Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ସନ୍ଧ୍ୟାରେ ଦିଲ୍ଲୀ ପହଞ୍ଚିବ ସିଡିଏସ୍ ବିପିନ ରାୱତଙ୍କ ମରଶରୀର, ମୋଦୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ଦେବେ ଶ୍ରଦ୍ଧାଞ୍ଜଳୀ
  • ||
  • ଭଞ୍ଜନଗର : ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ହେଲା ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ, କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ପଦକ୍ଷେପ
  • ||
  • ଭୁବନେଶ୍ବର : ବିଧାନସଭା ପରେ ସମସ୍ତଙ୍କର ହେବ RTPCR ଟେଷ୍ଟ : ବାଚସ୍ପତି
  • ||
  • ଭୁବନେଶ୍ବର : ମହାନଦୀରେ କମିଛି ଜଳ ପ୍ରବାହ, ୫୧୬ ଚେକ୍ ଡ୍ୟାମ୍ କରିଛି ଛତିଶଗଡ : ଜଳସମ୍ପଦ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତାକୁ ନ୍ୟାୟ ଦେବାକୁ ବିଜେପିର ଦାବି : ବ୍ୟାରିକେଟ୍ ଭାଙ୍ଗି ବିଧାନସଭା ଘେରାଉ ଉଦ୍ୟମ ବେଳେ ଧସ୍ତାଧସ୍ତି, ପୋଲିସର ଲାଠିଚାର୍ଜ
  • ||
  • ଜୟପୁର : ଜୟପୁର ଏସଡିଜେଏମ୍ କୋର୍ଟରେ NIAର ୨ ଜଣିଆ ଟିମ୍, ମାଓ ନେତା ଦୁବାସୀ ଶଙ୍କରକୁ ପଚରାଉଚରା ପାଇଁ ଲୋଡିଲେ ଅନୁମତି
  • ||
  • ଭୁବନେଶ୍ବର : ବିଜେଡି ଓ ବିଜେପି ବିକ୍ଷୋଭ ପ୍ରସଙ୍ଗ : କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କହିଲେ- ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ
  • ||
  • ଟାଙ୍ଗୀ : କେନ୍ଦୁଆ ଜଙ୍ଗଲରୁ ମିଳିଲା ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ବଡବିଲ : ଶନି ମନ୍ଦିରରୁ ଲୁଟ୍, ଦାନ ବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • ନିଶ୍ଚିନ୍ତକୋଇଲି : ଛେଳି ଚୋରକୁ ଛେଚିଲେ ଗାଁ ଲୋକେ, ପୋଲିସର ଜିମାଦେଲେ
  • ||

ଆମେରିକାର ୫୨ ସ୍ଥାନରେ ବମିଂ କରିବ ଇରାନ୍ : ଜୋକ୍ କରି ଭୋଗିଲେ ଭାରତୀୟ-ଆମେରିକୀୟ ପ୍ରଫେସର

14/01/2020 at 6:54 PM

ନ୍ୟୁୟର୍କ ୧୪/୦୧- ଫେସବୁକ୍‌ରେ ମଜ୍ଜା କରିବାକୁ ଯାଇ ଇରାନ୍- ଆମେରିକା ପ୍ରସଙ୍ଗରେ କରିଥିବା ପୋଷ୍ଟ ମହଙ୍ଗା ହେଲା । ଜଣେ ଭାରତୀୟ – ଆମେରିକୀୟ ପ୍ରଫେସର ହରାଇଛନ୍ତି ଚାକିରି । ଘଟଣାଟି ନ୍ୟୁୟର୍କରେ ଘଟିଛି । ଏକ ଟିଭି ରିପୋର୍ଟ ଅନୁଯାୟୀ  ନ୍ୟୁୟର୍କର ବାବସନ କଲେଜର ପ୍ରଫେସର ଆସିନ୍ ଫାନସୀଙ୍କୁ ଚାକିରିରୁ ବିଦା କରିଛି କଲେଜ । କାରଣଟି ହେଲା ଏକ ଫେସବୁକ୍ ପୋଷ୍ଟ ।

ସେଥିରେ ପ୍ରଫେସର ଆସିନ ଆମେରିକାର ୫୨ ଟି ସାଂସ୍କୃତିକ ସ୍ଥାନରେ ଇରାନ୍‌ର ବୋମା ତାଲିକା କଥା ଲେଖିଥିଲେ । ସେହି ସବୁ ସ୍ଥାନକୁ ଇରାନ୍ ଚିହ୍ନଟ କରି ବୋମା ଖଞ୍ଜିଥିବା ଫେସବୁକ୍‌ରେ ପୋଷ୍ଟ କରିଥିଲେ ପ୍ରଫେସର ଆସିନ ।

 ଏମିତି ମଜାକ୍‌ରେ ଆସିନ୍ ଏପରି ପୋଷ୍ଟ କରିଥିଲେ । କିନ୍ତୁ ତାଙ୍କୁ ବାବସନ କଲେଜ କର୍ତ୍ତୁପକ୍ଷ ଚାକିରିରୁ ବିଦା କରିଛନ୍ତି । କଲେଜ ପକ୍ଷରୁ କୁହାଯାଇଛି, ଅସିନ୍ ଫାନସୀଙ୍କୁ ତାଙ୍କ ବ୍ୟକ୍ତିଗତ ଫେସବୁକ୍ ଆକାଉଣ୍ଟ ପୋଷ୍ଟ କଲେଜର ପ୍ରତିଷ୍ଠା, ମୂଲ୍ୟବୋଧକୁ ପ୍ରତିନିଧିତ୍ବ କରୁନାହିଁ । ସେ ଏପରି କରି କଲେଜର ନୀତି ନିୟମରେ ଆଞ୍ଚ ଆଣିଛନ୍ତି । ତେଣୁ ତାଙ୍କୁ କଲେଜରୁ ବହିଷ୍କାର କରାଯାଇଛି । ଯଦିଓ ଅସିନ ତାଙ୍କ ଫେସ ବୁକ୍ ପୋଷ୍ଟ ପାଇଁ କ୍ଷମା ମାଗିବା ସହ ଏହା ସେ ମଜାଳିଆ ଭାବ ପୋଷ୍ଟ କରିଥିବା ସଫେଇ ଦେଇଥିଲେ  , ତଥାପି ତାହାକୁ ଗ୍ରହଣ କରିନାହାନ୍ତି ବାବସନ କଲେଜ କର୍ତ୍ତୁପକ୍ଷ ।

 ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ୫୨ ଟି ସାଂସ୍କୃତିକ ସ୍ଥାନ ଉପରେ ଆକ୍ରମଣର ଧମକ ଦେଇଥିଲେ । ତାହାପରେ ଅସିନ ମଜାଳିଆ ଢଙ୍ଗରେ ତାଙ୍କ ଫେସବୁକ ପୋଷ୍ଟରେ ଇରାନ୍ର ବୋମା ନେଇ ଲେଖିଥିଲେ , ଯାହାକୁ କି ଏକ ଧମକ ବୋଲି ଗ୍ରହଣ କରାଯାଇ, ଏପରି କାର୍ଯ୍ୟାନୁଷ୍ଠାନ ହୋଇଛି ।କଲେଜ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଏପରି କୌଣସି ପୋଷ୍ଟକୁ ଅନୁଷ୍ଠାନ ପକ୍ଷରୁ ତୀବ୍ର ବିରୋଧ ସହ ନିନ୍ଦା କରାଯାଏ । 

   Related Posts