ପୁଣି ଜଣେ ଭାରତୀୟ ଆମେରିକୀୟ ଅଭିଜିତ୍‌ ଓ ତାଙ୍କ ସ୍ତ୍ରୀଙ୍କୁ ନୋବେଲ୍

Published By : Prameya-News7 Bureau | October 14, 2019 IST

ନୂଆଦିଲ୍ଲୀ ୧୪।୧୦ -   ଅର୍ଥନୀତି ପାଇଁ ଘୋଷଣା ହୋଇଛି ନୋବେଲ୍ । ଭାରତୀୟ ଆମେରିକୀୟ ଅଭିଜିତ୍ ବାନାର୍ଜୀଙ୍କ ସହ ଆଉ ଦୁଇଜଣଙ୍କୁ ମିଳିଛି ନୋବେଲ୍ ପୁରସ୍କାର । ବିଶ୍ବରୁ ଦାରିଦ୍ର୍ୟ ଦୂରୀକରଣ ଗବେଷଣା ପାଇଁ ଏମାନଙ୍କୁ ବିଶ୍ବର ସବୁଠାରୁ ବଡ ଓ ସମ୍ମାନଜନକ ପୁରସ୍କାର ନୋବେଲ୍ରେ ସମ୍ମାନିତ ହେବାକୁ ଯାଉଛନ୍ତି । ରୟାଲ ସ୍ବେଡିସ୍ ଏକାଡେମୀ ଅଫ୍ ସାଇନସ୍ ଏହା ଘୋଷଣା କରିଛି ।

{"id":170171}

ପୁଣି ଜଣେ ଭାରତୀୟ ଆମେରିକୀୟଙ୍କୁ ନୋବେଲ୍ । ଭାରତରେ ଜନ୍ମିତ ଅଭିଜିତ୍ ବାନାର୍ଜୀଙ୍କୁ ଅର୍ଥନୀତି ପାଇଁ ମିଳିବ ଚଳିତ ବର୍ଷର ନୋବେଲ୍ ପରୁସ୍କାର । ଅଭିଜିତ୍ ଙ୍କ ସହ ତାଙ୍କ ପତ୍ନୀ ଏସ୍ଥର ଡଫ୍ଲୋ, ମାଇକେଲ୍ କ୍ରେମରଙ୍କୁ ବି ମିଳିବ ନୋବେଲ୍ । ଅର୍ଥନୀତିରେ ନୋବେଲ୍ ପାଇଥିବା ଏମାନେ ସମସ୍ତେ ଅମେରିକାର ନାଗରିକ । ବିଶ୍ବରୁ ଦାରିଦ୍ର୍ୟ ଦୂରୀକରଣ ଉପାୟ ପାଇଁ ଗବେଷଣା ସଂପର୍କରେ ଏମାନଙ୍କୁ ନୋବେଲ୍ ପୁରସ୍କାର ମିଳିବାକୁ ଯାଉଛି ।

{"id":170172}

ଅଭିଜିତ୍ ବାନାର୍ଜୀ ଜବାହାରଲାଲ୍‌ ନେହେରୁ ୟୁନିଭର୍ସିଟିରୁ ଅର୍ଥନୀତିରେ ସ୍ନାତକୋତ୍ତର ହାସଲ କରିଥିବା ବେଳେ ହାଭାର୍ଡରୁ ଅର୍ଥନୀତିରେ ପିଏଚ୍‌ଡି କରିଛନ୍ତି । ଅଭିଜିତ୍‌ ବାନାର୍ଜୀ ମାସ୍‌ଚ୍ୟୁଟସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଇକ୍ନୋଲୋଜି ରେ ଅର୍ଥନୀତିର ପ୍ରଫେସର ଅଛନ୍ତି ।

