Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଭାରତରେ ଆମେରିକାର ନୂଆ ରାଷ୍ଟ୍ରଦୂତ, ଡାନିଏଲ୍ ସ୍ମିଥଙ୍କୁ ନିଯୁକ୍ତ କଲା ବାଇଡେନ୍ ପ୍ରଶାସନ

4/05/2021 at 10:02 AM

ନୂଆଦିଲ୍ଲୀ,୦୪/୦୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଭାରତରେ କରୋନା ସଂକ୍ରମଣ ମଧ୍ୟରେ ନୂଆ ରାଷ୍ଟ୍ରଦୂତ ଭାବେ ଡାନିଏଲ୍ ସ୍ମିଥଙ୍କୁ ନିଯୁକ୍ତ କରଛନ୍ତି । ଉଭୟ ଦେଶ ମଧ୍ୟ ସହଯୋଗ ବଢାଇବାକୁ ନେଇ ବାଇଡେନ୍ ଏହି ନିଷ୍ପତ୍ତି ନେଇଛନ୍ତି ।

ଆମେରିକୀୟ ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ବିଦେଶ ସେବା ସଂସ୍ଥାନର ନିର୍ଦ୍ଦେଶ ରାଷ୍ଟ୍ରଦୂତ ଡାନିଏଲ ସ୍ମିଥ୍ ଭାରତରେ ଆମେରିକା ଦୂତାବାସର ଅନ୍ତରୀଣ ମୁଖ୍ୟଭାବେ କାର୍ଯ୍ୟ କରିବେ । ଏଥିପାଇଁ ସେ ନୂଆଦିଲ୍ଲୀ ଗସ୍ତ କରିବେ ।

ଭାରତରେ ଆମେରିକା ରାଷ୍ଟ୍ରଦୂତ ପଦ ଜାନୁଆରୀ ୨୦ରୁ ଖାଲି ପଡିଥିଲା । ବାଇଡେନ୍ ୪୬ ତମ ରାଷ୍ଟ୍ରପତି ଭାବେ ୨୦ ଜାନୁଆରୀରେ ହିଁ ଶପଥ ନେଇଥିଲେ । ଏହି ପଦରେ ନିଯୁକ୍ତି ପାଇବା ପାଇଁ ସିନେଟର ଅନମୁତି ଆବଶ୍ୟକ । ଏହାପରେ ଅନେକ ପ୍ରକ୍ରିୟା ରହିଛି । ଯେଉଁଥି ପାଇଁ ରାଷ୍ଟ୍ରଦୂତ ନିଯୁକ୍ତି ବିଳମ୍ବିତ ହୋଇଥାଏ । ଭାରତରେ ଜାରି ରହିଥିବା କରୋନା ସଙ୍କଟ ମଧ୍ୟରେ ବାଇଡେନ୍ ପ୍ରଶାସନ ଆଉ ଅଧିକ ସମୟ ପାଇଁ ରାଷ୍ଟ୍ରଦୂତ ପଦ ଖାଲି ରଖିବାକୁ ଚାହିଁ ନଥିଲା ।

ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ନେଡ୍ ପ୍ରାଇସ୍ କହିଛନ୍ତି ଯେ, ସ୍ମିଥଙ୍କ ନିଯୁକ୍ତି ଭାରତ ସରକାର ଓ ଭାରତୀୟଙ୍କ ସହଭାଗିତାରେ ଆମେରିକା ସହ ମଜବୁତ ସମ୍ପର୍କ ଅତୁଟ ରଖିବ ।

   Related Posts