୍ତି।

ସୂଚନା ଅନୁଯାୟୀ, ବ୍ଲୁମବର୍ଗ ତରଫରୁ ଜାରି ହୋଇଥିବା କୋଟିପତିଙ୍କ ତାଲିକାରେ ଏଲନ ମସ୍କଙ୍କୁ ପ୍ରଥମ ସ୍ଥାନରେ ରଖାଯାଇଛି। ଏହି ତାଲିକା ଅନୁସାରେ ସେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି। ଏଲନ ମସ୍କଙ୍କ ନେଟୱର୍ଥ ୧୮୮ ବିଲିୟନ ଆମେରିକୀୟ ଡଲାର ଅର୍ଥାତ ୧,୩୮,୪୨,୭୮,୯୬,୭୫,୦୦୦ ଟଙ୍କା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.