{"id":170173}

ସେ ଅବଦୁଲ୍ ଲତିଫ୍‌ ଜମିଲ୍‌ ପଭର୍ଟି ଏକ୍ସନ୍‌ ଲ୍ୟାବ୍ ର ସହ ସଂସ୍ଥାପକ ବି ଅଟନ୍ତି । ଅଭିଜିତ୍‌ ବାନାର୍ଜୀ ବ୍ୟୁରୋ ଫର ଦି ରିସର୍ଚ୍ଚ ଇନ୍‌ ଦ ଇକୋନୋମିକ୍‌ ଏନାଲିସିସ୍‌ ଅଫ ଡେଭେଲପମେଣ୍ଟ ର ପୂର୍ବ ଅଧ୍ୟକ୍ଷ ଥିବାବେଳେ  ଆମେରିକା  ଏକାଡେମୀ ଅଫ୍‌ ଆର୍ଟସ୍‌ ଆଣ୍ଡ ସାଇନସ୍ ଏବଂ ଦି ଇକନୋମିଟ୍ରିକ୍‌ ସୋସାଇଟି ର ରିସର୍ଚ୍ଚ ଆସୋସିଏଟ୍ ବି ରହିଥିଲେ । ସେହିଭଳି କାଇଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଇଣ୍ଟରନ୍ୟାସନାଲ୍‌, ଆଲ୍‌ଫ୍ରେଡ୍‌ ପି ସୋଲସାନ୍‌ର ଫେଲୋ ରହିଛନ୍ତି । ସେ ଇନ୍‌ଫୋସିସ୍ ପ୍ରାଇଜ୍‌ ବିଜେତା ବି ଅଟନ୍ତି ।

{"id":170175}

ଏଥିସହିତ ବିଶ୍ବ ଅର୍ଥନୀତି ଦାରିଦ୍ର୍ୟ ଦୂରୀକରଣ ସଂପର୍କରେ ୪ ଟି ପୁସ୍ତକ ବି ଲେଖିଛନ୍ତି ଅଭିଜିତ୍ । ତାଙ୍କ ପୁସ୍ତକ 'ପୋର ଇକ୍‌ନୋମିକ୍ସ ' କୁ ଗୋଲ୍‌ଡମ୍ୟାନ୍‌ ସେସ୍ ବିଜନେସ୍‌ ବୁକ୍‌ ଅଫ୍‌ ଦି ଇଅର ପୁରସ୍କାରରେ ସମ୍ମାନିତ କରାଯାଇଛି । ନୋବେଲ୍‌ ପରୁସ୍କାର ଘୋଷଣା ପରେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ବିଟ୍ କରି ଅଭିଜିତ୍‌ ବାନାର୍ଜୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କୋଲକାତାର ସାଉଥ୍‌ ୱାଇଣ୍ଟ୍ ସ୍କୁଲ୍‌ ଏବଂ ପ୍ରେସିଡେନ୍‌ସୀ କଲେଜର ପୂର୍ବତନ ଛାତ୍ର ଅଭିଜିତ୍‌ ବାନାର୍ଜୀଙ୍କୁ ଅଭିନନ୍ଦନ । ଆଉ ଜଣେ ବଙ୍ଗାଳୀ ଦେଶକୁ ଗୌରାବନ୍ବିତ କରିଥିବାରୁ ବହୁତ ଖୁସି ବୋଲି ମମତା ଲେଖିଛନ୍ତି । ସେହିଭଳି ଦେଶର କୋଣ ଅନୁକୋଣରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ଶୁଅ ଛୁଟିଛି ।

{"id":170176}

୨୧ ଫେବ୍ରୁଆରୀ ୧୯୬୧ ରେ କୋଲକାତାରେ ଅଭିଜିତ୍ଙ୍କ ଜନ୍ମ । ଅଭିଜିତ୍ଙ୍କ ମା ନିର୍ମଳା ବାନାର୍ଜୀ ସେଣ୍ଟର ଫର ଷ୍ଟଡିଜ୍ ଇନ୍ ସାଇନସେସ୍ରେ ଅର୍ଥନୀତିର ପ୍ରଫେସର ଥିଲେ । ସେହିଭଳି ତାଙ୍କ ବାପା କୋଲକାତା ପ୍ରେସିଡେନ୍ସୀ କଲେଜ୍ରେ ଅର୍ଥନୀତି ବିଭାଗର ଅଧ୍ୟକ୍ଷ ଥିଲେ । ପୂର୍ବରୁ ଭାରତୀୟ ଆମେରେକୀୟ ଅମର୍ତ୍ତ୍ୟ ସେନ୍ଙ୍କୁ ଅର୍ଥନୀତିରେ ନୋବେଲ୍ ମିଳିଥିଲା  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.