Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଭାରତବଂଶୋଦ୍ଭବ ମାଲା ଅଡିଗା ହେବେ ଆମେରିକା ଫାଷ୍ଟ ଲେଡିଙ୍କ ନୀତି ନିର୍ଦ୍ଦେଶିକା

22/11/2020 at 10:18 PM

ୱାସିଂଟନ : ନବନିର୍ବାଚିତ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ ଭାରତୀୟ-ଆମେରିକାନ ମାଲା ଅଡିଗାଙ୍କୁ ତାଙ୍କ ପତ୍ନୀ ଜିଲ୍ ବାଇଡେନଙ୍କ ନୀତି ନିର୍ଦ୍ଦେଶିକା ନିଯୁକ୍ତ କରିଛନ୍ତି। ଦେଶର ଆଗାମୀ ପ୍ରଥମ ମହିଳା (ଫାଷ୍ଟ ଲେଡି) ହେବାକୁ ଯାଉଥିବା ଜିଲ୍‌ଙ୍କ ଧ୍ୟାନ ମୁଖ୍ୟତଃ ଶିକ୍ଷା ଉପରେ କେନ୍ଦ୍ରିତ ରହିଛି। ଏଣୁ ଶିକ୍ଷା ସମ୍ପର୍କିତ ନୀତି ଅନୁଭବି ମାଲାଙ୍କୁ ଏହି ପଦ ଲାଗି ମନୋନୀତ କରାଯାଇଛି।

୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ବାଇଡେନଙ୍କ ପ୍ରଚାର ଅଭିଯାନରେ ମାଲା ବରିଷ୍ଠ ନୀତି ପରାମର୍ଶଦାତା ସାଙ୍ଗକୁ ଜିଲ୍‌ଙ୍କ ବରିଷ୍ଠ ପରାମର୍ଶଦାତ୍ରୀ ଥିଲେ। ଏହା ପୂର୍ବରୁ ସେ ଉଚ୍ଚ ଶିକ୍ଷା ଓ ସୈନ୍ୟ ପରିବାରଙ୍କ ନିର୍ଦ୍ଦେଶକ ଭାବେ ବାଇଡେନ ଫାଉଣ୍ଡେସନରେ କାର୍ଯ୍ୟ କରୁଥିଲେ। ଓବାମା ପ୍ରଶାସନରେ ମଧ୍ୟ ମାଲା ଉଚ୍ଚ ପଦପଦବୀ ଅଳଙ୍କୃତ କରିଥିଲେ। ସେ ବ୍ୟୁରୋ ଅଫ ଏଜୁକେସନ ଏଣ୍ଡ କଲଚରାଲ ଆଫେୟର୍ସରେ ଆକାଡେମୀକ କାର୍ଯ୍ୟକ୍ରମ ଲାଗି ବିଦେଶ ମନ୍ତ୍ରାଳୟରେ ଉପ ସହାୟକ ସଚିବ ଥିଲେ।

ମାଲା ଅତୀତରେ ବିଦେଶ ମନ୍ତ୍ରାଳୟଙ୍କ ଅଫିସ ଅଫ ଗ୍ଲୋବାଲ ୱିମେନ୍ସ ଇସ୍ୟୁଜ୍‌ ର ଚିଫ୍ ଅଫ ଷ୍ଟାଫ୍‌ ଓ ବିଶେଷ ଦୂତଙ୍କ ବରିଷ୍ଠ ପରାମର୍ଶଦାତା ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି। ସିଏନଏନ ସୂଚନା ଅନୁସାରେ ବାଇଡେନ ଫାଉଣ୍ଡେସନ ସହ ଜଡିତ ଲୁଇସା ଟେରେଲ ହ୍ୱାଇଟ୍ ହାଉସ୍ ଲେଜିସଲେଟିଭ ଆଫେୟାର୍ସ କାର୍ଯ୍ୟାଳୟର ନିର୍ଦ୍ଦେଶିକା ହେବେ।  ସେହିପରି ଓବାମା ପ୍ରଶାସନରେ ଜିଲ ବାଇଡେନଙ୍କ ସୋସିଆଲ ସେକ୍ରେଟାରୀ ଥିବା କାର୍ଲୋସ ଏଲିଜୋନ୍ଦୋ ହ୍ୱାଇଟ୍ ହାଉସ୍ ସୋସିଆଲ ସେକ୍ରେଟାରୀ ନିଯୁକ୍ତ ହେବେ ଓ କୈଥୀ ରସେଲ ହ୍ୱାଇଟ ହାଉସ୍ କାର୍ଯ୍ୟାଳୟରେ ରାଷ୍ଟ୍ରପତିଙ୍କ ପର୍ସେନସ ବିଭାଗ ଦାୟିତ୍ୱରେ ରହିବେ ବୋଲି ଜଣାପଡିଛି।

   Related Posts