Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

କରୋନା ଭାଇରସ୍ ସଂକ୍ରମଣରେ ଭାରତୀୟ-ଆମେରିକୀୟ ସମୁଦାୟର ପ୍ରମୁଖ ନେତା ରମେଶ ପଟେଲଙ୍କ ପରଲୋକ

8/06/2020 at 9:35 AM

ଭାରତୀୟ- ଆମେରିକୀୟ ସମୁଦାୟର ପ୍ରମୁଖ ନେତା ଏବଂ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ନ୍ୟୁୟର୍କ,ନ୍ୟୁଜର୍ସି ଏବଂ କନେକ୍ଟିକଟ୍‌ର ଅଧ୍ୟକ୍ଷ ରହିଥିବା ରମେଶ ପଟେଲଙ୍କ କରୋନା ଭାଇରସ୍ ଯୋଗୁଁ ମୃତ୍ୟୁ ହୋଇଯାଇଛି। ରମେଶ(୭୮)ଙ୍କ ପରିବାରରେ ତାଙ୍କ ପତ୍ନୀ ସୁଚେତା ,ପୁଅ ସୁବାସ ଏବଂ ଝିଅ ମନୀଷା,କୁଞ୍ଜଲ୍ ଅଛନ୍ତି। ଆମେରିକାରେ ଭାରତୀୟ ରାଜଦୂତ ଥିବା ତରଣଜିତ ସିଂହ ସାନ୍ଧୁ ତାଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି।

ସାନ୍ଧୁ ଟ୍ବିଟ୍ କରିଛନ୍ତି,‘ କୋଭିଡ-୧୯ ସଂକ୍ରମଣ ଯୋଗୁଁ ଦୀର୍ଘ ୨ମାସ ସଂଘର୍ଷ କରିବା ପରେ ଫେଡେରେସନ୍ ଅଫ୍ ଇଣ୍ଡିଆ ଆସୋସିଏସନର ସଂସ୍ଥାପକ,ସଦସ୍ୟ ଏବଂ ଅଧ୍ୟକ୍ଷ ରମେଶ ପଟେଲଙ୍କ ପରଲୋକ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖ ହୋଇଛି। ଭାରତୀୟ- ଆମେରିକୀୟ ସମୁଦାୟର ଅତ୍ୟନ୍ତ ସମ୍ମାନନୀୟ ନେତା,ଆମେ ତାଙ୍କ ଅଭାବ ଅନୁଭବ କରିବା। ଈଶ୍ବର ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।’

ନ୍ୟୁୟର୍କରେ ଭାରତର ମହାବାଣିଜ୍ୟ ଦୂତ ସନ୍ଦୀପ ଚକ୍ରବର୍ତ୍ତୀ ମଧ୍ୟ ଟ୍ବିଟ୍ କରି ରମେଶଙ୍କ ପରଲୋକରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହା ଭାରତୀୟ-ଆମେରିକୀୟ ସମୁଦାୟ ପାଇଁ ବଡ଼ କ୍ଷତି। ସାମୁଦାୟିକ ସେବା ବ୍ୟତୀତ ରମେଶ ନ୍ୟୁୟର୍କ ପୋଲିସ୍ ବିଭାଗ ଫରେନସିକ୍ ତଦନ୍ତ ଶାଖାରେ କାମ କରିଥିଲେ ଏବଂ ୨୦୧୩ରେ ତାଙ୍କୁ ପ୍ରତିଷ୍ଠିତ ଇଲିସ୍ ଆଇଲାଣ୍ଡ ମେଡାଲ୍ ଅଫ୍ ଅନରରେ ସମ୍ମାନିତ କରାଯାଇଥିଲା।

   Related Posts